ଦାମୀ ଗାଡି ଜୀବନ ରଖି ପାରିଲା ନାହିଁ, ଛତୁ ହେଇ ଯାଇଛି, 2 ସାଙ୍ଗଙ୍କ ଜୀବନ ଚାଲିଯାଇଛି…

ଦାମୀ ଗାଡି ଛତୁ ହେଲା ଆଉ ଏପଟେ ମୁଣ୍ଡରୁ ଦହି ବାହାରିଲା । ହଁ ଦର୍ଶକ ବନ୍ଧୁ ଏମିତି କିଛି ଦ୍ରୁଶ୍ଯ ଏଇ ଏବେ ଏବେ ଦେଖିବାକୁ ମିଳିଛି । ଦାମୀ ଗାଡି ଜୀବନ ରକ୍ଷା କରି ପାରିଲା ନାହିଁ । ଦାମୀ ଗାଡି ଚଲାଇବା ଯୁବ ପିଢୀ ଙ୍କର ଆଜିକାଲିର ଗୋଟେ ସଉକ ପାଲଟି ଗଲାଣି । ଏଇ ଦାମୀ ଗାଡି ର ଦାମ 2 ଲକ୍ଷ ରୁ ଅଧିକ ରହିଛି । ଏ ଦାମୀ ବାଇକ ରେ ଆଜି ଦୁଇ ଜଣ ବନ୍ଧୁଙ୍କର ମୃତ୍ୟୁ ହୋଇଛି । ଦାମୀ ଗାଡି ଟି ଯେବେ ଇଲେକ୍ଟ୍ରି ଖୁଣ୍ଟ ରେ ପିଟି ହୋଇଛି ସେତେବେଳେ ଯାହା ଘଟିଲା ନ ଦେଖିଲେ ବିଶ୍ଵାସ କରି ହେବନି ।

ସେଥିପାଇଁ ତ ଗାଡି ଟି ଛତୁ ହୋଇ ଯାଇଛି । ଗାଡି ଖାଲି ଛତୁ ହୋଇଛି ତାହା ନୁହେଁ ଦୁଇ ଜଣ ସାଙ୍ଗଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଏମିତିକି ଗାଡିରୁ ପଡିବା ପରେ ଦୁଇ ସାଙ୍ଗ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଯେଉଁଥି ପାଇଁ ଘଟଣା ସ୍ଥଳରେ ଦୁଇ ସାଙ୍ଗ ଙ୍କର ମୃତ୍ୟୁ ଘଟିଛି ।ସାକ୍ଷୀଗୋପାଳ ଇନ୍ଦିପୁର ମୁଖ୍ୟ ରାସ୍ତା ର ଭଣ୍ଡାରୀ ଦଣ୍ଡା ନିକଟରେ ଏମିତି ଏକ ସଡକ ଦୁର୍ଘଟଣା ଘଟିଛି । ଯାହାକୁ ଦେଖିଲେ ବିଶ୍ଵାସ ହେଉନି ।

ଗତ କାଲି ରାତିରୁ ଏମିତି ଏକ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି । ଯାହାର ଖବର ଆଜି ସକାଳୁ ସକାଳୁ ମିଳିଛି । ଏହି ଦୁର୍ଘଟଣାରେ ଯେଉଁ ଦୁଇ ବନ୍ଧୁ ଙ୍କର ମୃତ୍ୟୁ ହୋଇଛି ସେମାନେ ହେଉଛନ୍ତି ନ୍ଦିପୁର ଅଞ୍ଚଳର ନିପୁଲ ସେନାପତି ଓ ପୁପୁନା ପାଢି ବୋଲି ଜଣା ପଡିଛି । ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ବାଇକ ମାଧ୍ୟମରେ ଦୁଇ ବନ୍ଧୁ ସାଙ୍ଗ ହୋଇ ନିଜ ଘରକୁ ଫେରୁଥିଲେ ।

କିନ୍ତୁ ରାତି ସମୟରେ କୁହୁଡି କାରଣରୁ ଏମିତିକି ଏକ ଦୁର୍ଘଟଣା ଘଟିଛି ବୋଲି ଲୋକେ ଅନୁମାନ କରୁଛନ୍ତି । ବାଇକ ଟି ରାସ୍ତା କଡ ରେ ଭାରସାମ୍ୟ ହରାଇ ପଡିଥିବା ବେଳେ ଇଲେକ୍ଟ୍ରି ଖୁଣ୍ଟ ରେ ମାଡ ହୋଇଥିବା ଅନୁମାନ କରା ଯାଉଛି । ଯାହା ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ବନ୍ଧୁଙ୍କର ମୃତ୍ୟୁ ହୋଇଛି । ଦୁଇ ମୃତକ ଙ୍କ ଘର ଇନ୍ଦିପୁର ନିକଟସ୍ଥ ବୋଲି ଜଣା ପଡିଛି ।

ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣାରୁ ସ୍ପଷ୍ଟ ଅନୁମାନ କରି ହେଉଛି କି ଦାମୀ ଗାଡି କେବେ ବି କାହାର ଜୀବନ ବଞ୍ଚାଇ ପାରିବ ନାହିଁ । ଦାମୀ ଗାଡି କିଣିବା ଓ ଚଲାଇବା ଗୋଟେ ଫ୍ୟାସନ ହୋଇ ଗଲାଣି । ଆଉ ଏହି ଦାମୀ ଗାଡି ରେ କେତେ ଯେ ନିରୀହ ଜୀବନ ଅକାଳରେ ଚାଲି ଯାଇଛି ତାହା କହି ହେବ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।