ଦ୍ଵିତୀୟ ଲହରର କୋପ ପରେ ଗତ ଦୁଇ ମାସ ଧରି ଦେଶରେ କରୋନା ସଂକ୍ରମଣ ମାମଲା ନ୍ଯୁନତମ ସ୍ତରରେ ରହିଛି । ତଥାପି କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’ ଦେଶବାସୀଙ୍କୁ ପୁଣି ଥରେ ଭୟଭୀତ କରୁଛି । କାରଣ ଗତ ୧୫ ଦିନ ମଧ୍ୟରେ ଏକ ହଜାରରୁ ମଧ୍ୟ ଅଧିକ ଲୋକ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଛନ୍ତି, ଯେଉଁଠାରେ କରୋନାର ଓମିକ୍ରନ ଭ୍ୟାରିଆଣ୍ଟ କାୟା ବିସ୍ତାର କରିବାରେ ଲାଗିଛି ।ଏହାସହ ଆମେରିକାର ପ୍ରମୁଖ ସଂକ୍ରମଣ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫାଉଚି ମଧ୍ୟ କରୋନାର ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ସତର୍କ ଘଣ୍ଟି ବଜାଇ ସାରିଛନ୍ତି ।
ନୂଆ ଭାଇରାସ ସହଜରେ ବ୍ୟାପିବା ପାଇଁ ସଂକେତ ଦେଇସାରିଛି ଓ ଏହାକୁ ହାଲୁକାରେ ନେବାକୁ ଭୁଲ୍ କରିବା ଉଚିତ ବୋଲି ସେ କହିଛନ୍ତି । ସେଥିପାଇଁ ଆମେରିକା, ବ୍ରିଟେନ, ଇସ୍ରାଏଲ, ଅଷ୍ଟ୍ରେଲିଆ, ୟୁରୋପର କିଛି ଦେଶ ଓ ଜାପାନ ସମତେ ପ୍ରାୟ ୧୯ଟି ଦେଶ ସେମାନଙ୍କ ଦେଶକୁ ଯାତ୍ରା କରିବାକୁ ନେଇ ଅନେକ ପ୍ରକାର ପ୍ରତିବନ୍ଧ ମଧ୍ୟ ଲଗାଇ ସାରିଛନ୍ତି ।
ତେବେ ଏମିତି ବେଳେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କି କଣ ପୁଣି ଥରେ ଦେଶରେ ଲାଗିବ କି ଲକଡାଉନ ? ଆଉ ଥରେ ଆରମ୍ଭ ହୋଇଗଲାଣି କି ଲକଡାଉନର ପ୍ରସ୍ତୁତି ? କରୋନାର ଓମିକ୍ରନ ଭ୍ୟାରିଆଣ୍ଟ ପୁରା ଦୁନିଆରେ ଚିନ୍ତା ବଢାଇଛି । ଓମିକ୍ରନ ଦ୍ଵାରା ଦୁନିଆର ଅନେକ ଦେଶକୁ ବିପଦ ରହିଛି ବୋଲି WHO ମଧ୍ୟ କହି ସାରିଛି । ଦକ୍ଷିଣ ଆଫ୍ରିକାର ଯେଉଁ ସ୍ଥାନରୁ ଓମିକ୍ରନ ଭାଇରାସ ସାମନାକୁ ଆସିଥିଲା ସେଠାରେ ଏବେ ଦିନକୁ ସଂକ୍ରମଣ ମାମଲା ୩୦ ପ୍ରତିଶତ ବଢିଯାଇଛି ।
ଦେଶ ସହ ଏବେ ରାଜ୍ୟମାନେ ବାହାର ରାଜ୍ୟରୁ ସେମାନଙ୍କ ରାଜ୍ୟକୁ ଯାତ୍ରା ଉପରେ କଟକଣା ଲଗାଇ ସାରିଲେଣି । କର୍ଣ୍ଣାଟକ ଏହିଭଳି କଟକଣା ଲାଗୁ କରି ସାରିଥିବା ବେଳେ ଓମିକ୍ରନ ପ୍ରଭାବିତ ଦେଶକୁ ବିମାନ ଚଳାଚଳ ବନ୍ଦ କରିବା ପାଇଁ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଆମ ଦେଶ କରୋନା କବଳରୁ ବହୁତ କଷ୍ଟରେ ମୁକ୍ତ ହୋଇଛି, ତେଣୁ କରୋନାର ତୃତୀୟ ଲହର ଯେପରି ନଆସେ ସେଥିପ୍ରତି ଆମକୁ କଡା ଦୃଷ୍ଟି ଦେବାକୁ ହେବ ।
ସେହିପରି ଗତ ନଭେମ୍ବର ୨୮ତାରିଖରେ ମଧ୍ୟ ଦେଶରେ ବିଦେଶରୁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଦିଆ ଯାଇଛି । ସେହି ଅନୁସାରେ ବିଦେଶ ଯାତ୍ରୀଙ୍କୁ ଗତ ୧୪ ଦିନ ମଧ୍ୟର ନେଗେଟିଭ RT PCR ଟେଷ୍ଟ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ନଭେମ୍ବର ୨୪ ତାରିଖରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନକୁ ଚିହ୍ନଟ କରା ଯାଇଥିଲା । ଯାହା ଏବେ ଆହୁରି ୧୩ଟି ଦେଶକୁ ବ୍ଯାପିଗଲାଣି ।
ତେବେ ଆମ ଦେଶରେ ଓମିକ୍ରନରୁ କିପରି ରକ୍ଷା ପାଇହେବ ସେନେଇ ୨୮ ନଭେମ୍ବରରେ ଗୃହସଚିବ ଏକ ଜରୁରୀକାଳୀନ ବୈଠକ ରଖିଥିଲେ । ଭାଇରସରୁ ରକ୍ଷା ପାଇବା ପାଇଁ ଭିନ୍ନ ଭିନ୍ନ ଉପାୟ ଉପରେ ଚର୍ଚ୍ଚା ହୋଇଥିଲା । ସେହିପରି ଦେଶରେ ମଧ୍ୟ ପରିସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କଟକଣା ବିଶେଷ କଡା କରା ଯାଇ ନଥିଲେ ମଧ୍ୟ ଆଗକୁ ପରିସ୍ଥିତି ସମୀକ୍ଷା କରିବା ପରେ ପଦକ୍ଷେପ ନିଆଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।