କଟକ ଚାନ୍ଦବାଲି ରୋଡ ଦେଇ ଯାଉଛି ୨୮୮ ଚକିଆ ଟ୍ରକ । ଏତେ ବଡ ଗାଡିକୁ ଦେଖିବା ପାଇଁ ରାସ୍ତାରେ ଭିଡ ଜମାଉଛନ୍ତି ଲୋକମାନେ । ଗାଡିର ଓଜନ ୬୫୦ ଟନ୍ ହୋଇଥିବା ବେଳେ ଗାଡି ରାସ୍ତାରେ ଯିବାବେଳେ ଟ୍ରାଫିକ ସମସ୍ଯା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଗାଡିଟି ପାଣି ଜାହାଜରେ ଗୁଜୁରାଟରୁ ପାରାଦୀପ ଆସିଥିଲା । ବର୍ତ୍ତମାନ ପାରାଦୀପରୁ ଏକ ମେସିନ ନେଇ ଏହି ଗାଡି ଅନୁଗୁଳ ସାର କାରଖାନା ଅଭିମୁଖେ ଯାଉଛି ।

ବାହାରୁ ଆସିଥିବା ଏହି ଗାଡିଟି ୫ଦିନ ପୂର୍ବେ କେନ୍ଦ୍ରପଡା ଜିଲ୍ଲା ମାର୍ଶାଘାଇ ଲୁଣା ନଦୀ ପାଖେ ଥିଲା । ସେଠାରୁ ଏହା କେନ୍ଦ୍ରପଡା ସାଲେପୁର ରୋଡ ଦେଇ ଆସି କଟକ ଜଗତପୁର ସ୍ଥିତି ବିରୂପା ନଦୀ କୂଳରେ ଅଛି । କାରଣ ଆଗକୁ ଯିବାକୁ ହେଲେ ଏହି ଗାଡିକୁ ଆରଟିଓ ର ଅନୁମତି ଆବଶ୍ୟକ ହେବା ସହ ସ୍ଵତନ୍ତ୍ର ରାସ୍ତା ମଧ୍ୟ ଆବଶ୍ୟକ । କାରଣ ସାଢେ ଛଅଶହ ଟନ୍ ରୁ ଏହାର ଓଜନ ଅଧିକ ହୋଇଥିବାରୁ ବ୍ରିଜ ପାରି ହେବା ପାଇଁ ବ୍ରିଜର ଦକ୍ଷତା ସେତେ ନାହିଁ ।
ତେଣୁ ଆରଟିଓ ର ଅନୁମତି ମିଳିବା ସହ ସ୍ଵତନ୍ତ୍ର ରାସ୍ତା ପ୍ରସ୍ତୁତି ହେବା ପରେ ଏହା ଆଗକୁ ବଢିବ । ଗୁଜୁରାଟରୁ ଏହି ଗାଡିକୁ ନେଇ ଡ୍ରାଇଭରଙ୍କ ସମେତ ପ୍ରାୟ ୩୫ରୁ ୪୦ ଜଣ ଲୋକ ଆସିଛନ୍ତି । ତେବେ ସେମିତି କିଛି ବିଶେଷ ସମସ୍ଯା ହେଉ ନଥିବା ବେଳେ ଏହି ଗାଡିକୁ ନେଇ ଆସିବା ବେଳେ ଅନେକ ସ୍ଥାନରେ ଟ୍ରାଫିକ ସମସ୍ଯା ଦେଖା ଦେଉଛି ।
ଗାଡିଟି ବର୍ତ୍ତମାନ ୧୫ରୁ ୨୦ କିମି ପ୍ରତି ଘଣ୍ଟାରେ ଗତି କରି ପାରୁଛି । ଗାଡିକୁ ନେଇ ତାଳଚେରରେ ପହଞ୍ଚାଇବା ପାଇଁ ଅଢେଇ ମାସରୁ ତିନି ମାସ ଲାଗିଯିବ ବୋଲି ଅନୁମାନ କରିଛନ୍ତି ସେହି ଗାଡିରେ ଆସିଥିବା ଜଣେ ହେଲପର । ତେବେ ଏତେ ବଡ ଗାଡି ଦେଖିବା ପାଇଁ ଲୋକମାନେ ଭିଡ ଜମାଉଥିବାରୁ ଟ୍ରାଫିକ ସମସ୍ଯା ଆହୁରି ଅଧିକ ଦେଖାଦେଉଛି ।

ଗାଡିଟି ନିଶ୍ଚିତ ଭାବେ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଉଛି । କାରଣ ଏତେ ଗୋଟି ଚକ ଥିବା ଗାଡି ଆଗରୁ ହୁଏତ କେହିବି ଦେଖି ନଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।