10 ଫୁଟିଆ ଗେଣ୍ଡୁ ମାଳ ଦେଇ Papu Pompom ଙ୍କୁ କରାଗଲା ସମ୍ବର୍ଦ୍ଧନା, ପୁଣି ରାଜାନୀତିରେ ପ୍ରବେଶ ବଡ ବୟାନ ଦେଲେ Papu

ଓଡିଆ ହାସ୍ୟ ଅଭିନେତା ପପୁ ପମପମ୍ କାଷ୍ଟିଂ କାଉଚ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ପପୁଙ୍କୁ ତାଙ୍କ ଗ୍ରାମର ସରପଞ୍ଚ ଏବଂ ପିଲାଦିନର କିଛି ବନ୍ଧୁ ଏକ ୧୦ ଫୁଟିଆ ଗେଣ୍ଡୁ ମାଳ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏଭଳି ଏକ ମାମଲାରେ ଦୀର୍ଘ ୬ ବର୍ଷ ଧରି ଫସି ରହିବା ନେଇ ପପୁ କହିଛନ୍ତି କି, “ଏଇଟା ଭାଗ୍ଯର ଦୋଷ । ଜୀବନ ତା’ ନତାରେ ଚାଲୁଥାଏ ଆଉ ଉଚ୍ଚ ନୀଚ ଆସେ, ଆଉ ମୋ ଜୀବନରେ ବି ଆସିଲା । କିନ୍ତୁ ଏଥିପାଇଁ ମୋତେ ବହୁତ କଷ୍ଟ ସହିବାକୁ ପଡିଲା ।

ମୋତେ ୪୩ ଦିନ ଜେଲ୍ ହେବା ଏବଂ ୬ ବର୍ଷ ଧରି ମୁଁ ଏକୁଟିଆ ନୁହେଁ ବରଂ ମୋ ପରିବାର ଓ ସାଙ୍ଗସାଥି ତଥା ମୋ ସହିତ ଜଡିତ ଥିବା ସମସ୍ତେ କଷ୍ଟ ପାଇଛନ୍ତି । ମୋତେ ନେଇ ଅନେକ ତାଚ୍ଛଲ୍ୟ ମଧ୍ୟ କରିଛନ୍ତି ଯାହା ମୋତେ ଓ ସମସ୍ତଙ୍କୁ କଷ୍ଟ ଦେଇଥିଲା । ତେଣୁ ନିର୍ଦ୍ଦୋଷ ଘୋଷିତ ହେଲା ପରେ ମୋ ଗାଁର ସରପଞ୍ଚ ଓ ପିଲାଦିନର ବନ୍ଧୁ ସବୁ ଶୁଭେଚ୍ଛା ଜଣାଇବା ପାଇଁ ଆସିଛନ୍ତି । ଆମ ପପୁ ଯେମିତି ଥିଲା ସେମିତି ଅଛି ବୋଲି ମୋତେ ସବୁ ସମ୍ବର୍ଦ୍ଧନା ଜଣାଇବାକୁ ଆସିଛନ୍ତି ମୋତେ ଭାରି ଖୁସି ଲାଗିଲା ।

ମୋ ପ୍ରତି ମୋ ଗାଁଲୋକ ଓ ସାରା ଓଡିଶାବାସୀଙ୍କ ଯେଭଳି ଭଲପାଇବା ଓ ଶ୍ରଦ୍ଧା ଥିଲା ତାହା ସେମିତି ଥାଉ । ମୁଁ ଏକଥାକୁ ବେଶୀ ଗୁରୁତ୍ଵ ଦିଏନାହିଁ କିନ୍ତୁ ଜୀବନଚର୍ଯ୍ୟାରେ ଭୁଲ ହୋଇଗଲା ଓ ମୋ ଦେହପା ଓ ମାନସିକ ସ୍ୱାସ୍ଥ୍ୟ ଖରାପ ହେଲା । ସୁସ୍ଥ ମଣିଷରୁ ଅସୁସ୍ଥ ମଣିଷଟିଏ ହେଇଗଲି । କିନ୍ତୁ ଜୀବନରେ ତ ଆଗକୁ ଯିବାକୁ ହେବ ।”

ଏହା ବ୍ଯତୀତ ପପୁଙ୍କୁ ତାଙ୍କ ରାଜନୈତିକ ଜୀବନ ନେଇ ପ୍ରଶ୍ନ କରା ଯାଇଥିଲା । କାରଣ ପପୁ ସେତେବେଳେ ରାଜନୀତିରେ ନୂଆ ନୂଆ ପାଦ ଦେଇଥିଲେ । ଆଉ ଏଭଳି ମାମଲା ପରେ ତାଙ୍କ ରାଜନୈତିକ କ୍ଯାରିୟର ମଧ୍ୟ ଠପ୍ ହୋଇ ଯାଇଥିଲା । ପପୁ ଏନେଇ କହିଛନ୍ତି କି, ରାଜନୀତି ଯୋଗୁଁ ହିଁ ଏହି ମାମଲାକୁ ଅଧିକ ବଢେଇ ଚଢେଇ ପେଶ କରାଗଲା । ବିଭିନ୍ନ ରାଜନୈତିକ ଦଳମାନେ ରାଲି କଲେ । ତେଣୁ ଉପରୁ ଚାପ ପଡୁଛି କହି ମୋତେ ତିନିଦିନ ବଦଳରେ ୪୩ ଦିନ ଜେଲରେ ରହିବାକୁ ପଡିଲା ।

ବର୍ତ୍ତମାନ ରାଜନୀତିରେ ପ୍ରବେଶ ନେଇ କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ପପୁ । ଆଗକୁ ଯଦି ସେଭଳି କିଛି ଭଲ ସୁଯୋଗ ମିଳେ ତେବେ ହୁଏତ ଏନେଇ ଚିନ୍ତା କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।