ନା ଥିଲା ବ୍ଯାଣ୍ଡ ନା ବରଯାତ୍ରୀ, ବର ଏକୁଟିଆ ଯାଇ ଏମିତି ଅଜବ ଭାବେ ନେଇ ଆସିଲା ନିଜ ଦୁଲ୍ହନ, ଦେଖନ୍ତୁ ଭିଡିଓ

ନା ବ୍ୟାଣ୍ଡ ନା ବାଜା ନିଜେ ଏକା ଗାଡ଼ି ଚଳାଇ ଯାଇ ମଣ୍ଡପ ପହଞ୍ଚିଥିଲା ବର । ସେଠାରେ ସାତ ଫେରା ନେଇ କନ୍ୟାକୁ ସାତ ଜନ୍ମ ପାଇଁ ନିଜ ଜୀବନସାଥି ବନାଇ ନେଲେ । ଏହି କରୋନା ସମୟରେ ସେଠାରେ ବିବାହ ସମାରୋହରେ କେବଳ ୨୦ ଲୋକଙ୍କୁ ନେଇ ଆୟୋଜନ କରିବାର ନିୟମ ଲାଗୁ ହୋଇଛି । ଅନେକ ସ୍ଥାନରେ ଲୋକ ଏହି ନିୟମ ଉଲ୍ଲଙ୍ଘନ କରୁଥିଲେ ମଧ୍ୟ ଏପରି ଘଡିସନ୍ଧି ସମୟରେ ଏହି ଯୁବକ ଜଣକ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ମାମଲାଟି ହିମାଚଳ ପ୍ରଦେଶର ହମିରପୁର୍ ଜିଲ୍ଲାର ଅଟେ ।

ଭୋରଞ୍ଜ ଉପମଣ୍ଡଳର ଗାଁ ଘମରୋଲ ର ନିର୍ମଳ ଶର୍ମା ନାମକ ଏହି ଯୁବକ ନିଜ ବାହାଘରରେ ଏକା ଗାଡ଼ି ଚଳାଇ ଯାଇ କନ୍ୟାଙ୍କ ଘର ପପଲୋହରେ ପହଞ୍ଚିଥିଲେ । କରୋନା ମହାମାରୀ ହେତୁ ନିଜ ବିବାହରେ ଏକା ହିଁ ଯିବାକୁ ନିର୍ଣ୍ଣୟ ନେଇଥିଲେ ଯୁବକ ଜଣକ । ସେ ନିଜ ଗାଁ ରୁ ୧୫କିମି ଦୂର ପପଲୋହ ଗାଁ ରେ ନିଜେ କାର୍ ଚଳାଇ ଯାଇ ପହଞ୍ଚିଥିଲେ ଓ ବିବାହ କରି କନ୍ୟାଙ୍କୁ ନିଜେ ଘରକୁ ଆଣି ଆସିଥିଲେ ।

ତାଙ୍କ ବିବାହର ସବୁଠୁ ଖାସ୍ ବିଷୟ ହେଉଛି ବିବାହରେ ବର ଓ କନ୍ୟାଙ୍କ ବ୍ୟତୀତ କେବଳ ବିବାହ କାର୍ଯ୍ୟ କରୁଥିବା ପଣ୍ଡିତ ହିଁ ଉପସ୍ଥିତ ଥିଲେ । ଏହି ନିଆରା ବିବାହର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯୁବକ ନିର୍ମଳଙ୍କ ଘରେ କୋଭିଡ ପ୍ରୋଟୋକଲ ଅନୁଯାୟୀ ବିବାହର ସମସ୍ତ ରୀତିନୀତି ସମ୍ପନ୍ନ କରା ଯାଇଥିଲା ।

କୋଭିଡ଼ ନିୟମ ଅନୁଯାୟୀ ବର୍ତ୍ତମାନ ହିମାଚଳ ପ୍ରଦେଶରେ ବରଯାତ୍ରୀ ପାଇଁ ୨୦ ଲୋକଙ୍କ ପାଇଁ ଅନୁମତି ରହିଛି । ମାତ୍ର ବରଯାତ୍ରୀରେ ୨୦ ଲୋକଙ୍କୁ ନେଇ ଯିବା ଅନୁମତି ରହିଥିବା ସତ୍ତ୍ବେ ମଧ୍ୟ ସେ ସରକାରଙ୍କ ନିୟମକୁ ମାନ୍ୟ କରି କେବଳ ନିଜେ ବିବାହ କରିବାକୁ ଯାଇଥିଲେ ।

କନ୍ୟା ଘରେ ମଧ୍ୟ କୋଭିଡ୍ ନିୟମ ଖୁବ୍ ଶୃଙ୍ଖଳା ସହ ପାଳନ କରିଥିଲେ । ବର, କନ୍ୟା ଓ ପଣ୍ଡିତ ଏହି ୩ ଜଣ କେବଳ ବିବାହ ମଣ୍ଡପରେ ଉପସ୍ଥିତ ରହି ସମସ୍ତ ବିଧି ବିଧାନ ସହ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ ଓ ତା ପରେ କନ୍ୟା ଘରୁ ବିଦାୟ ନେଇ ଏକା କନ୍ୟାଙ୍କୁ ଧରି ଗାଡ଼ି ଚଳାଇ ବର ନିଜ ଘରକୁ ଫେରିଥିଲେ ।

ନିର୍ମଳ ଯେପରି ନିଜ ବିବାହରେ କୋଭିଡ୍ ନିୟମ ପାଳନ କଲେ ସେପରି ସମସ୍ତେ ନିଜ ବିବାହରେ ସମସ୍ତ ନିୟମ ମାନିବାକୁ ନିର୍ମଳ ଆହ୍ବାନ କରିଛନ୍ତି । ଯାହା ଦ୍ଵାରା ସମସ୍ତେ ମହାମାରୀରୁ ବଞ୍ଚିତ ରହି ପାରିବେ । ସ୍ଥାନୀୟ ଲୋକେ କହିଛନ୍ତି କରୋନାକୁ ହରାଇବା ପାଇଁ ଯୁବକ ଜଣକ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଖୁବ୍ ପ୍ରଶଂସା ଯୋଗ୍ୟ ଅଟେ । ଏହି କରୋନା ମହାମାରୀ ସମୟରେ ଏପରି ବିବାହକୁ ଦେଖି ଯୁବପିଢି ଖୁବ୍ ଖୁସି ପ୍ରକାଶ କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।