ଭିଜିଲାନ୍ସ ଜାଲରେ ମହିଳା RI, କରୁଥିଲେ ଏମିତି କାମ, ରଙ୍ଗେ ହାତ ଧରିଲା ଭିଜିଲାନ୍ସ

କୋରାପୁଟ ଜିଲ୍ଲା ସେମିଲିଗୁଡା ବଳ୍କର ତହସିଲ ଅଧୀନରେ କାମ କରୁଥିବା ଡୁଡାରି ପଞ୍ଚୟାତରେ ରହୁଥିବା ରେଭିନ୍ୟୁ ଇନ୍ସପେକ୍ଟର କ୍ଷୀରାବ୍ଦିତନୟା ସ୍ୱାଇଁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧ-ରା ପଡିଛନ୍ତି । ତାଙ୍କ ନିକଟରୁ ଲା-ଞ୍ଚ ଟଙ୍କା ମଧ୍ୟ ମିଳିଛି । ଏହି ଘ-ଟ-ଣା ସାମ୍ନାକୁ ଆସିବା ପରେ କୋରାପୁଟ ଜିଲ୍ଲାରେ ଏହା ଚର୍ଚାର ବିଷୟ ହୋଇ ଯାଇଛି ।ସେମିଳିଗୁଡା ତହସିଲ ଅନ୍ତର୍ଗତ ଗୁଣ୍ଠାଗୁଡାର ଜୟରାମ ପାଙ୍ଗି ତାଙ୍କ ମା ଙ୍କ ମୃ-ତ୍ୟୁ ପରେ ଚାକିରିରେ ଥଇଥାନ ପାଇଁ ତାଙ୍କୁ ଆବଶ୍ୟକୀୟ ପ୍ରମାଣ ପତ୍ର ଦବା ପାଇଁ ସେ ଏହି ଆରଆଇ ମହିଳା ଅଫିସରଙ୍କୁ କହିଥିଲେ ।

ଏହି ମହିଳା ଅଫିସର ଜଣକ ଏଥିପାଇଁ ଜୟରାମ ପାଙ୍ଗିଙ୍କୁ ୧୫ ହଜାର ଟଙ୍କା ମାଗି ଥିଲେ । ଜୟରାମ ପାଙ୍ଗି ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ । ଏହି ସମୟରେ ହିଁ ଭିଜିଲାନ୍ସ ରେ-ଡ କରି ତାଙ୍କୁ ଲା-ଞ୍ଚ ନେଉ ଥିବା ସମୟରେ ଧ-ରି-ଛନ୍ତି । ଜୟରାମ ପାଙ୍ଗିଙ୍କ ଅନୁସାରେ ସେ ଗତ ୩ ମାସ ହେବ ପ୍ରମାଣପତ୍ର ପାଇଁ ଦୌଡୁଛନ୍ତି । ସେ ବାଧ୍ୟ ହୋଇ ଭିଜିଲାନ୍ସ ଅଫିସକୁ ବି ଯାଇ ଥିଲେ ।

କହିବାକୁ ଗଲେ କ୍ଷୀରାବ୍ଦିତନୟା ସ୍ୱାଇଁ ମୃ-ତ ପ୍ରମାଣ ପତ୍ର ଦେବା ପାଇଁ ସେ ଅଭିଯୁକ୍ତକାରୀକୁ କହିଥିଲେ ଓ ଗତ ୩ ମାସ ହେବ ସେ ଏହି ଦାବି କରୁଥିଲେ । ତଥାପି କ୍ଷୀରାବ୍ଦିତନୟା ସ୍ୱାଇଁ ଜୟରାମ ପାଙ୍ଗିଙ୍କୁ ପ୍ରମାଣ ପତ୍ର ଦେଇ ନ ଥିଲେ । ବହୁତ କହିବା ପରେ ଶେଷରେ ଆରଆଇ ଅଫିସର କ୍ଷୀରାବ୍ଦିତନୟା ସ୍ୱାଇଁ ଜୟରାମ ପାଙ୍ଗିଙ୍କୁ ଏଥିପାଇଁ ୧୫,୦୦୦ ଟଙ୍କା ମାଗିଥିଲେ ଓ ଶେଷରେ ସେ ୧୦,୦୦୦ ଟଙ୍କାରେ ରାଜି ହୋଇ ଯାଇ ଥିଲେ ।

ଜୟରାମ ପାଙ୍ଗି ରାବ୍ଦିତନୟା ସ୍ୱାଇଁଙ୍କୁ ୧୦,୦୦୦ ଟଙ୍କା ଲଞ୍ଚ ଦେବା ସମୟରେ ଭିଜିଲାନ୍ସର ଗୋଟିଏ ୭ ଜଣିଆ ଟିମ ଆରଆଇ ଅଫିସର କ୍ଷୀରାବ୍ଦିତନୟା ସ୍ୱାଇଁଙ୍କୁ ଧ-ରି-ଛନ୍ତି । ଭିଜିଲାନ୍ସ ଟିମ କ୍ଷୀରାବ୍ଦିତନୟା ସ୍ୱାଇଁଙ୍କ ଘରେ ସର୍ଚ କରିଛନ୍ତି ।

ବର୍ତ୍ତମାନ କ୍ଷୀରାବ୍ଦିତନୟା ସ୍ୱାଇଁଙ୍କୁ ଜୟପୁରର ଭିଜିଲାନ୍ସ ଅଫିସରେ ରଖା ଯାଇଛି । ଏହି ମା-ମ-ଲା-ର ଯା-ଞ୍ଚ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭିଜିଲାନ୍ସ ଅଫିସରଙ୍କୁ ସେହିଭଳି କିଛି ପ୍ରମାଣ ମିଳି ନାହିଁ ଓ ଏବେ ବି ଯା-ଞ୍ଚ ଚାଲିଛି । ଭିଜିଲାନ୍ସ କ୍ଷୀରାବ୍ଦିତନୟା ସ୍ୱାଇଁଙ୍କୁ ଜେ-ରା ମଧ୍ୟ କରୁଛି ।