ଦିନେ ଜୋତା କିଣିବାକୁ ଟଙ୍କା ନଥିଲା,ଆଜି ଲକ୍ଷ ଲକ୍ଷ ଟଙ୍କା ଦାନ କରୁଛନ୍ତି ଏ ଭାରତୀୟ ଟିମର ବୋଲର…

ଜୋତା କିଣିବାକୁ ଟଙ୍କା ନ ଥିଲା ଆଜି ଦାନ କରୁଛନ୍ତି । ଦର୍ଶକ କହିଲେ ବ୍ରାଉନ ଡଗ ସେ ବଲ ରେ ଦେଲେ ଜବାବ । ମହାନତା ପାଇଁ ଏବେ ସେ ଚର୍ଚ୍ଚାରେ ଅଛନ୍ତି । ହଁ ଦର୍ଶକ ବନ୍ଧୁ ପିଲାଦିନରୁ କ୍ରିକେଟର ହେବା ପାଇଁ ସ୍ଵପ୍ନ ଥିଲା । ସେଥିପାଇଁ ନିଜ ଜୀବନର ସବୁ ଦୁଃଖ କୁ ସହ୍ୟ କରି ଆଗକୁ ବଢିଥିଲେ । ଆଉ ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ ଖେଳିବା ତାଙ୍କ ପାଇଁ ସହଜ ନ ଥିଲା ।

ବୋର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିୟା କୁ ନିଜ ମାଟିରେ ମାତ ଦେଇଥିଲା ଭାରତ । ଆଉ ଏହା ପଛରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଚଳିତ ବର୍ଷ ଏସିଆ କପ ଫାଇନାଲରେ ଡିପେଣ୍ଡିଂ ଚାମ୍ପିୟାନ ଶ୍ରୀଲଙ୍କା କୁ ହରାଇ ଅଷ୍ଟମ ଥର ପାଇଁ ଟାଇଟେଲ ହାତକୁ ନେଇଛି ଭାରତ । ଏହି ମ୍ଯାଚରେ ସେ କମାଲ ବୋଲିଙ୍ଗ କରିଥିଲେ ।

ଆମେ ଏଠାରେ କହୁଛୁ ବେସ ବୋଲୋର ମହମ୍ମଦ ସିରାଜ । 1994 ମାର୍ଚ୍ଚ 13 ରେ ହାଇଦ୍ରାବାଦର ଏକ ଗରିବ ମୁସ୍ଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ ସିରାଜ । ତାଙ୍କ ବାପାଙ୍କ ନାଁ ମହମ୍ମଦ ଘାଉସ ଓ ସେ ବୃତ୍ତିରେ ଜଣେ ଅଟୋ ଡ୍ରାଇଭର ଥିଲେ । ସିରାଜ ଙ୍କ ମା ଙ୍କ ନାଁ ସବାନା ବେଗମ । ସିରାଜଙ୍କର ଜଣେ ବଡ ଭାଇ ଅଛନ୍ତି ଯିଏକି ଇଞ୍ଜିନିୟର ଅଟନ୍ତି ।

ପ୍ରତେକ ବାପା-ମା ଙ୍କର ସ୍ଵପ୍ନ ପିଲାମାନେ ମଣିଷ ହୁଅନ୍ତୁ । ହେଲେ ଶିରାଜଙ୍କର ପିଲାଦିନରୁ ପାଠ ପଢା ପ୍ରତି ଆଗ୍ରହ ନ ଥିଲା । କ୍ରିକେଟ ବିନା ସବୁ କିଛି ଅନ୍ଧାର ଲାଗୁଥିଲା । ପାଠ ପଢା ଛାଡି ସେ ଘରୁ କ୍ରିକେଟ ଖେଳିବାକୁ ଯାଉଥିଲେ । ବାପାଙ୍କ ସମର୍ଥନ ପାଇ ସେ କ୍ରିକେଟ ଖେଳିବାକୁ ଆଗ୍ରହୀ ହୋଇଥିଲେ । ବାପାଙ୍କ ଠାରୁ ପାଉଥିବା 70 ଟଙ୍କାରେ ସେ ନିଜର କ୍ରିକେଟ କ୍ୟାରିୟର ଚଳଉଥିଲେ ।

ଏମିତିକି ସ୍ପାଇକ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନ  ଥିଲା । ପାଦରେ ଚପଲ ପିନ୍ଧି ସେ କ୍ରିକେଟ ଖେଳୁଥିଲେ । 2013ରେ କ୍ଲବ ମ୍ଯାଚ ଖେଳିବା ସମୟରେ ସିରାଜ 9ଟି ୱିକେଟ ନେଇଥିଲେ । ଆଉ ଏହି ଖେଳରେ ତାଙ୍କ ମାମୁଁ ଖୁସି ହୋଇ 500 ଟଙ୍କା ପାଇଥିଲେ ଆଉ ମାଙ୍କୁ 300 ଟଙ୍କା ଦେଇଥିଲେ । ମା ସବାନା ପୁଅର କ୍ରିକେଟ ପ୍ରତି ଆଗ୍ରହ ଦେଖି ସମର୍ଥନ କରିଥିଲେ ।

ଶେଷରେ ରଣଜୀ ଟ୍ରଫି ପାଇଁ ହାଇଦ୍ରାବାଦ ଟିମ ପକ୍ଷରୁ ତାଙ୍କୁ ଡକାଯାଇଥିଲା ହେଲେ ଡେଙ୍ଗୁ ହେବା କାରଣରୁ ଦଳରୁ ବାଦ ପଡିଥିଲେ । ଏହାପରେ 2015-16ରେ ହାଇଦ୍ରାବାଦ ରଣଜୀ ଡେବ୍ୟୁ କରିଲେ ସିରାଜ । ତାଙ୍କ ବୋଲିଙ୍ଗ ଦେଖିବା ପରେ 2017ରେ ସନରାଇଜର୍ସ ହାଇଦ୍ରାବାଦ ନିଜ ଦଳରେ ସାମିଲ କରିଥିଲା । ସେହି ବର୍ଷ ଆଇପିଏଲରେ ପଦାର୍ପଣ କରିଥିଲେ ସିରାଜ ଓ ନିଜ ପାଇଁ ନୂଆ ଘର କିଣିଥିଲେ ।

ବାଏବବଲରେ ରହିଥିବାରୁ ସେ ତାଙ୍କ ବାପାଙ୍କର ଶେଷ ଦର୍ଶନ କରିପାରିଲେନି । ଚଳିତ ବର୍ଷ ଏସିଆ କପ ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ଟଙ୍କାକୁ ସିରାଜ ଗ୍ରାଉଣ୍ଡ ଷ୍ଟ୍ରାଫଙ୍କୁ ଦେଇ ଆଜି ଚର୍ଚ୍ଚାରେ ଅଛନ୍ତି । ବନ୍ଧୁଗଣ ଆପଣଙ୍କୁ ଶିରାଜଙ୍କ ଜୀବନର ସଂଘର୍ଷର କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।