Hardik Pandya ଙ୍କୁ ଦଳରେ ନେବା ପାଇଁ ଚାହୁଁ ନଥିଲେ ସିଲେକ୍ଟର, କିନ୍ତୁ Dhoni ଙ୍କ ଏହି ପଦିଏ କଥା ବଞ୍ଚେଇଦେଲା Hardik ଙ୍କୁ, ଶୁଣିଲେ ଆପଣ କରିବେ ପ୍ରଶଂସା !

ଟି-୨୦ ବିଶ୍ଵକପ୍ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରିବା ନେଇ ପ୍ରଥମରୁ ହିଁ ପ୍ରଶ୍ନ ଉଠାଉଛନ୍ତି କ୍ରିକେଟ ପ୍ରେମୀ । ପାଣ୍ଡ୍ୟା ବ୍ୟାଟିଂରେ ସେହିଭଳି ଦମଦାର ପ୍ରଦର୍ଶନ କରୁ ନଥିବା ବେଳେ ବୋଲିଂ ମଧ୍ୟ କରି ନାହାନ୍ତି । ତେଣୁ ତାଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିବା ନେଇ ବାରମ୍ବାର କ୍ଯାପଟେନ କୋହଲି ଓ ଟିମ୍ ମ୍ୟାନେଜମେଣ୍ଟକୁ ପ୍ରଶ୍ନ କରୁଛନ୍ତି କ୍ରିକେଟ ପ୍ରେମୀ । ଏସବୁ ଭିତରେ ଏବେ ଏକ ନୂଆ ଖବର ସାମନାକୁ ଆସିଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନକୁ ନେଇ ଟିମ୍ ମ୍ୟାନେଜମେଣ୍ଟ ସେତେଟା ଖୁସି ନଥିବା ବେଳେ ତାଙ୍କୁ ଭାରତ ବିଦା କରିବାକୁ ବିସିସିଆଇ ଚିନ୍ତା ମଧ୍ୟ କରୁଥିଲା । କିନ୍ତୁ ମେଣ୍ଟର ମହେନ୍ଦ୍ର ସିଂ ଧୋନିଙ୍କ ପଦିଏ କଥା ପାଇଁ ପାଣ୍ଡ୍ୟାଙ୍କୁ ବିଶ୍ଵକପ୍ ଟିମ୍ ରେ ସାମିଲ କରିଥିଲା ବୋର୍ଡ । ଗତ କିଛି ଦିନ ଧରି ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଖରାପ ରହିଛି । ଖାସ କରି ଆଇପିଏଲ ରେ ପାଣ୍ଡ୍ୟାଙ୍କ ବ୍ୟାଟରୁ ସେତେ ବଡ ସ୍କୋର ଦେଖିବାକୁ ମିଳି ନଥିଲା । ୧୨ଟି ମ୍ଯାଚରୁ ମାତ୍ର ୧୨୭ ରନ୍ କରିବାରେ ସକ୍ଷମ ହୋଇଥିଲେ ହାର୍ଦ୍ଦିକ ।

ଏଭଳି ଖରାପ ଫର୍ମ କାରଣରୁ ପାଣ୍ଡ୍ୟାଙ୍କୁ ବିଶ୍ଵକପ୍ ଟିମ୍ ରୁ ବାଦ ଦେବାକୁ ବୋର୍ଡ ଯାଉଥିଲା ବୋଲି ଜାତୀୟ ଗଣମାଧ୍ୟମରୁ ଖବର ପ୍ରକାଶ ପାଇଛି । କିନ୍ତୁ ଧୋନିଙ୍କୁ ମେଣ୍ଟର କରାଯିବା ପରେ ସେ ପାଣ୍ଡ୍ୟାଙ୍କୁ ନେଇ ବୋର୍ଡ ସହ ଆଲୋଚନା କରିଥିଲେ । ଧୋନି କହିଥିଲେ ପାଣ୍ଡ୍ୟା ହେଉଛନ୍ତି ଟିମ୍ ପାଇଁ ସବୁଠୁ ଶ୍ରେଷ୍ଠ ଫିନିଶର । ଧୋନି ସିନା ତାଙ୍କୁ ଶ୍ରେଷ୍ଠ ଫିନିଶର କହି ବଞ୍ଚେଇ ଦେଇଥିଲେ, କିନ୍ତୁ ତାଙ୍କର ଏବେ କଣ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

କାରଣ ପାକିସ୍ତାନ ବିପକ୍ଷ ମ୍ଯାଚରେ ଆଦୌ ବୋଲିଂ କରି ନଥିଲେ ପାଣ୍ଡ୍ୟା ଓ ବ୍ୟାଟିଂରେ ମଧ୍ୟ ସେହିଭଳି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ ପାଣ୍ଡ୍ୟା । ତେବେ ଗତ ଦୁଇ ଦିନ ହେବ ନେଟରେ ପାଣ୍ଡ୍ୟାଙ୍କୁ ବୋଲିଂ କରୁଥିବା ଦେଖିବାକୁ ମିଳୁଛି । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଣ୍ଡ୍ୟା ବୋଲିଂ କରି ପାରନ୍ତି ବୋଲି କୁହାଯାଉଛି । ଯଦି ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ବୋଲିଂ ନ କରନ୍ତି ତେବେ ଆଗକୁ ଶାରଦୁଲ ଠାକୁର କିମ୍ବା ଦୀପକ ଚହରଙ୍କୁ ଟିମ୍ ରେ ସ୍ଥାନ ମିଳିପାରେ ।

ପାଣ୍ଡ୍ୟାଙ୍କୁ କ୍ରିକେଟ ପ୍ରଶଂସକ ପ୍ରଶ୍ନ ଉଠାଇଥିବା ବେଳେ କୋହଲି କିନ୍ତୁ ପାଣ୍ଡ୍ୟାଙ୍କ ପ୍ରଶଂସା କରିଛନ୍ତି । ରାତାରାତି ୬ ନମ୍ବର ସ୍ଥାନରେ ବ୍ୟାଟ୍ସମ୍ୟାନ ପ୍ରସ୍ତୁତ କରାଯାଇ ପାରିବ ନାହିଁ । ଅଷ୍ଟ୍ରେଲିଆ ବିପକ୍ଷରେ ପାଣ୍ଡ୍ୟା କିପରି ବ୍ୟାଟିଂ କରିଥିଲେ ତାହା ସମସ୍ତେ ଦେଖିଛନ୍ତି ।

ଦଳରେ ତାଙ୍କୁ ରଖାଯାଇଛି କାରଣ ସେ ଏପରି ଜଣେ ଖେଳାଳି ଯିଏ ବିରୋଧୀଙ୍କ ଠାରୁ ମ୍ଯାଚ ଛଡାଇ ଆଣିବାର କ୍ଷମତା ରଖିଛନ୍ତି । ସେ ଜଣେ ମ୍ଯାଚ ୱିନର ଖେଳାଳି ଓ ଟି-୨୦ରେ ଏଭଳି ଖେଳାଳିଙ୍କ ଆବଶ୍ୟକତା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।