ବରିଷ୍ଠ ନେତା Damodar Rout ଙ୍କୁ ଦେଖିବା ମାତ୍ରେ କାନ୍ଦି ପକାଇଲେ କଂଗ୍ରେସ ବିଧାୟକ Suresh Routray, ଦେଖନ୍ତୁ ସେ କଣ କହିଲେ

ନିକଟରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ତଥା ସମସ୍ତଙ୍କର ପ୍ରିୟ ସୁର ଅଜା ନିଜର ୭୯ତମ ଜନ୍ମଦିନ ପାଳନ କରିଛନ୍ତି । ସୁର ଅଜା ୮୦ ପାଦରେ ଦେଇଛନ୍ତି । ବିଭିନ୍ନ ମାମଲା ଉପରେ ନିଜ ମନ୍ତବ୍ୟ ଓ ପ୍ରତିକ୍ରିୟା ରଖି ସୌର ଅଜା ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଜର ମଜାଳିଆ ଅନ୍ଦାଜରେ କଥା କହି ସମସ୍ତଙ୍କୁ ହସାଉଥିବା ସୁର ଅଜାଙ୍କୁ କିନ୍ତୁ ତାଙ୍କ ଜନ୍ମଦିନରେ କାନ୍ଦିବାର ଦେଖିବାକୁ ମିଳିଛି । ତେବେ ସେ ତାଙ୍କ ଜନ୍ମଦିନ ଅବସରରେ ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କୁ ଦେଖି କାନ୍ଦି ପକାଇ ଥିବାର ଦେଖିବାକୁ ମିଳିଛି ।

ଦାମୋଦରଙ୍କୁ ଦେଖି ସେ ଖୁବ ଭାବବିହ୍ଵଳ ହୋଇ ଯାଇଥିଲେ । ଆଉ କହିଥିଲେ କି, “ଦାମ ରାଉତ ମୋ ବଡ ଭାଇ ଓ ମୋ ପରାମର୍ଶଦାତା । ଆମେ ତାଙ୍କଠୁ ଟ୍ରେନିଂ ନେଇଛୁ । ଜାନକୀ ପଟ୍ଟନାୟକ, ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟ, ଦାମୋଦର ରାଉତ ଓ ପ୍ରଫୁଲ୍ଲ ଘଡେଇ ଏମାନେ ମୋର ପୂଜ୍ୟ ନେତା । ଦଳ ଫଳ ନାଇ । ଏମାନଙ୍କୁ ଠାରୁ ଶିଖିଛୁ ଲୋକଙ୍କ କାମ କରିବା । କରି ଚାଲିଛୁ ଆଉ କରି ଚାଲିବୁ ।” ଏତିକି କହିବା ବେଳେ ସୁର ଅଜାଙ୍କ ଆଖିରେ ଲୁହ ଆସି ଯାଇଥିଲା ।

କୋହଭରା କଣ୍ଠରେ ଏସବୁ ଗୋଟିଏ ନିଃଶ୍ଵାସରେ କହି ପକାଇଥିଲେ ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସବୁଠୁ ବଡ କଥା ହେଉଛି ଦାମୋଦର ରାଉତଙ୍କୁ ଦେଖିବା ମାତ୍ରେ ତାଙ୍କ ପଦ ସ୍ପର୍ଶ କରି ସେ ପ୍ରଥମେ ଆଶୀର୍ବାଦ ନେଇଥିଲେ । ଉଭୟ ପରସ୍ପରକୁ ଭେଟି ଖୁବ ଆନନ୍ଦିତ ହୋଇଥିବା ତାଙ୍କ ମୁଖମଣ୍ଡଳରୁ ହିଁ ସ୍ପଷ୍ଟ ବାରି ହୋଇଯାଉଛି ।

ଦାମୋଦର ରାଉତ ସୁର ଅଜାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ କହିଛନ୍ତି କି, “ସୁର ବାବୁ ଶହେ ବର୍ଷ ରୁହନ୍ତୁ । ଜଟଣୀ ଭୁବନେଶ୍ବର ହେଉଛି ରାଜ୍ୟ କରିବାର ଜାଗା । ସୁର ଭାଇ କହିଲେ ପିଲାଠୁ ବୁଢା ଯାଏଁ ସମସ୍ତେ ତାଙ୍କୁ ଜାଣନ୍ତି । ଆଉ ମୁଁ ତାଙ୍କୁ ଥଟ୍ଟାରେ କୁହେ, ଯା ତୁଣ୍ଡରେ ବାଡବତା ନାହିଁ ତାଙ୍କ ନାଁ ହେଉଛି ସୁର ଭାଇ ।

ଏକଥା ତ ନିହାତି ସତ ସୁର ଭାଇ କେବେବି କାହାକୁ ଭୟ କରନ୍ତି ନାହିଁ । ସବୁବେଳେ ନିରପେକ୍ଷ ଓ ନିର୍ଭୀକ ଭାବେ ନିଜର ମତ ରଖନ୍ତି । ଖୋଲା ହୃଦୟ ଲୋକ ହୋଇଥିବାରୁ ସମସ୍ତେ ତାଙ୍କୁ ଖୁବ ଭଲପାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।