Vastu Tips- ଘରେ ଧନ ସମ୍ପତି ବୃଦ୍ଧି ପାଇଁ ଗୁରୁବାର ଦିନ ଜପନ୍ତୁ ଏହି 1 ମନ୍ତ୍ର, ଏତେ ଧନ ଆସିବ କି ସମ୍ଭାଳି ପାରିବେନି

ସପ୍ତାହର ଗୁରୁବାର ଦିନ ବହୁତ ଶୁଭ ହୋଇଥାଏ । ଏହି ଦିନ ବିଶେଷ ଭାବରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଜାଏ । ଗୁରୁଏକ ମହତ୍ବପୂର୍ଣ୍ଣ ଗ୍ରହ ଅଟେ । ବୃହସ୍ପତି ଦେବତାମାନଙ୍କର ଗୁରୁ ଅଟେ । ଗୁରୁବାର ଦିନକୁ ଧନ ଓ ସମୃଦ୍ଧି ପାଇଁ ଶୁଭ ମନାଯାଏ । ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣଙ୍କୁ ଏକାସାଙ୍ଗରେ ପୂଜା କରିବା ଦ୍ଵାରା ଜୀବନରେ ଖୁସି ମିଳିବା ସହ ଦାମ୍ପତ୍ୟ ଜୀବନରେ ମଧ୍ୟ ଖୁସି ମିଳିଥାଏ ଓ ଧନ ସମ୍ପତି ମିଳିଥାଏ । ଏହି ଦିନ ବିଷ୍ଣୁଙ୍କୁ ପୂଜା କରିବା ଦ୍ଵାର ଘରୋଇ ସମସ୍ୟା ଓ ମାନସିକ ଚିନ୍ତାରୁ ମୁକ୍ତି ମିଳିଥାଏ ।

ଧାର୍ମିକ ଦ୍ରୁଷ୍ଟି କୋଣରୁ ଗୁରୁବାରକୁ ବହୁତ ମହତ୍ଵ ଦିଆଯାଇଛି । ଏହି ଦିନ ଆପଣ ବିଧି ପୂର୍ବକ କିଛି ଉପାୟ କରନ୍ତି ତ ଜୀବନରେ ସବୁ ପ୍ରକାର ସମସ୍ୟାରୁ ମୁକ୍ତି ମିଳିଥାଏ । ଏବେ  ଆସନ୍ତୁ ଜାଣିବା ଗୁରୁବାର ଦିନ କରିବାକୁ ଥିବା  କିଛି ଉପାୟ ବିଷୟ ରେ ।

ଗୁରୁବାରର ଉପାୟ

ଏହି ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ଆଦି କାର୍ଯ୍ୟ କରି ନିଜକୁ ଶୁଦ୍ଧ କରି ନିଅନ୍ତୁ ।

ସ୍ନାନ କରିବା ସମୟରେ ଓଁ ବ୍ରୁ ବୃହସ୍ପତେ ନମଃ ଜପ କରନ୍ତୁ ।

ସ୍ନାନ ପରେ ହଳଦିଆ ବସ୍ତ୍ର ପିନ୍ଧନ୍ତୁ ।

ସାନ୍ନ ପରେ ଭଗବାନ ବିଷ୍ଣୁଙ୍କ ପ୍ରତିମା ଆଗରେ ଦୀପ ଜଳାନ୍ତୁ ।

ବିଷ୍ଣୁଙ୍କୁ ହଳଦିଆ ଫୁଲ ଓ ତୁଳସୀ ପତ୍ର ଅର୍ପଣ କଋ ପୂଜା କରନ୍ତୁ ।

ନିଜ ମୁଣ୍ଡରେ ହଳଦୀ, ଚନ୍ଦନ କିମ୍ବା କେସର ର ତିଳକ ଲଗାନ୍ତୁ ।


ଯଦି ଆପଣ ଗୁରୁବାର ଦିନ ବ୍ରତ ରଖିବା ପାଇଁ ଚାହୁଁ ଛନ୍ତି ତେବେ ବହୁତ ଭଲ । ଏହା ସହ କଦଳୀ ଗଛରେ ଜଳ ଅର୍ପଣ କରି ପୂଜା ଅର୍ଚନା କରନ୍ତୁ । ଏହା ଦ୍ଵାରା ବୈବାହିକ ଜୀବନରେ ଖୁସି ଆସିବ ।


ବୃହସ୍ପତିବାର ଦିନ ହଳଦିଆ ବସ୍ତ୍ର ଧାରଣ କରିବା ଶୁଭ ହୋଇଥାଏ ।  ବ୍ରାହ୍ମଣମାନଙ୍କୁ ଏହି ଦିନ ହଳଦିଆ ରଙ୍ଗର ଜିନିଷ ଦାନ କରନ୍ତୁ ଶୁଭ ଫଳ ମିଳିବ । ଗୁରୁବାର ଦିନ ଚଣା ଡାଲି ଓ କିଛି ଗୁଡ ଘରର ଦ୍ଵାରରେ ରଖନ୍ତୁ । ଆପଣ ଯଦି ଚାହୁଁ ଛନ୍ତି ଆପଣଙ୍କ ଘରେ କୌଣସି ପ୍ରକାରର ଆର୍ଥିକ କ୍ଷେତ୍ର ରେ କୌଣସି ସମସ୍ୟା ନ ରହୁ ତେବେ ଏହି ଉପାୟ ଗୁଡିକ କରନ୍ତୁ । ଗୁରୁବାର ଦିନ ଏହି ବ୍ରତ ରଖିଲେ ଆପଣଙ୍କୁ ନିଶ୍ଚିତ ଭାବରେ ସତ୍ୟନାରାୟଣ ବ୍ରତ କଥା ପଢିବାକୁ ନଚେତ ଶୁଣିବାକୁ ପଡିବ ।

ଧନ – ସମ୍ପତି ଓ ବୈଭବ ପାଇଁ ଗୁରୁବାର ଦିନ ଏହି ମନ୍ତ୍ର ଜପ କରନ୍ତୁ

ଓଁ ବ୍ରୁ ବୃହସ୍ପତଏ ନମଃ ।

ଓଁ କ୍ଲିଙ୍ଗ ବୃହସ୍ପତଏ ନମଃ ।

ଓଁ ଗ୍ରାଂ ଙ୍ଗ୍ରି ଙ୍ଗ୍ର ଶ ଗୁରବେ ନମଃ ।

ଓଁ ଏଁ ଶ୍ରିଂ ବୃହସ୍ପତଏ  ନମଃ ।

ଓଁ ଗୂଂ ଗୁରବେ ନମଃ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।