ଚାକିରିଆଙ୍କ ପାଇଁ ଖୁସି ଖବର ! ଲେବର କୋଡ ବିଲ୍ ରେ ପରିବର୍ତ୍ତନ ଆଣିଲେ ସରକାର ! ଏଥର ସପ୍ତାହରେ 4 ଦିନ କାମ କଲେ 3 ଦିନ ମିଳିବ ଛୁଟି, କିନ୍ତୁ କରିବାକୁ ହେବ ଏହି କାମ !

ଏବେ ସାପ୍ତାହିକ ଛୁଟି ଦିନ ହିସାବରେ ନୁହେଁ ବରଂ ଘଣ୍ଟା ହିସାବରେ ହେବ । ଦେଶରେ ନୂଆ ଲେବର କୋଡ ବିଲ୍ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ କର୍ମଚାରୀ କେତେ ଘଣ୍ଟା କାମ କରିବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ବିଲ୍ ସଂସଦରେ ପାରିତ ହେବା ପରେ ସପ୍ତାହରେ ଚାରିଦିନ କାମ ଏବଂ ତିନିଦିନ ଆରମ ମିଳିବ । ଏହାସହ ନିଜ ଶିଫ୍ଟରେ ଅଧିକ ୧୫ ମିନିଟ କାମ କଲେ ଓଭରଟାଇମ ପଇସା ମଧ୍ୟ ମିଳିବ । ପ୍ରସ୍ତାବିତ ନୂଆ ଲେବର କୋଡ ବିଲ୍ ଅନୁସାରେ ସପ୍ତାହରେ ଦୁଇଦିନ ବଦଳରେ ତିନିଦିନ ଛୁଟି ନେଇ ହେବ ।

କିନ୍ତୁ ଏଥିପାଇଁ ଅଲଗା ଦିନରେ ଅଧିକ କାମ କରିବାକୁ ହେବ । ନୂଆ ଲେବର କୋଡରେ ଓଭର ଟାଇମ କାମ କଲେ ମଧ୍ୟ ଅଧିକ ପଇସା ମିମିବାର ପ୍ରାବଧାନ ରହିଛି । ନୂଆ ଲେବର କୋଡରେ ପ୍ରତିଦିନ କାମ କରିବାର ଅବଧି ବଢାଇ ୧୨ ଘଣ୍ଟା କରିବାକୁ ପ୍ରସ୍ତାବ ରହିଛି । ସେହିପରି ସପ୍ତାହକରେ ମୋଟ ୪୮ ଘଣ୍ଟା କାମ କରିବାର ପ୍ରାବଧାନ ରହିଛି । ଅର୍ଥାତ ପ୍ରତିଦିନ ଆଠ ଘଣ୍ଟା କାମ କଲେ ୬ ଦିନ କାମ କରିବାକୁ ହେବ ।

କିନ୍ତୁ ଯଦି ଆପଣ ପ୍ରତିଦିନ ଅଫିସରେ ୧୨ ଘଣ୍ଟା କାମ କରୁଛନ୍ତି ତେବେ ସପ୍ତାହକରେ ଚାରିଦିନ କାମ କରିବେ ଓ ତିନିଦିନ ଛୁଟି ନେଇପାରିବେ । ନୂଆ ଲେବର କୋଡ ଲାଗୁ ହେଲେ ଯଦି ଆପଣ ଆପଣଙ୍କ ଡ୍ଯୁଟିରୁ ୧୫ ମିନିଟ ଅଧିକ ସମୟ କାମ କରୁଛନ୍ତି ତେବେ ଦରମା ବାଦ୍ ଏହି ଓଭର ଟାଇମ ପାଇଁ ଅଲଗା ପଇସା ଦିଆଯିବ । ଏହି ଓଭର ଟାଇମ ପଇସା ମୋଟ ଦରମାର ପ୍ରତିଦିନ ହିସାବରେ ଅଧ ଘଣ୍ଟାଏ ଲେଖାଏଁ ଦିଆଯିବ ।

କିନ୍ତୁ ଏବେର ନିୟମ ଅନୁସାରେ ଯଦି ଆପଣ ଅତିରିକ୍ତ ଅଧଘଣ୍ଟା କାମ କରୁଛନ୍ତି ତେବେ ଏହାକୁ ଓଭର ଟାଇମ ଭାବେ ଗଣାଯିବ ନାହିଁ । ସେହିପରି ପ୍ରସ୍ତାବିତ ନୂଆ ଲେବର କୋଡ ଅନୁସାରେ କୌଣସି କର୍ମଚାରୀଙ୍କୁ ଏକାଥରେ ୫ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ଅନୁମତି ନାହିଁ । ୫ ଘଣ୍ଟା କାମ କରିବା ପରେ କର୍ମଚାରୀଙ୍କୁ ଅଧଘଣ୍ଟା ବିରତି ଦେବାର ନିୟମ ରହିଛି । ଯେପରି କର୍ମଚାରୀ କମ୍ପାନୀର ଶୋଷଣର ଶିକାର ହେବେନାହିଁ କିମ୍ବା କମ୍ପାନୀ ମଧ୍ୟ କ୍ଷତିରେ ପଡିବ ନାହିଁ, ସେଥିପାଇଁ ସରକାର ଏପରି ନୂଆ ନିୟମ ତିଆରି କରିଛନ୍ତି ।

ସେହିପରି ପ୍ରସ୍ତାବିତ ନୂଆ ନିୟମ ଅନୁସାରେ କର୍ମଚାରୀଙ୍କ ଦରମାର ୫୦ ପ୍ରତିଶତ ମୂଳ ବେତନ ରହିବ । ଆଉ ବାକି ୫୦ ପ୍ରତିଶତ ଅନ୍ଯାନ୍ଯ ସୁବିଧା ସୁଯୋଗ ଏବଂ ଭତ୍ତା ରହିଛି । ଏବେର ନିୟମ ଅନୁସାରେ କମ୍ପାନୀ ମୋଟ ଦରମାର ମୂଳ ବେତନ ୨୫ ରୁ ୩୦୦ ପ୍ରତିଶତ ରଖିଛି । ଆଉ ବାକି ୭୦ ରୁ ୭୫ ଅନ୍ଯାନ୍ଯ ଭତ୍ତା ରହିଛି । ଏଭଳି କରିବା ଦ୍ଵାରା କର୍ମଚାରୀଙ୍କ ମୂଳ ଦରମାରୁ ଅଧିକ କଟେଇ ଛଟେଇ ହୁଏ ।

ନୂଆ ଲେବର କୋଡ ଲାଗୁ ହେଲେ ହାତକୁ ମିଳୁଥିବା ଦରମାର ୭-୧୦ ପ୍ରତିଶତ କମ୍ ଆସିବ । ତେବେ ଏହାକୁ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କାରଣ ମୂଳ ବେତନ ଅନୁସାରେ ଆପଣଙ୍କ ପ୍ରୋଭିଡେଣ୍ଡ ଫଣ୍ଡକୁ ଅଧିକ ପଇସା ଆସିବ । ଯାହାକି ଏବେ ଅପେକ୍ଷା ଅଧିକ ରହିବ । ମୂଳ ବେତନରୁ ୧୨ ପ୍ରତିଶତ କମ୍ପାନୀ ଦେବ ଓ ୧୨ ପ୍ରତିଶତ କର୍ମଚାରୀଙ୍କ ଆକାଉଣ୍ଟରୁ କଟିବ । ଏମିତି ହେଲେ ପିଏଫ ଓ ଗ୍ରାଚୁଇଟି ଦୁଇଗୁଣ ବଢିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।