ବିଶ୍ଵ କପ : ୧୨ ବର୍ଷ ପରେ ଦିନେଶ କାର୍ତିକ ପ୍ରକାଶ କରିଲେ ତାଙ୍କ ଦୁଃଖ, କହିଲେ – ଧୋନୀ ଥିବା ବେଳେ ମୁଁ ତ କେବଳ ଟିମ୍ ସାଙ୍ଗରେ…

ଆଇପିଏଲ ମଧ୍ୟରେ କ୍ରିକେଟର ମହାକୁମ୍ଭ ମାନେ ବିଶ୍ଵ କପ ପାଇଁ ଭାରତୀୟ ଟିମର ଘୋଷଣା କରା ଯାଇସାରିଛି । ଟିମରେ ଜାଗା ପାଇଥିବା ଖେଳାଳିମାନେ ବହୁତ ଖୁସି ଅଛନ୍ତି । ଖେଳାଳି ବାଛିବା ସମୟରେ କାହାକୁ ଖୁସି ମିଳିଲା ତ କାହାକୁ ଦୁଖ, କିନ୍ତୁ ଏହା ମଧ୍ୟରେ ଦିନେଶ କାର୍ତିକଙ୍କର ଦୁଖ ବାହାରକୁ ଆସିଲା ।

ବିଶ୍ଵ କପ ଟିମରେ ନିଜର ନାଁ ଦେଖି ଦିନେଶ କାର୍ତିକ ବହୁତ ଖୁସି ଅଛନ୍ତି । କିନ୍ତୁ ଏହା ମଧ୍ୟରେ ସେ ଏକ ଆଶ୍ଚର୍ଯ୍ୟ କର ବୟାନ ମଧ୍ୟ ଦେଇଛନ୍ତି । ସେ ନିଜର ଭୂମିକାକୁ ନେଇ ବୟାନ ଦେଇଛନ୍ତି । ମିଡିୟା ସହିତ କଥାବାର୍ତ୍ତା କରି କହିଲେ କି ଶେଷରେ ତାଙ୍କୁ ୧୨ ବର୍ଷ ପରେ କାହିଁକି ୱୋର୍ଲ୍ଡ କପ ପାଇଁ କାହିଁକି ଚାନ୍ସ ମିଳିଛି ଏବଂ ତାଙ୍କର ଭୂମିକା କଣ ରହିବ ।

୧୨ ବର୍ଷ ପରେ ହେଲା ଦିନେଶ କାର୍ତିକଙ୍କର ଚୟନ

ଦିନେଶ କାର୍ତିକ ମିଡିୟାକୁ କହିଲେ କି ଚୟନକର୍ତ୍ତାମାନେ ମୋତେ ପ୍ରଥମରୁ ହିଁ କହିଦେଇଥିଲେ କି ଋଷଭ ପଂତ ଏବଂ ମୋତେ ଦୁଇ ଜଣଙ୍କୁ ହିଁ ସମାନ ଅବସର ଦେବାକୁ ଚାହୁଁଛନ୍ତି । ଯେଉଁ କାରଣରୁ ଦୁଇ ଜଣଙ୍କର ଚୟନ ଏକ ସହିତ ହୋଇ ପାରିବ ନାହିଁ । ବିଶ୍ଵ କପ ପାଇଁ ଦିନେଶ କାର୍ତିକଙ୍କର ଚୟନ ଏଥିପାଇଁ ହୋଇଛି କାରଣ ଋଷଭଙ୍କ ପାଖରେ ଅଧିକ ଅନୁଭବ ନାହିଁ ଏବଂ ସେ ବର୍ତ୍ତମାନ ହିଁ କେତେ ଥର ଦାୟୀତ୍ଵହୀନ ଶଟ୍ସ ବି ଖେଳୁ ଥିବାର ନଜର ଆସିଛନ୍ତି ।

ଟିମ ସହିତ କେବଳ ଯାତ୍ରା କରିବି ମୁଁ – ଦିନେଶ କାର୍ତିକ

ଦିନେଶ କାର୍ତିକ ଆଗକୁ କହିଲେ କି ମୁଁ କେବଳ ଟିମ ପାଇଁ ଫର୍ସ୍ଟ ଏଡ କିଟର କାମ କରିବି ଏବଂ କେବଳ ଯାତ୍ରା କରିବି । ସେ କହିଲେ କି ଧୋନୀ ଫିଟ ରହିଥିବା ପର୍ଯ୍ୟନ୍ତ ମୋତେ ୱୋର୍ଲ୍ଡ କପରେ ଖେଳିବା ପାଇଁ ଜାଗା ମିଳିବ ନାହିଁ ଏବଂ ଏହି କଥା ମୋତେ ଆଗରୁ ହିଁ କୁହା ଦିଆଯାଇଛି । ଚୟନକର୍ତ୍ତାମାନେ କହିଲେ କି ତୁମକୁ କେବଳ ବ୍ୟାକଅପ ୱିକେଟକୀପର ପାଇଁ ନିଆ ଯାଇଛି ।

ଋଷଭ ପଂତ ଉପରେ ବି କହିଲେ ଦିନେଶ କାର୍ତିକ

ମୁଁ ମାତ୍ର ଗୋଟିଏ କିମ୍ବା ଦୁଇଟି ମ୍ୟାଚ ଖେଳିପାରେ । ଦିନେଶ କାର୍ତିକ କହିଲେ କି ଋଷଭ ପଂତ ସହ ମୋର ବର୍ତ୍ତମାନ ସୁଧା କଥାବାର୍ତ୍ତା ହୋଇ ନାହିଁ । କିନ୍ତୁ ଆମେ ଦୁଇ ଜଣ ହିଁ ଜାଣିଛୁ କି କାହାକୁ ନା କାହାକୁ ବାହାର ହେବାକୁ ପଡିବ । ଏବଂ ସେ ବହୁତ ଭଲ ଖେଳାଳି ଅଟନ୍ତି । ଯିଏକି ଟିମ ଇଣ୍ଡିଆ ପାଇଁ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଖେଳିବେ ।