ଡକାୟତି କରିବା ପାଇଁ ବିମାନରେ ଓଡିଶା ଆସିଛନ୍ତି ଅଭିଯୁକ୍ତ । ଏବେ 6 ଜଣଙ୍କୁ ଗିରଫ କରିଛି ପୋଲିସ ।

ନମସ୍କାର ବନ୍ଧୁଗଣ । ବାହାର ରାଜ୍ୟରୁ ଓଡିଆକୁ ଆସି ଏମାନେ ଡକାୟତି କରୁଥିଲେ । ଏବେ ପୋଲିସ ହାତରେ ଧରା ପଡିଛନ୍ତି 6 ଜଣ ଅଭିଯୁକ୍ତ । ଏମାନେ ହେଉଛନ୍ତି ସେହି ଡକାୟତ ଯେଉଁ ମାନେ ଓଡିଶା କୁ ଆସି ଏଟିଏମ ଭାଙ୍ଗି ସବୁ ଟଙ୍କା ଲୁଟି ନେଉଥିଲେ । ଏବେ ଏମାନଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ ପାଟଣାଗଡ ଥାନା ରୁ ମାତ୍ର 8 କିମି ଦୂର ରେ ଥିବା ଶରାମୁହାନ ବସ ଷ୍ଟାଣ୍ଡ ନିକଟରେ ଏଟିଏମ ଭାଙ୍ଗି 7 ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

ଏହି ଏଟିଏମ ମାମଲାରେ ରାଜ୍ୟ ବାହାରର 6 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ 6 ଲକ୍ଷ 62 ହଜାର 800 ଟଙ୍କା ଜବତ କରିଛି ବଲାଙ୍ଗୀର ପୋଲିସ । ସେହି ଏଟିଏମ କୁ ଲୁଟିବା ପାଇଁ ଏମାନେ ଯେଉଁ ସାମଗ୍ରୀ ବ୍ୟବହାର କରୁଥିଲେ ସେହି ସାମଗ୍ରୀକୁ ମଧ୍ୟ ଜବତ କରିଛି ବଲାଙ୍ଗୀର ପୋଲିସ । ସବୁଠାରୁ ବଡ କଥା ହେଉଛି ଏହି ଅଭିଯୁକ୍ତ ମାନେ ଫେକ ପୋଲିସ ଆଇ କାର୍ଡ କରିଛନ୍ତି ।

ଯୁଆଡେ ବି ଯାଇଥାନ୍ତି କ୍ରେଟା ଗାଡି ରେ ଯାଉଛନ୍ତି ଏହି ଅଭିଯୁକ୍ତ ମାନେ । ପୂର୍ବରୁ ଏମାନେ ବାଲେଶ୍ଵର ଓ ସମ୍ବଲପୁର ରେ ଅପରାଧ କରିଥିବା ବେଳେ ତେଲେଙ୍ଗାନା ରେ ମଧ୍ୟ ଏମାନେ ଅପରାଧ କାର୍ଯ୍ୟ କରିଛନ୍ତି । ସ୍ଥାନୀୟ ଲୋକେ ଏହି ମାମଲା କୁ ନେଇ କହିଛନ୍ତି କି ପୋଲିସ ଏଠାରେ ପାଟ୍ରୋଲିଙ୍ଗ କରୁଛି । କିନ୍ତୁ ଏଠାରେ ଅଧିକ ପାଟ୍ରୋଲିଙ୍ଗ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ ।

ତେବେ ଏହି ଅଭିଯୁକ୍ତ ମାନଙ୍କ ପାଖରୁ ପୋଲିସ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ବୋଲି କୁହା ଯାଉଛି । ସୂଚନା ଅନୁଯାୟି ଡକାୟତି କରିବା ପାଇଁ ଏହି 6 ଜଣ ଅଭିଯୁକ୍ତ ଙ୍କ ମଧ୍ୟରୁ 3 ଜଣ ଅଭିଯୁକ୍ତ କାର ରେ ଆସିଥିଲେ ରାଜସ୍ଥାନ ରୁ । ଆଉ 3 ଜଣ ବାଇକ ରେ ଆସିଥିଲେ । ତେବେ ଏହି ଅଭିଯୁକ୍ତ ମାନଙ୍କୁ ପୋଲିସ ଏବେ ଗିରଫ କରିବା ପରେ ଏମାନଙ୍କ ଠାରୁ ନାନା ତଥ୍ୟ ହାସଲ କରିଛି ।

ଅନେକ ସାମଗ୍ରୀ ଜବତ ହେବା ସହ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ତେବେ ଦେଖାଯାଏ ଏହି ମାମଲାର ସଂପୂର୍ଣ୍ଣ ପର୍ଦ୍ଦାଫାସ କେବେ କରିବ ପୋଲିସ । ସ୍ଥାନୀୟ ଲୋକ ଙ୍କ କହିବ ଅନୁଯାୟୀ ପୋଲିସ ଅଧିକ ସଜାଗ ରହିଲେ ହୁଏ ତ ଆହୁରି ଅପରାଧୀ ଧରା ପଡି ପାରନ୍ତି । ତେବେ ଏହି ଅଭିଯୁକ୍ତ ମାନେ କେତେ ଟଙ୍କା ଲୁଟ କରିଛନ୍ତି ତାହାର ତଦନ୍ତ ପୋଲିସ ଅଧିକରୁ ଅଧିକ କରିବ ବୋଲି କୁହା ଯାଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।