ଧୋନୀ – କହିଲେ ଯେତିକି ଚାନ୍ସ ପନ୍ତଙ୍କୁ ଦିଆ ଯାଇଛି, ଯଦି ସେତିକି ଏହି ଖେଳାଳିକୁ ଦିଆ ଯାଇଥାନ୍ତା ତେବେ ଟିମକୁ ଦ୍ଵିତୀୟ…

ଟିମ ଇଣ୍ଡିଆ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଟୁରରେ ଅଛି । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୧ ଫେବୃୟାରୀ ରୁ ୪ ମାର୍ଚ ମଧ୍ୟରେ ୨ ଟି ଟେସ୍ଟ ମ୍ୟାଚର ସିରିଜ ଖେଳାଯିବ । ଏହା ପୂର୍ବରୁ ଟିମ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ଦିବସୀୟ ଅଭ୍ୟାସ ମ୍ୟାଚ ଖେଳା ଯାଇଥିଲା । ଅଭ୍ୟାସ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଙ୍ଗ କରି ପ୍ରଥମ ଦିନର ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ୭୮.୫ ଓଭରରେ ୨୬୩ ରନରେ ଅଲ ଆଉଟ ହୋଇଗଲେ ।

ଏହି ମ୍ୟାଚରେ ହନୁମା ବିହାରୀ ପ୍ରଥମ ପାରିରେ ୧୦୧ ରନ, ଚେତେଶ୍ୱର ପୁଜାରା ୯୩ ରନ, ଅଜିଂକ୍ୟ ରହାଣେ ୧୮ ରନ କରିଥିଲେ । ଏହା ପରେ କୌଣସି ବି ବ୍ୟାଟ୍ସମ୍ୟାନ ଅଧିକ ସମୟ ପର୍ଯ୍ୟନ୍ତ ଖେଳି ପାରିଲେ ନାହିଁ । ଦ୍ଵିତୀୟ ପାରିରେ ଦୁଇ ଟିମ ବରାବର ରନ କରି ଖେଳକୁ ସମାପ୍ତ କରିଦେଲେ ।

କହିବାକୁ ଗଲେ ଅଭ୍ୟାସ ମ୍ୟାଚର ପ୍ରଥମ ପାରିରେ ଋଷଭ ପନ୍ତ ୧୦ଟି ବଲରେ କେବଳ ୭ ରନ କରି ଆଉଟ ହୋଇଗଲେ । ଯାହା ପରେ କ୍ରିକେଟ ଫ୍ୟାନମାନେ ରାଗିଗଲେ ଓ ସୋସିଆଲ ମିଡିଆରେ କମେନ୍ଟ କରିବାକୁ ଲାଗିଲେ । ଟ୍ୱିଟର ୟୁଜରମାନେ ଲେଖିଲେ କି ‘ଯେତିକି ଚାନ୍ସ ଋଷଭ ପନ୍ତକୁ ଦିଆଯାଇଛି । ଯଦି ସେତିକି ଚାନ୍ସ ଲୋକେଶ ରାହୁଲଙ୍କୁ ମିଳିଥାନ୍ତା ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତକୁ ଜୁନିୟର ଧୋନୀ ମିଳିଯାଇ ଥାନ୍ତା ।

ମହେନ୍ଦ୍ର ସିଂହ ଧୋନୀ କହିଲେ କି, ‘ଲୋକେଶ ରାହୁଲଙ୍କୁ ବହୁତ ହିଁ କମ ୱିକେଟକୀପିଂଗ କରିବା ପାଇଁ ଚାନ୍ସ ମିଳିଛି ଓ ପନ୍ତଙ୍କୁ ସବୁ ଫର୍ମାଟରେ ବାରମ୍ବାର ଚାନ୍ସ ଦିଆ ଯାଇଛି । ଯଦି ରାହୁଲଙ୍କୁ ପନ୍ତଙ୍କ ଭଳି ଚାନ୍ସ ମିଳିଥାନ୍ତା ତେବେ ଭାରତକୁ ଏକ ଭଲ ୱିକେଟକୀପର ଓ ବ୍ୟାଟ୍ସମ୍ୟାନ ମିଳିଯାଇଥାନ୍ତା ଓ ଟିମ ଇଣ୍ଡିଆକୁ ଏକ ଜୁନିୟର ଧୋନୀ ବି ମିଳି ଯାଇଥାନ୍ତା ।

ଏବେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ଯାଚରେ ଇଣ୍ଡିଆ ପ୍ରଥମ ଇନିଙ୍ଗ୍ସ ରେ 165 ରନ ହିଁ କରିପାରିଥିଲା । ଜବାବରେ ନ୍ୟୁଜିଲାଣ୍ଡ 348 ରନରେ ଅଲଆଉଟ ହେଇଯାଇଥିଲା । 3ୟ ଦିବସ ଶେଷ ସୁଧା ଇଣ୍ଡିଆ 4 ୱିକେଟ ହରାଇ 144 ରନ କରିଛି ।