ଦେଖ ଦେଖ ନାଚୁଛି ଓଟ ! ଡିଜେ ର ତାଳେ ତାଳେ ଗୋଡ ଟେକି ମୁଣ୍ଡ ହଲେଇ ନାଚୁଛି ଓଟ, ବିଶ୍ବାସ ହେଉନି ଯଦି ଦେଖନ୍ତୁ ଏହି video

ଗୀତର ତାଳେ ତାଳେ ଗୋଡ ଟେକି ମୁଣ୍ଡ ହଲେଇ ନାଚୁଛି ଓଟ । ଏକଥା ଆପଣଙ୍କୁ ଶୁଣିବାକୁ ଏକଦମ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ସୋସିଆଲ ମିଡିଆରେ ଏଭଳି ଏକ ଦୃଶ୍ୟର ଭିଡିଓ ଖୁବ ଭାଇରାଲ ହେଉଛି । ଯାହା ଦେଖିଲେ ଆପଣ ଏକଦମ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ସବୁ ଭାଇରାଲ ହୋଇଥାଏ । ସେଗୁଡିକ ମଧ୍ୟରୁ ପଶୁପକ୍ଷୀଙ୍କ ଭିଡିଓ ସବୁ ଦେଖିବାକୁ ନେଟିଜେନ ମାନେ ବେଶ ପସନ୍ଦ କରିଥାନ୍ତି ।

କୌଣସି ପୋଷା ବା ଗୃହପାଳିତ ପ୍ରାଣୀ ହୁଅନ୍ତୁ ଅବା ଚିଡିଆଖାନା ବା ସଫାରିରେ ରହୁଥିବା ଜୀବଜନ୍ତୁ । ସମସ୍ତଙ୍କ ମଜାଦାର ଭିଡିଓ ଦେଖିବାକୁ ଲୋକମାନେ ବେଶ ପସନ୍ଦ କରନ୍ତି । କିଛି ଦୃଶ୍ୟ ଲୋକଙ୍କୁ ଖୁବ ମନୋରଞ୍ଜନ କରୁଥିବା ବେଳେ ଆଉ କିଛି ଦୃଶ୍ୟ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରି ଦେଇଥାଏ । ତେବେ ଆପଣ ତ ଓଟ ନିଶ୍ଚୟ ଦେଖିଥିବେ । ସମୁଦ୍ର କୁଳ ହେଉ ଅବା କେଉଁ ମେଳା ହେଉ ଓଟ ସବାରିରେ ମଧ୍ୟ ବସିଥିବେ କିମ୍ବା ସେହି ସ୍ଥାନ ମାନଙ୍କରେ ଓଟ ଦେଖିଥିବେ ।

ମରୁଭୂମିର ଜାହାଜ କୁହା ଯାଉଥିବା ଏହି ଓଟ ମଧ୍ୟ ତା’ ମାହୁନ୍ତର କଥା ମାନିଥାଏ ଓ ସବୁବେଳେ ଚୁପଚାପ୍ ରହିଥାଏ । ତେବେ ଏଠାରେ ଆମେ ଆପଣଙ୍କୁ ଯେଉଁ ଓଟ ଦେଖାଉଛୁ ସେ କିନ୍ତୁ ଏହାଠୁ ଏକଦମ ଅଲଗା । ଓଟଟି ମାଲିକର କଥା ତ ମାନୁଛି କିନ୍ତୁ ଚୁପଚାପ୍ କିମ୍ବା ଭୟଭୀତ ହୋଇ ବିଲକୁଲ ବି ରହୁନି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ।

ସେଠାରେ ଏକ ରାମ ବାରାତରେ ଗୋଟିଏ ଓଟକୁ ଗୋଡ ଟେକି ମୁଣ୍ଡ ହଲେଇ ନାଚୁଥିବାର ଦେଖିବାକୁ ମିଳିଛି । ପ୍ରଥମେ ଦେଖି ଲାଗିବ କି ଓଟଟି ଭୟରେ ଆଉ ଗୋଡ ଟେକି ଡେଉଁନି ତ ! କିନ୍ତୁ କିଛି ସମୟ ଦେଖିବା ପରେ ଆପଣ ବି ଜାଣିଯିବେ ଯେ, ଓଟଟି ସତରେ ଗୀତର ତାଳେ ତାଳେ ଗୋଡ ଟେକି ନାଚୁଛି । ଡିଜେର ତାଳେ ତାଳେ ଆଗ ଗୋଡ ଟେକି ଡିଆଁ ମାରୁଛି ଓଟ । ଯାହା ଦେଖିବାକୁ ସ୍ଥାନୀୟ ଲୋକମାନେ ଭିଡ ଜମାଇଛନ୍ତି ଓ ଓଟର ଡ୍ୟାନ୍ସକୁ ଉପଭୋଗ ମଧ୍ୟ କରୁଛନ୍ତି ।

ସୋସିଆଲ ମିଡିଆରେ ଏହି ଭାଇରାଲ ହେବା ପରେ ନେଟିଜେନ ମାନେ ମଧ୍ୟ ଏହାକୁ ବେଶ ପସନ୍ଦ କରୁଥିବାର ଦେଖାଯାଇଛି । ଆପଣଙ୍କୁ କେମତି ଲାଗିଲା ଏହି ଓଟର ଡ୍ୟାନ୍ସ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।