ଆମ ଦେଶ ଭାରତରେ ଜ୍ଯୋତିଷ ଶାସ୍ତ୍ର ଉପରେ ବହୁତ ବିଶ୍ବାସ କରାଯାଏ । ମାନ୍ୟତା ରହିଛି କି ଆମ ଜୀବନରେ ଘଟୁଥିବା ସବୁ ଶୁଭ ଏବଂ ଅଶୁଭ ପରିସ୍ଥିତି ଗ୍ରହ ମାନଙ୍କର ପ୍ରଭାବ ଯୋଗୁଁ ହୋଇଥାଏ । ବ୍ୟକ୍ତିଙ୍କ ଭାଗ୍ୟ ଗ୍ରହ ମାନଙ୍କର ଚଳନ ଓ ସ୍ଥିତିକୁ ଆଧାର କରି ନିର୍ଦ୍ଧାରିତ କରାଯାଏ । ତେବେ ସେହି ଅନୁସାରେ ଧନୁ ରାଶିଙ୍କ ପାଇଁ ଆଗାମୀ ଏପ୍ରିଲ ମାସଟି କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କଲେ ଲାଭବାନ ହେବେ ଆସନ୍ତୁ ଜାଣିବା ।
ଧନୁ ଅର୍ଥାତ ତୀର, ଯାହା ଗୋଟିଏ ସ୍ଥାନକୁ ଲକ୍ଷ୍ୟ ଭେଦ କରିଥାଏ । ତେଣୁ ଏହି ରାଶିର ଲୋକମାନେ ମଧ୍ୟ ଠିକ ସେହିପରି ଗୋଟିଏ ଲକ୍ଷ୍ୟକୁ କେନ୍ଦ୍ର କରି କାର୍ଯ୍ୟ କରିଥାନ୍ତି । ଏମାନେ ସ୍ପଷ୍ଟବାଦୀ ହୋଇଥିବାରୁ ଅନେକ ସମୟରେ ଅପ୍ରିୟ ସତକଥା କହି ଅଡୁଆରେ ମଧ୍ୟ ପଡିଥାନ୍ତି । ଏମାନେ ପରୋପକାରୀ ଓ ସରଳ ବିଶ୍ଵାସୀ ହୋଇଥାନ୍ତି । ବାହାରକୁ ଟାଣ ଦେଖାଗଲେ ମଧ୍ୟ ଭିତରୁ ଏମାନେ ବହୁତ ନରମ ହୋଇଥାନ୍ତି । ଏମାନେ ପରିବାର ପ୍ରିୟ ଓ କର୍ତ୍ତବ୍ୟନିଷ୍ଠ ମଧ୍ୟ ହୋଇଥାନ୍ତି ଏବଂ ସଂଘର୍ଷ କରି ସଫଳତା ଲାଭ କରିଥାନ୍ତି ।
ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୨ ଏପ୍ରିଲ ମାସଟି ସାମାନ୍ଯ ରହିବ । କିଛି କ୍ଷେତ୍ରରେ ସଫଳତା ତ ଆଉ କିଛି କ୍ଷେତ୍ରରେ ସମସ୍ଯାର ସମୁଖୀନ ହେବାକୁ ପଡିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ତଥା ରୋଜଗାରରେ ନୂଆ ନୂଆ ଅବସର ମଧ୍ୟ ପ୍ରାପ୍ତ ହେବ ।
ବିଦ୍ୟାର୍ଥୀ ମାନଙ୍କୁ ପୂର୍ବ ପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ କିନ୍ତୁ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ପିଲାଙ୍କୁ ସକାରାତ୍ମକ ଫଳ ପ୍ରାପ୍ତ ହେବ । କିଛି ବିଦ୍ୟାର୍ଥୀଙ୍କୁ ଘରଠୁ ଦୂରେଇ ରହିବାକୁ ପଡିବ । କ୍ଯାରିୟର ଦୃଷ୍ଟିରୁ ମଧ୍ୟ ମାସଟି ଅନୁକୂଳ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ଓ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ କାର୍ଯ୍ୟ କୌଶଳରେ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ ଓ ଦେଖା ଦେଉଥିବା ସମସ୍ଯା ସବୁ ଦୂର ହେବ ।
ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ସଫଳତାର ନୂଆ ମାର୍ଗ ଖୋଲିବ । କିଛି ବ୍ୟକ୍ତି ନୂଆ କାର୍ଯ୍ୟ ଆରମ୍ଭ କରିବାରେ ସଫଳ ହେବେ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ସମୟ ଆପଣଙ୍କ ପାଇଁ ଉତ୍ତମ ଓ ଅନୁକୂଳ ରହିବ । ଆପଣ ଯଦି ଅଯଥା ଖର୍ଚ୍ଚରେ ନିୟନ୍ତ୍ରଣ ରଖିବେ ତେବେ ଧନ ସଞ୍ଚୟ କରିବାରେ ସକ୍ଷମ ହେବେ ।
ମାସର ଉତ୍ତରାର୍ଦ୍ଧରେ ସରକାରୀ କ୍ଷେତ୍ରରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ ଓ ସାମାଜିକ ମନ ସମ୍ମାନ ଏବଂ ପଦ ପ୍ରତିଷ୍ଠା ଲାଭ ହେବ । ପାରିବାରିକ ଜୀବନ ମଧ୍ୟ ସାମାନ୍ଯ ରହିବ । ମାସର ମଧ୍ୟ ଭାଗରେ କିଛି ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦେଖା ଦେଇପାରେ ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରି ତାଙ୍କୁ ତୁଳସୀ ଜଳ ଅର୍ପଣ କରନ୍ତୁ ।
ଏହାସହ ଭଗବାନ ବିଷ୍ଣୁଙ୍କର ସହସ୍ରନାମ ପାଠ କରନ୍ତୁ ବା ଶୁଣନ୍ତୁ ଦେଖିବେ ଶୁଭଫଳ ନିଶ୍ଚିତ ପ୍ରାପ୍ତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।