ବନ୍ଧୁଗଣ କାର୍ତ୍ତିକ ମାସର ତ୍ରୟୋଦଶୀ ତିଥିକୁ ଧନ୍ତେରସ ବୋଲି କୁହାଯାଏ । ଏହିଦିନ ସମୁଦ୍ର ମନ୍ଥନରୁ ଧନ୍ବନ୍ତରୀ କଳସ ନେଇ ଆୟୁର୍ବେଦ ସହିତ ବାହାରକୁ ଆସିଥିଲେ ଓ ମା’ ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ କଳସ ନେଇ ଦୀପାବଳି ଦିନ ବାହାରିଥିଲେ । ସେଥିପାଇଁ ଧନତ୍ଵରୀକୁ ଧନ୍ବନ୍ତରୀଙ୍କ ଜନ୍ମ ଉତ୍ସବ ରୂପରେ ଏହାକୁ ପାଳନ କରାଯାଇଥାଏ । ଧନ୍ତେରସ ଦିନ କୁବେର ଦେବତାଙ୍କୁ ମଧ୍ୟ ପୂଜାପାଠ କରାଯାଏ । ତେବେ ବନ୍ଧୁଗଣ ଧନତେରସ ଦିନ ଯଦି ଆପଣ ଏପରି କିଛି ବସ୍ତୁ ନିଜ ଘରକୁ ଆଣିବେ । ତେବେ ଶାସ୍ତ୍ରର ମାନ୍ୟତା ଅନୁସାରେ ଆପଣଙ୍କ ତଥା ଆପଣଙ୍କ ଘରର ଉନ୍ନତି ହୋଇଥାଏ ।
ଦୀପାବଳିରେ ମା’ ଲକ୍ଷ୍ମୀଙ୍କର ଆରାଧନା କରାଯାଇଥାଏ । ଦୀପାବଳି ଦିନ ଯେଉଁ ବସ୍ତୁ ପୂଜାରେ ଆବଶ୍ୟକ ହୋଇଥାଏ । ସେ ସବୁ ଧନ୍ତେରସ ଦିନ କିଣିବାର ନିୟମ ରହିଛି । ମାଟିର ଦୀପ ଠାରୁ ଆରମ୍ଭ କରି ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି, କଉଡି, ଗୋମତୀ ଚକ୍ର, କମଳ ଗଟା, ବା ଗୁଞ୍ଜା ଏହିସବୁ ସାମଗ୍ରୀ ଧନ୍ତେରସ ଦିନ କିଣିବା ଉଚିତ । ଏହିସବୁ ଦୀପାବଳୀର ସମଗ୍ରୀ ଯଦି ଆପଣ ଧନତେରସ ଦିନ ଘରକୁ କିଣିକି ଆଣିଥାନ୍ତି । ତେବେ ଆପଣଙ୍କ ଘରର ସୁଖ, ଶାନ୍ତି ତଥା ସମୃଦ୍ଧିର ଉନ୍ନତି ହୋଇଥାଏ ।
ଏହି ରାତିରେ କିଛି ଖାସ ଉପାୟ ମଧ୍ୟ ହୋଇଥାଏ, ଯେମିତିକି ଧନ୍ତେରସ ଦିନ ଜମଦେବତାଙ୍କ ନାମରେ ଦୀପ ଦିଆଯାଇଥାଏ । ଧନତେରସରେ ଲୁଣ ନିହାତି ଭାବେ ଘରକୁ ଆଣିବେ । ଲୁଣକୁ ମା’ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ । ଲୁଣର ଛୋଟ ପ୍ରୟୋଗ ଆପଣଙ୍କୁ ଜୀବନର ସଫଳତାରେ ଠିକ ରାସ୍ତା ଦେଖାଇ ପାରିବ । ଲୁଣର ବହୁତ ଉପାୟ ଥାଏ ଯାହା ଧନ୍ତେରସ ଦିନ କରାଯାଇଥାଏ ।
ପ୍ରଥମେ ଆପଣ ଗୋଟେ ପ୍ୟାକେଟ ଲୁଣ ଧନ୍ତେରସ ଦିନ ବଜାରରୁ କିଣିକି ଆଣନ୍ତୁ । ଏହି ଲୁଣରୁ କିଛି ନେଇ ପାତ୍ରରେ ରଖନ୍ତୁ ସେହି ଲୁଣରେ ଆପଣଙ୍କୁ ୫ ଦିନ ପର୍ଯ୍ୟନ୍ତ ଖାଦ୍ୟ ବନେଇବାକୁ ପଡିବ । ପୂର୍ବରୁ ଯେଉଁ ଲୁଣରେ ଖାଇବା ବନାଉଥିଲା ତାକୁ ଫୋପାଡିବେ ନାହିଁ । ଯେତେବେଳେ ଲୁଣ ଭରିବେ ସେଥିରେ ଦୁଇ ଚାରିଟା ଲବଙ୍ଗ ପକାଇବେ । ଅଳ୍ପ ଲୁଣ ଘରର ସଫା କରିବା ପାଇଁ ରଖନ୍ତୁ । ଅର୍ଥାତ ସେହି ଲୁଣ ପାଣିରେ ଘର ପୋଛା କରନ୍ତୁ ।
ଆଉ କିଛି ଲୁଣ ଗୋଟେ ଛୋଟ ଗିନାରେ ନେଇ ପୂର୍ବ ଉତ୍ତର ଦିଗରେ ରଖୀ ଦିଅନ୍ତୁ । ଏହି ଉପାୟ ଆପଣଙ୍କ ଘରର ସବୁ ନକରାତ୍ମକ ଊର୍ଜାକୁ ଶୋଷିନେବ । ତେବେ ଧନତେରସରେ ଓ ଦୀପାବଳୀରେ ଯେଉଁ ସବୁ ଉପାୟମାନ କରୁଛନ୍ତି । ଯଦି ଆପଣ ବିଶ୍ବାସ ଓ ନିଷ୍ଠା ସହକାରେ ସେହିସବୁକୁ କରିବେ । ତେବେ ଆପଣଙ୍କ ଘର ପରିବାର ଉପରେ ନିଶ୍ଚିତ ମାତା ଲକ୍ଷ୍ମୀଙ୍କର କୃପା ବଜାୟ ରହିବ ।
ଯଦି ଲେଖାଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ