ହାଇକୋର୍ଟରୁ ନ୍ୟାୟ ମିଳିଲା ପରେ କଣ ପାଇଁ କ୍ଷମା ମାଗିଲେ ସୁପରଷ୍ଟାର ଅନୁଭବ ମହାନ୍ତି ?

ନ୍ୟାୟ ମିଳିଲା କିନ୍ତୁ କାହିଁକି ଅନୁଭବ ମାଗିଲେ କ୍ଷମା ? କୋର୍ଟରୁ ରାୟ ଆସିଲା ପରେ ମୁହଁ ଖୋଲିଲେ ଅନୁଭବ । ଦୁହିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନ ଥିଲା ସେଥିପାଇଁ ମିଳିଲା ନ୍ୟାୟ । ପରିବାରକୁ ଭିଡିଓ କଲ କରି ଅନୁଭବ କ୍ଷମା ମାଗିଲେ । ହଁ ଦର୍ଶକ ବନ୍ଧୁ ସାଂସଦ ଅନୁଭବ ମହାନ୍ତି ଓ ସ୍ତ୍ରୀ ବର୍ଷାଙ୍କ ମଧ୍ୟରେ ବିବାହ ବିଛେଦ ପାଇଁ ଅନୁମତି ଦେଲେ ହାଇ କୋର୍ଟ । ଆଉ ଏହା ପରେ ଅନୁଭବ ନିଜ ପରିବାରକୁ ଫୋନ କରି କ୍ଷମା ମାଗିଥିଲେ ।

ଆଉ କହିଥିଲେ ମୁଁ ବର୍ଷାଙ୍କୁ ବାହା ହେବା ପାଇଁ ଗୋଟେ ଭୁଲ ନିସ୍ପତି ନେଇଥିଲି ସେଥିପାଇଁ ମୋତେ କ୍ଷମା କରି ଦିଅ । ଜୀବନରେ ଏତେ ବଡ ନିସ୍ପତି ପାଇଁ ମୋ ପରିବାରର ସମସ୍ତେ ଏତେ ହଇରାଣ ହେଲେ । ଆଉ ଆଜି ମୁଁ ଖୁସି ଅଛି କାରଣ ଏଭଳି ରାୟ ଆସିଛି । ଆଉ ମୋତେ ନ୍ୟାୟ ମିଳି ଯାଇଛି” । ସୂଚନା ଅନୁଯାୟୀ ଅନୁଭବ ମହାନ୍ତି ଏବେ ଦିଲ୍ଲୀ ରେ ଅଛନ୍ତି । ଆଉ ଏହି ସମତେ ଓଡିଶା ହାଇ କୋର୍ଟ ଏଭଳି ରାୟ ଦେଇଛନ୍ତି ।

ଯେଉଁଥିରେ ଅନୁମତି ମିଳିଛି ଛାଡପତ୍ର ପାଇଁ । ଆଉ ଏହି ଖୁସି କୁ ବ୍ୟକ୍ତ କରିବାକୁ ଯାଇ ଅନୁଭବ କହିଛନ୍ତି ଯେ ” ଏହି ଖୁସି ଖବର ଆସିବା ପରେ ମୁଁ ମୋ ପରିବାରକୁ ଫୋନ କରିଥିଲି । ଭିଡିଓ କଲ କରି ସେମାନଙ୍କ ସହ କଥା ହେଲି । କିନ୍ତୁ ମୋତେ ସବୁଠାରୁ କଷ୍ଟ ଲାଗିଲା । ସେଥିପାଇଁ ମୁଁ ମୋ ପରିବାରକୁ କ୍ଷମା ମାଗିଲି । ମୋ ନିସ୍ପତି ପାଇଁ ସମସ୍ତେ ହଇରାଣ ହେଲେ । ମୋ ଜୀବନର ସବୁଠାରୁ ବଡ ଭୁଲ ନିସ୍ପତି ନେଇଥିଲି ।

2014ରେ ଆମ ଦୁହିଙ୍କର ବାହାଘର ହୋଇଥିଲା । ଆଉ ଆଜି ଛାଡପତ୍ରର ଗୋଟେ କାରଣ ହେଉଛି ଆମେ ଦୁହେଁ ଏତେ ଦିନ ଧରି ସାଥିରେ ରହିଥିଲୁ । କିନ୍ତୁ ଆମ ଭିତରେ ଶାରୀରିକ ସମ୍ପର୍କ କେବେ ବି ନ ଥିଲା । ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନ ରୁହେ ତେବେ ସେ କେମିତି କା ସ୍ଵାମୀ ସ୍ତ୍ରୀ ? ଏମିତି କଷ୍ଟ ପାଇବା ଅପେକ୍ଷା ଦୁହେଁ ଅଲଗା ହୋଇଯିବା ଭଲ । ଆଉ ସେଥିପାଇଁ ଆମେ ଦୁହେଁ ଅଲଗା ହେଉଛୁ” ।

ଆଉ ଶେଷରେ ବର୍ଷା ଙ୍କୁ ଅନୁଭବ କହିଛନ୍ତି ” ତୁମେ ଯେଉଁଥି ଥଅ ଭଲରେ ଥାଅ ଖୁସି ଥାଅ” । ଅନୁଭାବଙ୍କ ଓକିଲ ଙ୍କ କହିବା ଅନୁଯାୟୀ “ବାହାଘର ପରେ ଦୁହିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନ ରହିଥିବାରୁ ସ୍ଵାମୀ ସ୍ତ୍ରୀ ସମ୍ପର୍କର ଅସ୍ତିତ୍ଵ କିଛି ନାହିଁ” । ଯେହେତୁ ଅନୁଭବଙ୍କ ପକ୍ଷରୁ ଶୁଣାଣୀ ସମୟରେ ଯୁକ୍ତି ଦର୍ଶା ଯାଇଥିଲା କି “ବର୍ଷା ତାଙ୍କୁ ସ୍ଵାମୀ ଭାବେ ଶାରୀରିକ ସମ୍ପର୍କ ରଖିବାକୁ ସହଯୋଗ କରି ନ ଥିଲେ । ଏହା ହିନ୍ଦୁ ବିବାହ ଅନୁଯାୟୀ ମାନସିକ ନିର୍ଯ୍ୟାତନା କୁହାଯାଏ” । ଆଉ ଏହା ପରେ ଅନୁଭବ ଙ୍କୁ ମାନ୍ୟବର ହାଇ କୋର୍ଟ ଦେଇଛନ୍ତି ଛାଡପତ୍ରର ଅନୁମତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।