ଦିବ୍ୟାଙ୍ଗଙ୍କୁ ବିବାହ କଲେ ରାଜ୍ୟ ସରକାର ଦେବେ 2.5ଲକ୍ଷ ଟଙ୍କା, ଜାଣନ୍ତୁ କଣ ରହିଛି ସର୍ତ୍ତ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କହିବୁ ସରକାର ଙ୍କ ଦ୍ଵାରା ନିୟୋଜିତ ଦିବ୍ୟଙ୍ଗ ଙ୍କ ପାଇଁ ଏକ ଯୋଜନା ସମ୍ବନ୍ଧରେ । ସରକାର ଦ୍ୱାରା ଙ୍କ ଦ୍ଵାରା ନିୟୋଜିତ ଯୋଜନା ଟି ହେଉଛି ଦିବ୍ୟାଙ୍ଗ କୁ ବିବାହ କଲେ ମିଳିବ ପ୍ରୋତ୍ସାହନ ରାଶି । ଦିବ୍ୟାଙ୍ଗ କୁ ଜୀଵନ ସାଥି କଲେ ରାଜ୍ୟ ସରକାରଙ୍କ ତରଫରୁ ମିଳିବ ୨, ୫୦, ୦୦୦ ଟଙ୍କା । ତେବେ ବନ୍ଧୁଗଣ ଆମେ ଆପଣଂକୁ କହିବୁ ଏହି ଅର୍ଥ ରାଶି ଟି କିପରି ମିଳିବ ଏବଂ ସେଥିପାଇଁ କଣ ସବୁ କରିବାକୁ ପଡିବ ଚାଲନ୍ତୁ ସେ ବିଷୟରେ ଆଲୋଚନା କରିବା ।

ଦିବ୍ୟାଙ୍ଗ ଙ୍କୁ ଜୀଵନ ସାଥି କଲେ ରାଜ୍ୟ ସରକାର ଦେବେ ୨, ୫୦, ୦୦୦ ଟଙ୍କା । ଦିବ୍ୟାଙ୍ଗ ପୁରୁଷ ହେଉ କିମ୍ବା ମହିଳା ତାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମିଳିବ ଅଢେଇ ଲକ୍ଷ ଟଙ୍କା ର ପ୍ରୋତ୍ସାହନ ରାଶି । ତେବେ ସରକାର ଙ୍କ ଦ୍ଵାରା ନିୟୋଜିତ ଏହି ଯୋଜନା ର ସୂଚନା ଅନୁସାରେ ଦିବ୍ୟାଙ୍ଗ ଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରି ସେମାନଙ୍କୁ ସମ୍ମାନ ର ସହ ବଞ୍ଚିବା ନିମନ୍ତେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି ।

ଜାତୀୟ ଭିନ୍ନକ୍ଷମ ପଲିସି ଏବଂ ଜାତିସଂଘ ସୁକ୍ତି ନାମର ଶର୍ତ୍ତାବଳୀ କୁ କାର୍ଯ୍ୟକାରୀ କରିବା ଜରୁରୀ ହୋଇଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଆଉ ଏହା ପୂର୍ବରୁ ସମାଜରେ ଜାତିପ୍ରଥା କୁ ଦୂର କରିବା ନିମନ୍ତେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗ ର ବ୍ୟକ୍ତି ଙ୍କୁ ଅନ୍ୟଜାତିର ବ୍ୟକ୍ତି ବିବାହ କଲେ ତାକୁ ଅଢେଇ ଲକ୍ଷ ଟଙ୍କା ର ପ୍ରୋତ୍ସାହନ ରାଶି ଦିଆଯାଉଛି । ସେଥିପାଇଁ ସମାନ ରାଶି ର ପ୍ରୋତ୍ସାହନ ରାଶି ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତି କରଣ ବିଭାଗ ପ୍ରସ୍ତାବ ଦେଇଥିଲା ।

ଯାହାକୁ ଯୋଜନା ଓ ସଂଯୋଜନା ବିଭାଗ ଅନୁମୋଦନ କରି ଥିବା ବେଳେ ଅର୍ଥ ବିଭାଗ ମଧ୍ୟ ମଞ୍ଜୁରୀ ଦେଇଛି । ତେବେ ଦିବ୍ୟାଙ୍ଗ ଅର୍ଥାତ ଭିନ୍ନକ୍ଷମ କୁ ବିବାହ କଲେ ପୂର୍ବରୁ ହିଁ ପ୍ରୋତ୍ସାହନ ରାଶି ପଚାଶ ହଜାର ଟଙ୍କା ର ଥିଲା । ଏହି ପ୍ରୋତ୍ସାହନ ରାଶି କୁ ପଚାଶ ହଜାର ରୁ ଅଢେଇ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଇଛି । ତେବେ ବର୍ଦ୍ଧିତ ରାଶି ଆସନ୍ତା ଏପ୍ରିଲ ପହିଲାରୁ ମିଳିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି ।

ତେବେ ନିଷ୍ପତ୍ତି ଅନୁଯାୟୀ ସଠିକ ଯାଞ୍ଚ ହେବା ପରେ ନବ ବିବାହିତ ଦମ୍ପତି କୁ ଆର୍ଥିକ ପ୍ରୋତ୍ସାହନ ରାଶି ରୂପରେ ଅଢ଼େଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ପୁରସ୍କାର ପାଇବା ପାଇଁ ବିବାହ ସମୟରେ ବର କନ୍ୟା ୧୮ ବର୍ଷ ଓ ୨୧ ବର୍ଷ ଅତିକ୍ରମ କରିଥିବା ଆବଶ୍ୟକ । ଆଉ ଏହା ଛଡା ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ନିଶ୍ଚିତ ଭାବରେ ଯୋଜନା ଅଧୀନରେ ପ୍ରୋତ୍ସାହନ ରାଶି ପୂର୍ବରୁ ପାଇନଥିବେ । ଏହି ଦମ୍ଫତି କୁ ସେମାନଙ୍କ ବିବାହ ପଞ୍ଜିକରଣ ପ୍ରମାଣ ପତ୍ର ସହିତ ଆବେଦନ କରିବାକୁ ପଡିବ ।

ପ୍ରୋତ୍ସାହନ ରାଶି ସ୍ୱାମୀ ସ୍ତ୍ରୀ ଙ୍କ ମିଳିତ ଆକାଉଣ୍ଟ ରେ ସ୍ଥିର ରହିବ ସେମାନେ ବିବାହ ର ତିନି ବର୍ଷ ପରେ ମିଳିତ ଦସ୍ତଖତ ରେ ପ୍ରୋତ୍ସାହିତ ରାଶି କୁ ଏକାଠି ଉଠାଇ ପାରିବେ । ତେବେ ବନ୍ଧୁଗଣ ସରକାର ଙ୍କ ଦ୍ଵାରା ନିୟୋଜିତ ଏହି ଯୋଜନା ପ୍ରଶଂସା ଦାୟକ ଅଟେ । ଏହି ଯୋଜନା ଦ୍ଵାରା ସମାଜ ରେ ଥିବା ଦିବ୍ୟଙ୍ଗ ବ୍ୟକ୍ତି ଙ୍କୁ ତାଙ୍କ ଅଧିକାର ମିଳିବ ଏବଂ ଏହା ସହିତ ସେମାନେ ସମ୍ମାନ ର ସହ ଏହି ସମାଜ ରେ ବଂଚିପାରିବେ ଏବଂ ଅନ୍ୟ ବ୍ୟକ୍ତି ଏବଂ ତାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ରହିବ ନାହିଁ ।

ତେବେ ବନ୍ଧୁଗଣ ଏହା ଥିଲା ସରକାର ଙ୍କ ଦ୍ଵାରା ନିୟୋଜିତ ଦିବ୍ୟଙ୍ଗ ଙ୍କ ପାଇଁ ଯୋଜନା ଯାହା ସମ୍ବନ୍ଧରେ ଆଜି ଆମେ ଆପଣ ମାନଙ୍କୁ ଜଣାଇଲୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।