“ତୁ ଭଗବାନଙ୍କ ସହ ସମ୍ପର୍କ ରଖିଲୁ ହେଲେ ବାହାରେ କାହାକୁ କହିଲେ ତୋତେ…” ଦେହ ସୁସ୍ଥ କରିଦେବେ କହି ନବ ବିବାହିତାଙ୍କ ସହ ଯାହା କାଣ୍ଡ ଭିଆଇଲେ ଏହି ଭଣ୍ଡ ବାବା…

ଦେହ ସୁସ୍ଥ କରିବା ଆଳରେ ନବ ବିବାହିତା ଯୁବତୀଙ୍କୁ ଦୁଉଷ୍କଅର୍ମ କରିଲେ ବାବା । ଆଉ ଏଭଳି କାଣ୍ଡ କରିବା ପରେ ବାବା କହିଲେ, ଭଗବାନଙ୍କ ସହ ସମ୍ପର୍କ ରଖିଲୁ ବୋଲି ଭାବିବୁ । ଆଉ ବାହାରେ ଏକଥା କହିବୁ ନାହିଁ ନହେଲେ ସୁଫଳ ମିଳିବନି । କିନ୍ତୁ ମହିଳାଜଣକ ତାଙ୍କ ସ୍ଵାମୀଙ୍କୁ ବାବାଙ୍କର ଏଭଳି ଆଚରଣ ବିଷୟରେ ଜଣାଇଥିଲେ କି କେମିତି ଦେହ ସୁସ୍ଥ କରିଦେବା ବାହାନାରେ ବାବା ତାଙ୍କ ସହ ଦୁଉଷ୍କଅର୍ମ କରିଛନ୍ତି । ଏଭଳି ଏକ ଘଟଣା ଘଟିଛି ବରଗଡ ଜିଲ୍ଲା ଭଟାଲି ଥାନା ଅନ୍ତର୍ଗତ କଲାଛୁରି ଗ୍ରାମରେ ।

କଲାଛୁରି ଗ୍ରାମର ବିଜୟ କୁମାର ନାୟକ କମଙ୍ଗା ହାଇସ୍କୁଲରେ ସଙ୍ଗୀତ ଶିକ୍ଷକ ଥିବାବେଳେ ସେହି କମଙ୍ଗା ଗ୍ରାମର ଇଷ୍ଟଦେବୀ କମଙ୍ଗେଇର ବରୁଆ ଭାବେ ପରିଚିତ ଅଟନ୍ତି । ସେ ଅନେକ ଲୋକଙ୍କୁ ଗୁଣିଗାରେଡି କରି ଭଲ କରୁଥିବା ବିଶ୍ବାସ କରୁଛନ୍ତି ସ୍ଥାନୀୟ ଲୋକେ । ହେଲେ ଦୁର୍ଭାଗ୍ୟର କଥା ନିଜକୁ ବାରୁଆ ବୋଲାଉଥିବା ଏହି ଭଣ୍ଡ ବ୍ୟକ୍ତି ନିଜ ଶାରୀରିକ ତୃଷ୍ଣା ମେଣ୍ଟାଇବା ପାଇଁ ଜଣେ ବିବାହିତା ମହିଳାଙ୍କୁ ଦୁଉଷ୍କଅର୍ମ କରିଛନ୍ତି । ଯାହାକୁ ନେଇ ଏବେ ଭଟାଲି ଥାନାରେ ଅଭିଯୋଗ କରାଯାଇଛି ।

ପୀଡ଼ିତା ଜଣକ ପ୍ରେମ ବିବାହ କରିଥିଲେ ଓ ଦୀର୍ଘ ୬ ମାସ ଧରି ତାଙ୍କ ଦେହ ଅସୁସ୍ଥ ଥିଲା । ଅନେକ ଡାକ୍ତରଙ୍କୁ ଦେଖାଇବା ପରେ ବି କୌଣସି ସୁଫଳ ମିଳି ନଥିଲା । ଶେଷରେ ଏହି ଭଣ୍ଡ ବାବା ବିଜୟ କୁମାର ନାୟକଙ୍କ ହାବୁଡରେ ଏମାନେ ପଡିଥିଲେ । ସୁସ୍ଥତା ପାଇବା ପାଇଁ ବିଶ୍ବାସ କରି ତାଙ୍କ ପାଖକୁ ଯାଇଥିଲେ । ବାବା ଦେହ ଭଲ କରିଦେବେ କହି ତାଙ୍କୁ ଘରକୁ ଡ଼ାକିଥିଲେ ଓ ବିଭିନ୍ନ ଦେବାଦେବୀଙ୍କ ଦର୍ଶନ କରାଇବେ କହି ଭ୍ରମିତ କରିଥିଲେ । ଆଉ ଶେଷରେ ତାଙ୍କ ସହ ଦୁଉଷ୍କଅର୍ମ କରିଥିଲେ ।

ଏହି ସମ୍ପର୍କ ଭଗବାନଙ୍କ ସହ ଥିଲା ବୋଲି କହିବା ସହ ବାହାରେ ଏ ସମ୍ପର୍କ ବିଷୟରେ କହିଲେ କୌଣସି ସୁଫଳ ମିଳିବ ନାହିଁ ବୋଲି କହିଥିଲେ ଭଣ୍ଡ ବାବା । କିନ୍ତୁ ମହିଳାଜଣକ ନିଜ ସ୍ବାମୀଙ୍କ ଆଗରେ ଏସବୁ ଘଟଣା ସମ୍ପର୍କରେ କହିବା ପରେ ସେମାନେ ଥାନାରେ ଯାଇ ଏ ମାମଲାରେ ଲିଖିତ ଅଭିଯୋଗ ଦେଇଛନ୍ତି । ତାଙ୍କ ଅଭିଯୋଗକୁ ଆଧାର କରି ଭଟାଲି ଥାନା ଅଧିକାରୀ ରଞ୍ଜିତ କୁମାର ନାୟକ ଅଭିଯୁକ୍ତ ଭଣ୍ଡ ବାବାଙ୍କୁ ଥାନାରେ ଅଟକ ରଖିବା ସହ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛନ୍ତି ।

ସେପଟେ ଭଣ୍ଡ ବାବା କିନ୍ତୁ ଏକଥାକୁ ଖଣ୍ଡନ କରିବା ସହ ତାଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି । ସମଗ୍ର ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିବା ଏହି ଭଣ୍ଡ ବାବା କେତେ ଲୋକଙ୍କୁ ଶାରୀରିକ ଓ ମାନସିକ ଭାବେ ଶୋଷଣ କରିଥିବେ ଏହାକୁ ନେଇ ସବୁଠୁ ବଡ ପ୍ରଶ୍ନ ଉଠୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।