Diebetes ଭଲ କରିବାର ସବୁଠୁ ଚମତ୍କାରୀ ଉପାୟ, ମାତ୍ର 1 ମାସରେ ହେବ କଣ୍ଟ୍ରୋଲ (Health Tips)

ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଘରୋଇ ଉପଚାର ନେଇ ଆସିଛୁ ତାହା ବହୁତ ହିଁ ପ୍ରଭାବି ଅଟେ । ଏହା ସୁଗାର ଓ ଡାଏବେଟିସକୁ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିବ । ଔଷଧ ବି ବନ୍ଦ ହୋଇଯିବ । କିନ୍ତୁ କିଛି ସାବଧାନତା ବି ରଖିବାକୁ ପଡିବ । କେବଳ ଡାଏବେଟିସ ନୁହେଁ ଅନ୍ୟ କେତେକ ରୋଗ ପାଇଁ ଏହା ବହୁତ ଭଲ ଅଟେ । ଏହି ଘରୋଇ ଉପଚାର ପାଇଁ ଆପଣଙ୍କୁ ୨୫୦ ଗ୍ରାମ ମେଥି ଦାନା, ୧୦୦ ଗ୍ରାମ ଜୁଆଣୀ, ୫୦ ଗ୍ରାମ କଳାଜିରୀ ଦରକାର ।

ପ୍ରଥମେ ଆପଣ ଏହି ତିନୋଟି ଜିନିଷକୁ ଅଳ୍ପ ଅଳ୍ପ କରି ଭାଜି ଦିଅନ୍ତୁ । ପ୍ରଥମେ ଆପଣ କଢେଇ କିମ୍ବା ପ୍ୟାନ ନେଇ ତାକୁ ଗ୍ୟାସରେ ରଖି ସେଥିରେ ମେଥି ଦାନା ପକାଇ ତାକୁ ୧ ମିନିଟ ପର୍ଯ୍ୟନ୍ତ ଭଲରେ ଭାଜନ୍ତୁ । ଏହାକୁ ଆପଣ ଅଳ୍ପ ଭାଜିବେ ଅଧିକ ଭାଜିବେ ନାହିଁ ନଚେତ ଏହା ପୋଡି ଯାଇ ପାରେ । ମେଥି ଦାନାକୁ ଅନ୍ୟ ଏକ ପାତ୍ରରେ ବାହାର କରି ପୁଣି ଜୁଆଣୀକୁ କଢେଇରେ ଦେଇ ତାକୁ ୩୦ ସେକନ୍ଡ ପର୍ଯ୍ୟନ୍ତ ଭାଜନ୍ତୁ ।

ଆପଣ ଏହାକୁ ଅନ୍ୟ ଏକ ପାତ୍ରରେ ବାହାର କରି ଦିଅନ୍ତୁ । ସେହିଭଳି କାଳିଜିରୀକୁ ବି ଅଧ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏହାକୁ ବି ଅନ୍ୟ ଏକ ପାତ୍ରରେ ବାହାର କରି ରଖନ୍ତୁ । କହିଦେଉଛୁ କି ସବୁ ଜିନିଷକୁ ଏକତ୍ରିତ ଭାଜିବେ ନାହିଁ । କାରଣ ମେଥି ଭାଜିବାକୁ ଅଧିକ ସମୟ ଲାଗିଥାଏ ।

ଯଦି ମେଥି ସହ ଆପଣ ଜୁଆଣୀ ଓ କଳାଜିରୀକୁ ଭାଜିବେ ତେବେ ଏହା ପୋଡି ଯାଇ ପାରେ । ବର୍ତ୍ତମାନ ଆପଣ ଏହି ସବୁ ଜିନିଷକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ମେଥି, ଜୁଆଣୀ ଓ କାଳିଜିରୀକୁ ଅଲଗା ଅଲଗା ଗ୍ରାଇଡିଙ୍ଗ କରି ଦିଅନ୍ତୁ । ଏହି ସବୁ ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଆପଣ ଗୋଟିଏ ସମୟରେ ଯେତେ ବି ପରିମାଣରେ ଚାହିଁବେ ଏହାକୁ ତିଆରି କରି ରଖି ପାରିବେ । ଏହାକୁ ଆପଣ ଏକ ଡବାରେ ରଖି ପାରିବେ ଓ ତିନି ମାସ ପର୍ଯ୍ୟନ୍ତ ସେବନ କରି ପାରିବେ ।

ଏହାକୁ ଆପଣ ଦିନକୁ କେବଳ ଥରେ ରାତିରେ ଖାଇବା ପରେ ସେବନ କରନ୍ତୁ । ଖାଇବାର ଦୁଇ ଘଣ୍ଟା ପରେ ବି ଆପଣ ଏହାର ସେବନ କରନ୍ତୁ । ଆପଣ ଏହି ପାଉଡରର ଗୋଟିଏ ଚାମଚ ନେଇ ତାକୁ ଉଷୁମ ପାଣିରେ ସେବନ କରନ୍ତୁ । ଆପଣଙ୍କ ଡାଏବେଟିସ ଯେତେ ପୁରୁଣା ହେଲେ ବି ମାସେ ଏହାକୁ ଲଗାତାର ସେବନ କରିବା ଦ୍ଵାରା ଆପଣ ଡାଏବେଟିସ କମ ହେବାକୁ ଲାଗିବ ।