ଧାନ ଅମଳ କରିବା ସମୟରେ ହଠାତ ଧାନ ମେସିନ ଭିତରେ ପଶିଗଲେ ଶ୍ରମିକ, ଆଉ ତା ପରେ…

ଧାନ ମେସିନ ରେ ପଶିଗଲେ ଶ୍ରମିକ । ମେସିନ ଚଳଉ ଥିବା ବେଳେ ଶ୍ରମିକ ଜଣକ ମେସିନ ରେ ହଠାତ କେମିତି ପଶିଗଲେ । ମେସିନ ଭିତରେ ଗୁଡାଇ ହୋଇ ଯିବାରୁ ଶ୍ରମିକଙ୍କର ମୃତ୍ୟୁ ହୋଇଗଲା । ହଁ ଦର୍ଶକ ବନ୍ଧୁ ମୃତ୍ୟୁ ଏମିତି ବି ଆସେ ହଠାତ ଆଉ ଅତି ଦୟନୀୟ ଭାବେ । ଯାହା ପାଇଁ ସମସ୍ତଙ୍କୁ ଭସାଇ ନେଇ ଚାଲିଯାଏ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଜିରାବାଇ ଗୋଲାସାହି ନିକଟରେ ।

ଯେଉଁ ଠାରେ ଧାନ ଅମଳ କରୁଥିବା ସମୟରେ ଘଟିଛି ଏଭଳି ଅଘଟଣ । ମେସିନ ଶ୍ରମିକ ଙ୍କୁ ପୁରା ଟାଣି ନେଇ ଘୂରାଇ ଦେଇଛି । ତେବେ ମୃତକ ଙ୍କ ନାମ ହେଉଛି ଟୁଲୁ । ଶ୍ରମିକ ଜଣକ ମେସିନ ପଶି ମୃତ୍ୟୁବରଣ କରିଥିବାରୁ ଏବେ କାନ୍ଦି କାନ୍ଦି ଗାଡି ଯାଉଛନ୍ତି ପରିବାର ଲୋକେ । ଏ ଦ୍ରୁଶ୍ଯ ହୃଦୟ ବିଦାରକ । ମେସିନ ପାଖରେ ଅଛନ୍ତି ସହ ସହ ଲୋକେ । ଶ୍ରମିକ ଜଣକ ନିଜ ଘର ପାଖରେ ମେସିନ ରଖିକି କାମ କରୁଥିବା ବେଳେ ଘଟି ଯାଇଛି ଏଭଳି ଅଘଟଣ ।

ଶ୍ରମିକ ଙ୍କୁ ଦେଖିବା ପରେ ସହ ସହ ଲୋକେ ରୁଣ୍ଡ ହୋଇଛନ୍ତି । ସୂଚନା ଅନୁଯାୟୀ ଟ୍ରାକ୍ଟର ମାଲିକ ହୃଦୟ ରଞ୍ଜନ ଙ୍କ ପାଖରେ 18 ରୁ 20 ବର୍ଷ ହେବ ଶ୍ରମିକ ଭାବେ କାମ କରୁଥିଲେ ମୃତକ ଟୁଲୁ । ଗତ କାଲୀ ଯେବେ ଟୁଲୁ ଧାନ ଅମଳ ମେସିନ ରେ ଧାନ ବିଡା ପକାଇ ଥିଲେ ସେତେବେଳେ କୌଣସି କାରଣରୁ ଟୁଲୁ ଙ୍କର ଗୋଡ ଖସି ଯାଇଥିଲା । ଆଉ ସେ ଦେଖୁ ଦେଖୁ ଧାନ ଅମଳ ମେସିନ ରେ ଟାଣି ହୋଇ ଯାଇଥିଲେ ।

ଯେଉଁଥି ରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଛି । ଏହି ଘଟନା ବାବଦରେ ସୂଚନା ପାଇବା ପରେ ଜଗନ୍ନାଥ ଥାନା ପୋଲିସ ପହଞ୍ଚି ମେସିନ ଭିତରୁ ମୃତ ଦେହକୁ ଉଧାର କରିଛି । ଶବ କୁ ଉଧାର କରି ଶବ ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଛି । ଏହା ସହ ଟ୍ରାକ୍ଟର ଓ ଧାନ ଅମଳ ମେସିନ କୁ ଜବତ କରି ଥାନାକୁ ନେଇଥିବା କହିଛି ପୋଲିସ ।

ତେବେ ଟୁଲୁ ଙ୍କୁ ହରାଇ ଏବେ ପୁରା ପରିବାର ରେ ଶୋକର ଛାୟା ଖେଳି ଯାଇଛି ।ଏ ତାଙ୍କ ଘରର ଏକମାତ୍ର ରୋଜଗାରିଆ ଥିଲେ । ହଠାତ ଟୁଲୁ ଙ୍କର ଏମିତି ମୃତ୍ୟୁ ହୋଇଯିବ ତାହା କେହି କେବେ ଭାବି ନ ଥିବେ । ତେବେ ଟୁଲୁ ଙ୍କର ଏଭଳି ଅକାଳ ବିୟୋଗ ରେ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବନ୍ଧୁଗଣ ଆଗକୁ ଏଭଳି ଖବର ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।