ଜୀବନକୁ ସରଳ ଓ ସୁଖମୟ କରିବା ପାଇଁ ଚାଲନ୍ତୁ ଶିଖିବା ଶାସ୍ତ୍ରବର୍ଣ୍ଣିତ କିଛି ଅନୁଚିନ୍ତା । ଘରର ଉତ୍ତର ଦିଗରେ ଥିବା କାନ୍ଥରେ ଯଦି ଫାଟ ଦେଖାଦିଏ ତେବେ ଅମଙ୍ଗଳକାରେ ହୋଇଥାଏ ଏବଂ ଘରେ କଳିଝଗଡା ଦେଖା ଦେଇଥାଏ, ତେଣୁ ମରାମତି କରିବା ଉଚିତ । ଠାକୁର ଘରର କବାଟରେ ଗୋଟିଏ ବଇଁଶି ଲଗାଇବା ଉଚିତ, ଏହାଦ୍ବ୍ରା ଆର୍ଥିକ ଉନ୍ନତି ହୋଇଥାଏ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ । ଘରେ ପଇସା ରଖୁଥିବା ସ୍ଥାନରେ କେବେବି ଝାଡୁ ଲଗାଇ କରି ରଖିବ ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ବାସ୍ତୁ ଦୋଷ ଉତ୍ପନ୍ନ କରିଥାଏ ।
ଜୀରା ରାହୁ ଏବଂ କେତୁ ଗ୍ରହ କାରକ ହୋଇଥାଏ, ତେଣୁ ଶନିବାର ଦିନ ଜୀରା ଦାନ କରିବା ଦ୍ଵାରା ଦୁଃଖ କ୍ଲେଶ ଦୂର ହେବାରେ ସାହାଯ୍ୟ କରିଥାଏ । ଗୁରୁବାର ଦିନ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ବାହାରକୁ ଯିବାର ଥିଲେ ଜୀରା ଖାଇକରି ଯିବା ଉଚିତ, ଏହାଦ୍ବାରା କାର୍ଯ୍ୟ ସଫଳ ହେବାର ସମ୍ଭାବନା ବୃଦ୍ଧି ହୋଇଥାଏ । ଘରର ବେଡରୁମ୍ କୁ ଲଗାଇକାରୀ ବାଥରୁମ୍ କରିବା ଉଚିତ ନୁହେଁ, ଅଲଗା ରଖିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।
ଘରର ପଶ୍ଚିମ ଦିଗ ଏବଂ ବାୟବ କୋଣକୁ ସଫାସୁତୁରା ରଖିବା ଉଚିତ, ଏହା ଶୁଭ ହେବାସହ ବିବାହାଯୋଗ୍ଯ ପିଲାଙ୍କ ପାଇଁ ଭଲ ପ୍ରସ୍ତାବ ହୋଇଥାଏ । ଯଦି ବିବାହରେ ବିଳମ୍ବ ହେଉଥାଏ କିମ୍ବା କୌଣସି ସମସ୍ଯା ଦେଖା ଦେଉଥାଏ ତେବେ କଳା ରଙ୍ଗର ବସ୍ତ୍ର କେବେବି ପିନ୍ଧିବା ଉଚିତ ନୁହେଁ, ଏହାଦ୍ବାରା ବିଭିନ୍ନ ସମସ୍ଯା ଦେଖା ଦେଇଥାଏ ।
ବିବାହଯୋଗ୍ୟ ହୋଇଥିବା ପୁତ୍ର କନ୍ୟା ମାନଙ୍କର ଶୋଇବା ଘରେ କେବେବି ବଡ ବଡ ହଣ୍ଡା କିମ୍ବା ଖଟତଳେ ଲୁହାର ବାସନ ରଖିବା ଉଚିତ ନୁହେଁ, ଏହାଦ୍ବାରା ବିବାହରେ ବିଳମ୍ବ ହୋଇଥାଏ । ଘରର ମୁଖ୍ୟଦ୍ଵାର ସମୁକହରେ ଯଦି କୌଣସି ଗାତ ରହିଥାଏ ତେବେ ତାକୁ ତୁରନ୍ତ ଭରିଦେବା ଉଚିତ । ଏହାଦ୍ଵାରା ଉଭୟ ମାନସିକ ଏବଂ ଶାରୀରକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଘରେ ଯଦି ବିମ୍ ରହିଥାଏ ତେବେ ବିମ୍ ତଳେ କେବେବି ବସିବା କିମ୍ବା ଶୋଇବା ଉଚିତ ନୁହେଁ, ଏହା ଅଶୁଭ ହେବା ସହ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।
ଘରେ କେବେବି ଚିରାଫଟା ପାଦପୋଛା ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ଏବଂ ବିଭିନ୍ନ ସମସ୍ଯା ଦେଖା ଦେଇଥାଏ । ଯଦି କିଛି ଜିନିଷ କିମ୍ବା ପଇସା ଦାନ କରିବା ପାଇଁ ଘରେ ରଖିଥାନ୍ତି ତେବେ ଅଧିକ ଦିନ ପର୍ଯ୍ୟନ୍ତ ଘରେ ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ।
ଶୋଉଥିବା ଖଟତଳେ କେବେବି କୋଟା ଚପଲ କିମ୍ବା ଅନ୍ୟ କୌଣସି ଜିନିଷ ରଖିବା ଉଚିତ ନୁହେଁ, ଏହାଦ୍ବାରା ଘରେ ଅଶୁଭତ୍ଵ ବୃଦ୍ଧି ପାଇଥାଏ । ଯଦି ଆଶିକ ଚାପଗ୍ରସ୍ତ ରାହୁଥାନ୍ତି କିମ୍ବା ମନ ଅଶାନ୍ତ ରାହୁଥାଏ ତେବେ ଗାଧୋଇବା ସମୟରେ ପାଣିରେ ଲୁଣ ମିଶାଇ ଗାଧୋଇବା ଦ୍ଵାରା ତାହା ଦୂର ହୋଇଥାଏ ।
ଘରେ ସୋରିଷ ତେଲର ଦୀପରେ ଲବଙ୍ଗ ପକାଇ ଜାଳିବା ଦ୍ଵାରା ଶୁଭ ହେବାସହ ପରିବାରର ଲୋକମାନେ ସୁସ୍ଥ ରହିଥାନ୍ତି ତଥା ଘରୁ ରୋଗବ୍ୟାଧି ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।