“ଦିଲ୍ଖୁସ ଉପମା, ରିମଝିମ ପକୁଡି, ମୁଣ୍ଡଫଟା ବରା, ବାଡିଆ ଇଟିଲି, ଦାବିକି ଦେବି ୨୦ ନେବି ଡବଲ ମାଗିଲେ ଗୁଗୁନି ଦେବି”- ଏହି ଜଳଖିଆ ଦୋକାନୀଙ୍କ ବେପାର ଶୈଳୀ ଦେଖିଲେ ଆପଣ ବି ଟାଣି ହୋଇ ପଳେଇବେ, ଦେଖନ୍ତୁ Video

ଦହିବରା, ଇଟିଲି,ବରା ଆଦି ଆମ ଓଡିଶାର ପ୍ରଧାନ ଖାଦ୍ଯଗୁଡିକ ମଧ୍ୟରୁ ଗୋଟିଏ କହିଲେ ଅତ୍ଯୁକ୍ତି ହେବ ନାହିଁ । ଦହିବରା ଇଟିଲି ଆଦି ବେପାରୀଙ୍କ ପାଖରେ ସକାଳ ପାହିଲେ ଜମିଥାଏ ନାହିଁ ନଥିବା ଭିଡ । ବିଶେଷ କରି କଟକ ଓ ଭୁବନେଶ୍ବରରେ ଏହି ଖାଦ୍ଯର ଚାହିଦା ବେଶ ଅଧିକ । ଲୋକମାନେ ମନ ତୃପ୍ତ କରି ଖାଉଥିବା ବେଳେ ବେପାରୀ ମଧ୍ୟ ଦି ପଇସା ରୋଜଗାର କରି ବେଶ ଖୁସି ହୁଏ । ତେବେ ବେପାରୀ ମାନେ ଅନେକ ସମୟରେ ବେପାର ବୃଦ୍ଧି କରିବା ପାଇଁ ନୂଆ ନୂଆ ପନ୍ଥା ଆପଣାନ୍ତି ।

ଆଜି ଆମେ ଆପଣଙ୍କୁ ଏହିପରି ଭୁବନେଶ୍ବରରେ ଜଣେ ନିଆରା ଦହିବରା ବିକାଳିଙ୍କ ବିଷୟରେ କହିବୁ । ତାଙ୍କ ବେପାର କରିବାର ଶୈଳୀ ଦେଖିଲେ ଆପଣ ବି ଆକର୍ଷିତ ହୋଇ ଆସିଯିବେ । ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ସାମନାରେ ତାଙ୍କ ଛୋଟିଆ ଦୋକାନଟି । ଦୋକାନର ନାମ ହେଉଛି ‘ବାବା ସାଧୁବ୍ରହ୍ମ ଟିଫିନ ସେଣ୍ଟର’ । ବେପାରୀ ଜଣକ ବେପାର କରିବା ସହ ତାଙ୍କ କୌଳିକ ବୃତ୍ତି ଦାସକାଠିଆ କଳା ମଧ୍ୟ ଲୋକଙ୍କ ଆଗରେ ଉପସ୍ଥାପନା କରନ୍ତି ।

ଆଉ ଦାସକାଠିଆ ବଜାଇ ଠାକୁରଙ୍କ କୀର୍ତ୍ତନ କଲାବେଳେ ଯେପରି ଭଜନ ସବୁ ବୋଲାଯାଏ, ସେହିପରି ଢଙ୍ଗରେ ନିଜ ରଚିତ ଗୀତ ଗାଇ ତାଙ୍କ ଟିଫିନ ସେଣ୍ଟରକୁ ଆସିବା ପାଇଁ ଗ୍ରାହକଙ୍କୁ ଆକର୍ଷିତ କରନ୍ତି । ତାଙ୍କ ନାନାବାୟା ଗୀତ ଶୁଣି ସେହି ବାଟ ଦେଇ ଯାଉଥିବା ଲୋକ ତାଙ୍କ ଟିଫିନ ସେଣ୍ଟରକୁ ନ ଆସି ରହିପାରେ ନାହିଁ ।

 

ଦିନଥିଲା ଅନେକ ପୂଜା ପର୍ବାଣିରେ ଦାସକାଠିଆ ବାଜୁଥିଲା । କିନ୍ତୁ ଆଧୁନିକ ଯୁଗର ନାନା ପ୍ରକାର ବାଦ୍ୟଯନ୍ତ୍ର ,ଅଧ୍ୟରେ ଦାସକାଠିଆ କେଉଁଠି ନା କେଉଁଠି ଲୋପ ପାଇବାରେ ଲାଗିଲାଣି । କିନ୍ତୁ ଏହି ବ୍ୟକ୍ତିଜଣକ ଟିଫିନ ବିକ୍ରି କରିବା ସହ ତାଙ୍କ ଦାସକାଠିଆ କଳାକୁ ବି ଉଜ୍ଜୀବିତ କରି ରଖିଛନ୍ତି । “ଦିଲ୍ଖୁସ ଉପମା, ରିମଝିମ ପକୁଡି, ମୁଣ୍ଡଫଟା ବରା ବାଡିଆ ଇଟିଲି, ଦାବିକି ଦେବି ୨୦ ଦେବି ଡବଲ ମାଗିଲେ ଗୁଗୁନି ଦେବି” ଆଦି ଏହିପରି ଗୀତ ଗାଇ ଗାଇ ସେ ଗ୍ରାହକଙ୍କୁ ନିଜ ଟିଫିନ ସେଣ୍ଟରକୁ ଆକର୍ଷିତ କରନ୍ତି ।

ତେବେ ତାଙ୍କ କିଛି ଗ୍ରାହକଙ୍କ ପ୍ରତିକ୍ରିୟା ମଧ୍ୟ ମିଳିଥିଲା । ସେମାନେ ମଧ୍ୟ କହିଥିଲେ କି ତାଙ୍କ ଟିଫିନ ବହୁତ ସ୍ଵାଦିଷ୍ଟ ହେବା ସହ ତାଙ୍କ ଗୀତ ଶୁଣି ଶୁଣି ଖାଇଲେ ମନୋରଞ୍ଜନ ହୋଇଯାଏ ଓ କେତେବେଳେ ଖାଇବା ସରିଯାଏ ଜଣାପଡେନି । ଭି-ଡି-ଓ-ରେ ଗୀତ ଗାଇ ଗ୍ରାହକଙ୍କୁ ଡାକିବା ଶୈଳୀ ଦେଖିଲେ ଆପଣଙ୍କ ମନ ବି ଖୁସି ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।