କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଗଲା ଆଉ ଏକ ଖୁସି ଖବର । ଆଗକୁ ଟି-୨୦ ବିଶ୍ଵକପ୍ ପରେ ପରେ ବାଜିବ ଆଇପିଏଲ ବିଗୁଲ । କାରଣ ଡିସେମ୍ବରରେ ହୋଇପାରେ ଆଇପିଏଲ ନିଲାମୀ । ଟି-୨୦ ବିଶ୍ଵକପ ପାଇଁ ଆଉ ଦିନ କେଇଟା ବାକି ଥିବା ବିଭିନ୍ନ ଦେଶ ନିଜର ଦଳ ଘୋଷଣା କରି ସାରିଲେଣି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟି-୨୦ ବିଶ୍ଵକପ ପାଇଁ ଭାରତୀୟ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି ଜାରି ରଖିଛି । ଏହାରି ମଧ୍ୟରେ ଟି-୨୦ ଫର୍ମାଟରେ ବେଶ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ପାଲଟିଥିବା ଆଇପିଏଲ କୁ ନେଇ ଏହି ବଡ ଖବର ଆସିଛି ।
ଟି-୨୦ ବିଶ୍ଵକପ ପରେ ଆସନ୍ତା ଡିସେମ୍ବରରେ ଆଇପିଏଲ ୨୦୨୩ ପାଇଁ ନିଲାମୀ ହୋଇପାରେ । ଗତଥର ଭଳି ମେଗା ନିଲାମୀ ନୁହେଁ ବରଂ ଏଥର ଛୋଟ ନିଲାମୀ ହେବ । ତେବେ ନିଲାମୀ କେଉଁଠି ହେବ ତାହା ଏବେ ଯାଏଁ ସ୍ଥିର ହୋଇନାହିଁ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡିସେମ୍ବର ମାସର ଦ୍ଵିତୀୟ କିମ୍ବା ତୃତୀୟ ସପ୍ତାହରେ ଆଇପିଏଲ ୨୦୨୩ ପାଇଁ ମିନି ନିଲାମୀ କରିପାରେ ବିସିସିଆଇ । ଖାସ କରି ଦେସେମ୍ବର ୧୬ରେ ଏହି ନିଲାମୀ ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।
ଚଳିତ ବର୍ଷ ଆଇପିଏଲ ର ମେଗା ନିଲାମୀ ହୋଇଥିଲା । କିନ୍ତୁ ଆସନ୍ତା ଥର ମିନି ନିଲାମୀ ହେବାସହ ପ୍ରତି ଟିମ୍ ପାଖରେ ନିଲାମୀ ପାଇଁ ୯୫ କୋଟି ଟଙ୍କା ରହିବ । ଯଦି କୌଣସି ଖେଳାଳି ଦଳ ଛାଡି ଯାଇଥାନ୍ତି ତେବେ ସେହି ହିସାବରେ ଦଳର ପର୍ସ ମୂଲ୍ୟ ବୃଦ୍ଧି ପାଇବ । ଗତ ବର୍ଷ ତୁଳନାରେ ଟିମ୍ ର ପର୍ସରେ ୫କୋଟି ଟଙ୍କା ଅଧିକ ଦିଆଯାଇଛି । କେଉଁ ଦଳ କିଭଳି ଟଙ୍କା ଖର୍ଚ୍ଚ କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ଏହି ନିଲାମୀରେ ଅନେକ ନୂଆ ଖେଳାଳିଙ୍କ ଉପରେ ବିଭିନ୍ନ ଫ୍ରାଞ୍ଚାଇଜିର ନଜର ରହିଛି । ସେହିଭଳି କିଛି ପୁରୁଣା ଖେଳାଳି ଦଳ ଛାଡିବା ନେଇ ସଂକେତ ମିଳିଥିବାରୁ ସେମାନଙ୍କ ଉପରେ ମଧ୍ୟ ଟଙ୍କା ବର୍ଷା କରିପାରନ୍ତି ଫ୍ରାଞ୍ଚାଇଜି । ରବୀନ୍ଦ୍ର ଜାଡେଜା ଓ ଶୁଭମାନ ଗିଲଙ୍କ ଭଳି ଖେଳାଳି ଏହି ତାଲିକାରେ ରହିଛି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୂର୍ବରୁ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପୂର୍ବ ଆଇପିଏଲ ଭଳି ଆଇପିଏଲ ୨୦୨୩ ଖେଳାଯିବ ନାହିଁ । ଆସନ୍ତା ବର୍ଷ ଭାରତରେ ହିଁ ଖେଳାଯିବ ।
ଆଗାମୀ ଆଇପିଏଲ ଅନେକ ଦୃଷ୍ଟିରୁ ବେଶ ସ୍ଵତନ୍ତ୍ର ହେବାକୁ ଯାଉଛି । ଯେମିତିକି ମହେନ୍ଦ୍ର ସିଂ ଧୋନୀଙ୍କ ଏହା ଶେଷ ଆଇପିଏଲ ହୋଇପାରେ । ଏହାଛଡା ୨୦୨୩ରେ ମହିଳା ଆଇପିଏଲ ପାଇଁ ମଧ୍ୟ ବାଜିପାରେ ବିଗୁଲ । ଆଗକୁ ବ୍ୟସ୍ତ କାର୍ଯ୍ୟସୂଚୀ ଥିବାରୁ ବିସିସିଆଇ ଏବେଠୁ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନନାକ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।