ବନ୍ଧୁଗଣ ଏବେ ପର୍ବ ପର୍ବାଣି ର ଦିନ ଆରମ୍ଭ ହୋଇଗଲା । ୫ ଦିନ ଯାଏଁ ଚାଲୁଥିବା ଏହି ଦୀପାବଳି ର ପର୍ବରେ ଧନତେରସ ଦିନ ଟି ଥାଏ । ତାହାକୁ କିଣାକିଣି ର ବିଶେଷ ଦିନ ଭାବେ ମାନାଯାଏ । ଏମିତିକି ବହୁତ ବଡ ଶୁଭ କାର୍ଯ୍ୟ ମଧ୍ୟ ଧନତେରସକୁ ମାନା ଯାଇଥାଏ । ସୁନା, ଚାନ୍ଦି ଲୋକେ ଧନତେରସରେ କିଣିଥାନ୍ତି । ଏହା ବ୍ଯତୀତ ଧନତେରସ ଦିନ ଏମିତି ଅନ୍ୟ କିଛି ଜିନିଷ କିଣିଲେ ମା ଲକ୍ଷ୍ମୀ ଙ୍କ ଆଗମନ ଆପଣଙ୍କ ଘରକୁ ହେବା ସହ ତାଙ୍କ କୃପା ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ ଧନତେରସ ଦିନ କିଣିଲେ ଧନର ବୃଦ୍ଧି ହୋଇଥାଏ ।
୧- କଇଁଛ ମୁଦି : ଧନତେରସ ଦିନ କଇଁଛ ମୁଦି ଚାନ୍ଦି ରେ ତିଆରି କରି ଧାରଣ କରିଲେ ଅନାମିକା ଆଙ୍ଗୁଳିରେ ପିନ୍ଧିଲେ ମା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ ।
୨- ଭଗବାନଙ୍କ ଫୋଟୋ : ଧନତେରସ ଦିନ ମା ଲକ୍ଷ୍ମୀ ବା ଭଗବାନ ଗଣେଶଙ୍କ ଫୋଟ ଘରକୁ ଆଣନ୍ତୁ । ଏହା ଦ୍ଵାରା ମଙ୍ଗଳ ହୋଇଥାଏ ।
୩- ମୟୁର ପର : ମୟୁର ପର ବହୁତ ଶୁଭ ମାନା ଯାଇଥାଏ । ଏହାକୁ ଧନତେରସ ଦିନ ମୁଖ୍ୟ ଦ୍ବାର ରେ ଲଗାଇବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ।
୪- ଶଙ୍ଖ : ଶଙ୍ଖ କୁ ବାସ୍ତୁ ଅନୁଯାୟୀ ବହୁତ ଶୁଭ ମାନା ଯାଇଥାଏ । ଧନତେରସ ଦିନ ଶଙ୍ଖ ଘରକୁ ଆଣନ୍ତୁ ।
୫- ମା ଲକ୍ଷ୍ମୀଙ୍କ ଚରଣ ପାଦୁକା : ଧନତେରସ ଦିନ ମା ଲକ୍ଷ୍ମୀ ଙ୍କ ଚରଣ ପାଦୁକ ଘରକୁ ଆଣି ପୂଜା ସ୍ଥାନରେ ବା ମା ଲକ୍ଷ୍ମୀ ଙ୍କ ଆଗରେ ରଖନ୍ତୁ । ଘରେ ଧନର ଅଭାବ କେବେ ବି ହେବ ନାହି ।
୬- ପଦ୍ମ ଫୁଲ : ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଧନତେରସ ଦିନ ପଦ୍ମ ଫୁଲ ନେଇ ଆସନ୍ତୁ । ଧନତେରସ ଦିନ ଯେଉଁ ବି ଜିନିଷ ଆଣିବେ ତାହାକୁ ଦୀପାବଳି ଦିନ ନିଶ୍ଚୟ ପୂଜା କରନ୍ତୁ ।
୭- ଧନିଆ : ଧନତେରସ ଦିନ ଧନିଆ ଘରକୁ କିଣି ଆଣନ୍ତୁ । ଏହା ମା ଲକ୍ଷ୍ମୀ ଙ୍କୁ ଆକର୍ଷିତ କରିଥାଏ ।
୮- ଘୋଡା : ଧନତେରସ ଦିନ ଦୌଡୁଥିବା ୭ଟି ଘୋଡା ର ଫୋଟୋ ଘରକୁ ଆଣିଲେ ଧନର ଅଭାବ ଘରେ ହେବ ନାହି । ଏହାକୁ ବହୁତ ଲାଭକାରୀ ମାନା ଯାଇଥାଏ । ଏହା ସହ ମା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ ।
୯- ଝାଡୁ : ଧନତେରସ ଦିନ ଘରକୁ ଝାଡୁ ଆଣି ଦୀପାବଳି ଦିନ ପୂଜା କରିଲେ ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେଲେ ଝାଡୁ ନିଶ୍ଚୟ ଘରକୁ ଆଣନ୍ତୁ ।
୧୦- କଉଡି : ଧନତେରସ ଦିନ କଉଡି ଆଣି ମା ଲକ୍ଷ୍ମୀ ଙ୍କୁ ଅର୍ପିତ କରି ଦୀପାବଳି ଦିନ ପୂଜା କରନ୍ତୁ । ଦେଖିବେ ଆପଣଙ୍କ ଘରେ ଧନର ଅଭାବ ହେବ ନାହି । ଏହା ସହ ଧନତେରସ ଦିନ ଗରିବ ମାନଙ୍କୁ ଦାନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।