ଜୀବନରେ ଧୋକା ମିଳିବା ପରେ ସୁଇସାଇଡ କରିବାକୁ ଭାବିଥିଲେ Dinesh Karthik, କିନ୍ତୁ ଏମିତି ବଦଳିଗଲା ଟଙ୍କା ଭାଗ୍ୟ, ଜାଣନ୍ତୁ DK ଙ୍କ ଜୀବନର କିଛି ଅଜଣା ରାଜ

ଯେଉଁ ବୟସରେ କ୍ରିକେଟର ମାନେ ଅବସର ନେବାକୁ ଚିନ୍ତା କରନ୍ତି ସେହି ବୟସରେ ଚମତ୍କାରୀ ପ୍ରଦର୍ଶନ ଦେଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛନ୍ତି ଦିନେଶ କାର୍ତ୍ତିକ । ଚଳିତ ଆଇପିଏଲ ସିଜିନରେ ଆରସିବି ପକ୍ଷରୁ ଖେଳୁଥିବା ଏହି ଷ୍ଟାର କ୍ରିକେଟର ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି । ତେବେ ଆଜି ନିଜ ବ୍ୟାଟରେ ଜାଦୁ ଦେଖାଉଥିବା ଦିନେଶ କାର୍ତ୍ତିକ ଦିନେ ସୁଇସାଇଡ କରିବାକୁ ଚିନ୍ତା କରୁଥିଲେ । ତାଙ୍କ ଜୀବନର କିଛି ଏଭଳି ଦରଦଭରା କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଭରିଯିବ ।

ଦିନେଶ କାର୍ତ୍ତିକ ଆଜି ଯେଉଁ ସ୍ଥାନରେ ଅଛନ୍ତି ସେତେ ଯାଏଁ ଆସିବା ତାଙ୍କ ପାଇଁ ସେତେ ସହଜ ନଥିଲା । ସାଙ୍ଗଠୁ ଧୋକା ମିଳିବା ପରେ ସେ ସୁଇସାଇଡ କରିବେ ବୋଲି ଭାବି ନେଇଥିଲେ । ୨୦୦୭ ରେ ସେ ନିଜ ପିଲାବେଳର ବାନ୍ଧବୀ ନିତିକାଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୨ରେ ସେମାନେ ଅଲଗା ହୋଇ ଯାଇଥିଲେ । ଏହାର କାରଣ ଥିଲା କି, ଦିନେଶଙ୍କ ସାଥି ଖେଳାଳି ତଥା ସାଙ୍ଗ ମୁରଲୀ ବିଜୟଙ୍କ ସହ ପତ୍ନୀ ନିତିକାଙ୍କର ଆଫେୟାର ଚାଲିଥିଲା ।

ଏପରିକି ନିତିକା ମୁରଲୀ ବିଜୟଙ୍କ ସନ୍ତାନର ମା ହେବାକୁ ଯାଉଥିଲେ । କିନ୍ତୁ ଏକଥା କାର୍ତ୍ତିକବ୍ଯୁ ଛାଡି ତାମିଲନାଡୁର ଅନ୍ୟ ସବୁ କ୍ରିକେଟରଙ୍କୁ ଜଣାଥିଲା । ଅଚାନକ ଦିନେ ନିତିକା ତାଙ୍କୁ ସବୁ ସତ କଥା କହି ଛାଡପତ୍ର କଥା ଉଠାଇଥିଲେ । ଏହାପରେ ନିତିକା ଦିନେଶଙ୍କୁ ଛାଡି ମୁରଲୀ ବିଜୟଙ୍କ ସହ ରହିବାକୁ ଲାଗିଲେ । ଏହାପରେ ମୁରଲୀ ବିଜୟ ଆଇପିଏଲରେ ଚେନ୍ନାଇ ପାଇଁ ଭଲ ପ୍ରଦର୍ଶନ କରିବାକୁ ଲାଗିଲେ ଓ ଜାତୀୟ ଦଳରେ ମଧ୍ୟ ସାମିଲ ହୋଇଗଲେ ।

କିନ୍ତୁ ସେପଟେ ଦିନେଶ କାର୍ତ୍ତିକଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କ ଠାରୁ ଅଧିନାୟକତା ନିଆଯାଇ ମୁରଲୀଙ୍କୁ ଦିଆଯିବା ସହ ସହ ତାଙ୍କୁ ଟିମ୍ ରୁ ମଧ୍ୟ ବାହାର କରିଦିଆ ଯାଇଥିଲା । ଏହାପରେ କାର୍ତ୍ତିକ ଡିପ୍ରେସନରେ ଚାଲି ଯାଇ ସୁଇସାଇଡ କରିବାକୁ ମଧ୍ୟ ଭାବି ନେଇଥିଲେ । ଏପରିକି ସେ ଜିମ୍ ଯିବା ମଧ୍ୟ ବନ୍ଦ କରି ଦେଇଥିଲେ, ତେଣୁ ତାଙ୍କ ଟ୍ରେନର ମଧ୍ୟ ଚିନ୍ତାରେ ପଡି ଯାଇଥିଲେ । ଦିନେଶଙ୍କୁ ବୁଝାଇବା ପାଇଁ ସେ ଥରେ ଯାଇ ତାଙ୍କ ଘରେ ପହଞ୍ଚିଲେ ।

ସେତେବେଳେ ଦିନେଶ କାର୍ତ୍ତିକ ଦାଢି ବଢେଇ ଗୋଟିଏ କୋଣରେ ବସି ରହିଥିଲେ । କିନ୍ତୁ ଟ୍ରେନର ତାଙ୍କୁ ବହୁତ ବୁଝାଇବା ପରେ ସେ ଜିମ୍ ଯିବାକୁ ଲାଗିଲେ ଓ ସେଠାରେ ତାଙ୍କର ସାକ୍ଷାତ ଦୀପିକା ପାଲିକଲଙ୍କ ସହ ହୋଇଥିଲା । ଆଉ ଏହାପରେ ତାଙ୍କ ଜୀବନ ଏକଦମ ବଦଳି ଯାଇଥିଲା । କାର୍ତ୍ତିକଙ୍କୁ ଇଣ୍ଡିଆ ଟିମ୍ ରେ ଖେଳିବା ପାଇଁ ଚୟନ କରାଗଲା । କିଛିଦିନ ପରେ ଦୀପିକା ଓ କାର୍ତ୍ତିକ ବିବାହ କରି ନେଇଥିଲେ ।

ଏହାପରେ କାର୍ତ୍ତିକଙ୍କୁ ଆଇପିଏଲରେ କଲିକତା ଟିମ୍ ର କ୍ଯାପଟେନ ମଧ୍ୟ ହେଲେ । କିନ୍ତୁ ଅଧିନାୟକତା ଯିବା ପରେ କାର୍ତ୍ତିକ ଅବସର ନେବାକୁ ଭାବି ନେଇଥିଲେ, ଆଉ କମେଣ୍ଟ୍ରି କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ । ୨୦୨୧ରେ ଦୀପିକା ଯାଆଁଳା ଛୁଆ ଜନ୍ମ ଦେଇଥିଲେ । ୨୦୨୨ ଆଇପିଏଲରେ ଚେନ୍ନାଇ କାର୍ତ୍ତିକଙ୍କୁ ଦଳରେ ନେବାକୁ ଚାହୁଁଥିଲା । କିନ୍ତୁ ବାରମ୍ବାର ନିଲାମ ଡାକିବା ପରେ ମଧ୍ୟ ବାଙ୍ଗାଲୋର ବାଜି ମାରି ନେଇଥିଲା ।

କାର୍ତ୍ତିକକୁ ୫ କୋଟି ୫୦ ଲକ୍ଷରେ କିଣି ନେଇଥିଲା ଆରସିବି । କାର୍ତ୍ତିକଙ୍କ କାହାଣୀ କେଉଁ ଫିଲ୍ମର କାହାଣୀଠୁ କିଛି କମ୍ ନୁହେଁ । ତାଙ୍କ ଚମତ୍କାରୀ ଫର୍ମ ଦେଖି ଆଗକୁ ଟିମ୍ ଇଣ୍ଡିଆର ଟି-୨୦ ମ୍ଯାଚରେ ତାଙ୍କୁ ନେବାର କଥା ମଧ୍ୟ ଉଠୁଛି । ଆପଣଙ୍କୁ ଦିନେଶ କାର୍ତ୍ତିକଙ୍କ କାହାଣୀ ଜାଣି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।