CSK କପ୍ତାନୀ ଛାଡିବା ପରେ Jadeja ଙ୍କୁ ନେଇ କିଛି ଏମିତି କହୁଛନ୍ତି ଲୋକେ, କ୍ରିକେଟର ମାନେ ମଧ୍ୟ ଏଥିରେ ବାଦ୍ ଦେଇ ନାହାନ୍ତି

ଚାରିଥର ଆଇପିଏଲ ଚମ୍ପିୟାନ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ୍ ର ଏଥର ଅଧିନାୟକତା କରୁଥିଲେ ରବୀନ୍ଦ୍ର ଜାଡେଜା । କିନ୍ତୁ ଆଇପିଏଲ ଚାଲିଥିବା ବେଳେ ଏବେ ସେ ଅଧିନାୟକ ପଦରୁ ଇସ୍ତଫା ଦେଇ ଦେଇଛନ୍ତି ଓ ଧୋନୀଙ୍କୁ ପୁଣି ଥରେ ଅଧିନାୟକ ପଦ ସମ୍ଭାଳିବା ପାଇଁ ଅନୁରୋଧ କରିଛନ୍ତି । ଯାହାଫଳରେ ଏବେ ମାହିଙ୍କୁ ପୁଣି ଥରେ ଚେନ୍ନାଇର ଅଧିନାୟକ ଭାବେ ଦେଖିବାକୁ ମିଳିବ । କିନ୍ତୁ ଜାଡେଜା ଅଧିନାୟକତା ଛାଡିବା ଓ ଧୋନୀଙ୍କୁ ଅଧିନାୟକ କରାଯିବା ପରଠାରୁ ଲୋକେ ଅନେକ ପ୍ରଶ୍ନ ଉଠାଇବା ଆରମ୍ଭ କରିଦେଲେଣି ।

ତେବେ ରବୀନ୍ଦ୍ର ଜାଡେଜା କପ୍ତାନୀ ଛାଡିବା ନେଇ ସିଏସକେ ର ମ୍ୟାନେଜମେଣ୍ଟ ଟିମ୍ ଟ୍ବିଟ କରି ଜଣାଇଛି କି, “ଜାଡେଜା ନିଜ ଖେଳ ଉପରତେ ଅଧିକ ଧ୍ୟାନ କରିବା ପାଇଁ କପ୍ତାନୀ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଓ ଏମ.ଏସ ଧୋନୀଙ୍କୁ ସିଏସକେ ର ନେତୃତ୍ଵ ନେବା ପାଇଁ ଅନୁରୋଧ କରିଛନ୍ତି । ଧୋନୀ ମଧ୍ୟ ସମସ୍ତଙ୍କ ହିତ ପାଇଁ ସିଏସକେ ର ନେତୃତ୍ଵ ନେବା ସହ ଜାଡେଜାଙ୍କୁ ଖେଳ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଅନୁମତି ଦେବା ପାଇଁ ସ୍ଵୀକାର କରିଛନ୍ତି ।”

ଧୋନୀଙ୍କ ହାତକୁ କପ୍ତାନୀ ଆସିବା ପରେ ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଏହାକୁ ନେଇ ଏବେ ଧୋନୀଙ୍କ ସହ ଖେଳିଥିବା କ୍ରିକେଟର ଓ କ୍ରିକେଟ ଦିଗଜ ମାନେ ଦୁଇ ଭାଗରେ ବାଣ୍ଟି ହୋଇ ଯାଇଛନ୍ତି । କିଛି ଲୋକଙ୍କୁ ଧୋନୀଙ୍କ ପୁଣି ଥରେ କ୍ଯାପଟେନ ହେବା ସଠିକ ଲାଗୁଥିବା ବେଳେ ଆଉ କିଛି ଲୋକଙ୍କୁ ଏହା ଭୁଲ ଲାଗୁଛି । ପୂର୍ବ କ୍ରିକେଟର ଅଜୟ ଜାଡେଜା ପୂର୍ବରୁ କହିଥିଲେ କି, ଧୋନୀ ଗେମ କଣ୍ଟ୍ରୋଲ କରିବା ଉଚିତ ନୁହେଁ ।”

ଆଇପିଏଲ ରେ ମୁମ୍ବାଇ ଓ ରାଜସ୍ଥାନ ମ୍ଯାଚ ଚାଲିଥିବା ବେଳେ ଜାଡେଜା କପ୍ତାନୀ ଛାଡିବା ଖବର ସାମ୍ନାକୁ ଆସିଥିଲା । ଏହି ମ୍ଯାଚରେ କମେଣ୍ଟ୍ରି କରୁଥିଲେ ମହମ୍ମଦ କୈଫ ଓ ଆକାଶ ଚୋପ୍ରା । ଏତିକି ବେଳେ ମହମ୍ମଦ କୈଫ କହିଥିଲେ କି, କପ୍ତାନୀ ସମସ୍ତଙ୍କ ବସ୍ ର କଥା ନୁହେଁ ।” ଏହାପରେ ଆକାଶ ଚୋପ୍ରା କହିଥିଲେ କି, “ଏହା ତ ଜାଡେଜାଙ୍କ ଟିମ୍ ହିଁ ନଥିଲା । ସିଜିନ ଆରମ୍ଭ ଠାରୁ ଜାଡେଜା କପ୍ତାନୀ ସିନ୍ ରେ ହିଁ ନଥିଲେ ।

କିନ୍ତୁ ମାହିଙ୍କୁ ମେଣ୍ଟର ବୋଲି ମଧ୍ୟ ସେମାନେ କହିଥିଲେ । ସେ ମଇଦାନରେ ଥିଲେ ତାଙ୍କ ସହ ଚର୍ଚ୍ଚା କରି କିଛି ବି ସମସ୍ଯା ସମାଧାନ କରିହେବ । ଯଦି ଧୋନୀ ଏବେବି ମଇଦାନରେ ଅଛନ୍ତି ତେବେ ଜାଡେଜା କପ୍ତାନୀ କାହିଁକି ଛାଡିଲେ ?” ଜାଡେଜାଙ୍କ କପ୍ତାନୀରେ ଚେନ୍ନାଇର ପ୍ରଦର୍ଶନ ବହୁତ ଖରାପ ଦେଖିବାକୁ ମିଳିଛି ।

୮ଟି ମ୍ଯାଚରୁ ମାତ୍ର ୨ଟି ମ୍ଯାଚ ଜିତିଛି ସିଏସକେ । ଧୋନୀଙ୍କ ସ୍ଥାନରେ ଅନ୍ୟ କେଉଁ ଖେଳାଳିଙ୍କୁ ମଧ୍ୟ ଚେନ୍ନାଇର କ୍ଯାପଟେନ କରାଯାଇ ପାରିଥାନ୍ତି । କିନ୍ତୁ ଏପରି ହେଲା ନାହିଁ । ତେବେ ଧୋନୀଙ୍କ କପ୍ତାନୀରେ ବେଶ ଖୁସି ଅଛନ୍ତି ଚେନ୍ନାଇ ଫ୍ୟାନ୍ସ । ୟେଲୋ ଆର୍ମି ପୁଣି ଥରେ ଚମତ୍କାର ପ୍ରଦର୍ଶ କରିବେ ବୋଲି ସମସ୍ତଙ୍କ ଆଶା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।