ଦାଣ୍ଡରୁ ଉଠି ଏବେ ସୁମିତଙ୍କ ଘରର ପିଣ୍ଡାକୁ ଗଲେ ତପସ୍ଵିନୀ, ମହିଳାମାନେ ଏକଜୁଟ କରି କରିଦେଲେ ଛାତି ଥରେଇବା ଭଳି କାର୍ଯ୍ୟ, ଦେଖନ୍ତୁ ଏନେଇ କଣ କହିଲେ Tapaswini, ଦେଖନ୍ତୁ Video

ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରହ୍ମପୁରର ତପସ୍ଵିନୀ ଓ ସୁମିତଙ୍କ ପାରିବାରିକ ମାମଲା ଥମିବାର ନାଁ ଧରୁନାହିଁ । ତପସ୍ଵିନୀଙ୍କ ହକ୍ ଲଢେଇରେ ଶହ ଶହ ମହିଳା ତାଙ୍କର ସମର୍ଥନରେ ଆଗେଇ ଆସିଛନ୍ତି । ତପସ୍ଵିନୀ ଗତ କିଛିଦିନ ହେଲା ତପସ୍ଵିନୀ ପୁଣି ଥରେ ସେଇ ଏକା ଜିଦ୍ ନେଇ ସୁମିତଙ୍କ ଘର ବାହାରେ ବସି ରହିଥିଲେ । ଆଉ ଗତକାଲି ଶତାଧିକ ମହିଳା ଘର ଆସି ତପସ୍ଵିନୀ ଘର ଭିତରକୁ ଯାଆନ୍ତୁ ବୋଲି ଦାବି କରିଥିଲେ ।

ଆଉ ଏହାପରେ ସେମାନେ ସୁମିତଙ୍କ ଘରର ମୁଖ୍ୟ ଫାଟକକୁ ଭାଙ୍ଗି ଘର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଗତକାଲି ଏସଡ଼ିଜେଏମ କୋର୍ଟରେ ସୁମିତଙ୍କ ଓ ତପସ୍ଵିନୀଙ୍କ ମାମଲାର ଶୁଣାଣି ଥିଲା । କିନ୍ତୁ ତପସ୍ଵିନୀ ହୁଏତ କୋର୍ଟଙ୍କ ନିଷ୍ପତ୍ତିରେ ଖୁସି ନଥିଲେ । କାରଣ କୋର୍ଟ ଗତ ଦୁଇଥର ଭଳି ଗତକାଲି ମଧ୍ୟ ସମାନ ରାୟ ଶୁଣାଇଥିଲେ ଯେ, ତପସ୍ଵିନୀଙ୍କୁ ତାଙ୍କ ସ୍ଵାମୀ ସୁମିତ ନେଇ ଏକ ଭଡାଘରେ ରଖିବେ ।

ଏହି ରାୟରେ ତପସ୍ଵିନୀ ପ୍ରତିକ୍ରିୟା ଦେଇ କହିଥିଲେ କି, ମୋ ସ୍ଵାମୀ ତ ଫେରାର ଅଛନ୍ତି ଆଉ କେମିତି ସେ ମୋତେ ନେଇ ଭଡାଘରେ ରଖିବେ ? ତେଣୁ ପୁଣି ଥରେ ଆସି ସୁମିତଙ୍କ ଘର ବାହାରେ ବାନ୍ଧିଥିବା ଟେଣ୍ଟକୁ ଫେରି ଆସିଥିଲେ । ଆଉ ଏହି ସମୟରେ ସ୍ଥାନୀୟ ବାସିନ୍ଦା ଏବଂ ଗାନ୍ଧୀନଗର ଅଞ୍ଚଳର କିଛି ମହିଳା ସେଠାକୁ ଆସିଥିଲେ ଓ ତପସ୍ଵିନୀଙ୍କୁ ଘର ବାହାରେ ବସିଥିବା ଦେଖି ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇ ଯାଇଥିଲେ ।

ମହିଳା ମାନେ ମିଶି ସୁମିତଙ୍କ ଘରର ମୁଖ୍ୟ ଫାଟକକୁ ଭାଙ୍ଗି ପକାଇଥିଲେ ଏବଂ ତପସ୍ଵିନୀଙ୍କ ହାତ ଧରି ତାଙ୍କୁ ଗେଟ୍ ଭିତରକୁ ନେଇ ଯାଇଥିଲେ  । ଯାହାଫଳରେ ତପସ୍ଵିନୀ ସୁମିତଙ୍କ ଘରର ପିଣ୍ଡାରେ ଯାଇ ବସିଥିଲେ । ଆଉ ଏତେ ଶୀତରେ ତପସ୍ଵିନୀ ବାହାରେ ଟେଣ୍ଟରେ ରହୁଥିବାରୁ ଏବେ ଶୀତ ଦାଉରୁ ସାମାନ୍ଯ ରକ୍ଷା ପାଇବେ ବୋଲି ସେ ଖୁବ୍ ଖୁସି ଅଛନ୍ତି ବୋଲି କହିଛନ୍ତି । ତେବେ ଏସଡ଼ିଜେଏମ କୋର୍ଟଙ୍କ ରାୟକୁ ନେଇ ଏବେ ତପସ୍ଵିନୀ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ।

ସୁମିତ ପୂର୍ବରୁ ହିଁ ଏସଡ଼ିଜେଏମ କୋର୍ଟଙ୍କ ଆଦେଶକୁ ଅବମାନନା କରି ତାଙ୍କୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଯାଇ ସାରିଲେଣି । ତପସ୍ଵିନୀ କହିଛନ୍ତି କି, ସେ ଦୁଃଖେ ସୁଖେ ଘର ବାହାରେ ରହିଥିଲେ । ସେ କାହାକୁ କହି ନଥିଲେ କି ଘର ଭାଙ୍ଗି ତାଙ୍କୁ ଭିତରେ ପ୍ରବେଶ କରାଯାଉ ବୋଲି । ଯେହେତୁ ଜନ ସାଧାରଣ ତାଙ୍କୁ ଭିତରେ ପ୍ରବେଶ କରାଇଛନ୍ତି ତେଣୁ ତାଙ୍କ ସ୍ଵାମୀ ଆସି ତାଙ୍କୁ ଘରକୁ ନେବା ପର୍ଯ୍ୟନ୍ତ ସେ ସେଇଠି ବସିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।