କ୍ରିକେଟ ଜଗତରେ ଶୋକର ଛାୟା ! ମାତ୍ର 29 ବର୍ଷ ବୟସରେ ଭାରତର ଏହି ଷ୍ଟାର କ୍ରିକେଟରଙ୍କ ନିଧନ, ହାର୍ଟ ଆଟାକ୍ ରେ ଏହି ଧାକଡ ବ୍ୟାଟ୍ସମ୍ୟାନଙ୍କ ମୃତ୍ୟୁ

ଗତ ଶୁକ୍ରବାର ରାତିରେ ଚେନ୍ନାଇ ସୁପରକିଙ୍ଗସ୍ ଓ କୋଲକାତା ନାଇଟ ରାଇଡ଼ରସ୍ ମଧ୍ୟରେ ଆଇପିଏଲ-୨୦୨୧ ର ଶାନଦାର ଫାଇନାଲ ମ୍ଯାଚ କ୍ରିକେଟ ପ୍ରେମୀ ଖୁବ ଉପଭୋଗ କରିଥିଲେ । କଲିକତାକୁ ହରାଇ ଚେନ୍ନାଇ ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ନିଜ ନାମରେ କରି ନେଇଥିଲା । ଚେନ୍ନାଇର ବିଜଯ କୋଟି କୋଟି ଫ୍ୟାନ୍ସଙ୍କୁ ଖୁସି କରିଥିବା ବେଳେ ଆଜି ସକାଳେ କ୍ରିକେଟ ଦୁନିଆରୁ ଏକ ବହୁତ ଖରାପ ଖବର ସାମନାକୁ ଆସିଛି । ଜଣେ ଚର୍ଚ୍ଚିତ କ୍ରିକେଟର ମାତ୍ର ୨୯ ବର୍ଷ ବୟସରେ ଏହି ଦୁନିଆକୁ ଅ-ଲ-ବି-ଦା କହି ଚାଲି ଯାଇଛନ୍ତି ।

ତେବେ ତାଙ୍କ ନାମ ହେଉଛି ଅବି ବାରୋଟ । ଦୁର୍ଭାଗ୍ୟବଶତଃ ହୃ-ଦ-ଘା-ତ ହେବା ପରେ ଅବି ଅବି ଆଉ ଆମ ଗହଣରେ ନାହାନ୍ତି । ଏତେ କମ୍ ବୟସରେ ଅବିଙ୍କ ଅଚାନକ ନି-ଧ-ନ-ରେ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି । ସେ ସୌରାଷ୍ଟ୍ର ତରଫରୁ କ୍ରିକେଟ ଖେଳୁଥିଲେ ଓ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମ୍ ର କ୍ଯାପଟେନ ମଧ୍ୟ ରହି ସାରିଛନ୍ତି । ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଅବିଙ୍କ ନି-ଧ-ନ ସମ୍ବନ୍ଧରେ ଖବର ଦେଇଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅବି ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଥିଲେ ।

ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଶାନଦାର ଶତକ କରି ସେ ଚର୍ଚ୍ଚାକୁ ଆସିଥିଲେ । ଗୋଆ ବିପକ୍ଷରେ ଘରୋଇ କ୍ରିକେଟ ମ୍ଯାଚରେ ସେ ମାତ୍ର ୫୩ ବଲ୍ ରେ ଶାନଦାର ୧୨୨ ରନ୍ କରିଥିଲେ । ସୌରାଷ୍ଟ୍ର କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଜୟଦେବ ଶାହ ଅବି ବାରୋଟଙ୍କ ନି-ଧ-ନ-କୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ପୋ-ଷ୍ଟ ଜରିଆରେ ନିଜ ଦୁଃଖ ପ୍ରକାଶ କରିଛନ୍ତି । ଅବି ୨୦୧୯-୨୦ ରେ ରଣଜୀ ଟ୍ରଫି ଜିତିଥିବା ସୌରାଷ୍ଟ୍ରର ବିଜେତା ଦଳର ସଦସ୍ୟ ମଧ୍ୟ ଥିଲେ । ତାଙ୍କ ନି-ଧ-ନ-ରେ କ୍ରିକେଟ ଜଗତରେ ଶୋକ ଛାଇ ଯାଇଛି ।

ସେ ଜଣେ ଶାନଦାର ବ୍ୟାଟ୍ସମ୍ୟାନ ହେବା ସହ ଭଲ ବୋଲର ମଧ୍ୟ ଥିଲେ । ଏହାସହ ଅବି ୱିକେଟ କିପିଙ୍ଗ ଦାୟିତ୍ଵ ମଧ୍ୟ ସମ୍ଭାଳୁଥିଲେ । ଅବି ତାଙ୍କ କ୍ଯାରିୟରରେ ୩୮ଟି ଫାଷ୍ଟ କ୍ଳାସ ମ୍ଯାଚ ଖେଳିଛନ୍ତି । ଏଥିରୁ ସେ ସମୁଦାୟ ୧୫୪୭ ରନ୍ ହାସଲ କରିଛନ୍ତି । ଏହାସହ ୩୮ଟି ଲିଷ୍ଟ-ଏ ମ୍ଯାଚ ମଧ୍ୟ ସେ ଖେଳିଛନ୍ତି । ଏଥିରେ ସେ କୌଣସି ଶତକ କରି ନଥିଲେ ମଧ୍ୟ ସମୁଦାୟ ୧୦୩୦ ରନ୍ ବନେଇଛନ୍ତି ଓ ୮ଟି ଅର୍ଦ୍ଧଶତକ କରିଛନ୍ତି ।

ଏହାସହ ଅବି ୨୦ଟି ଘରୋଇ ମ୍ଯାଚରେ ୪୧୬ ଷ୍ଟ୍ରାଇକ ରେଟ୍ ରେ ୭୧୭ ରନ୍ ବନେଇଛନ୍ତି । ଏଥିରୁ ସେ ୫ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ କରିଥିଲେ । ଅବି ବାରୋଟଙ୍କ ଶାନଦାର ପ୍ରଦର୍ଶନ ଦେଖି ବିସିସିଆଇ ତାଙ୍କୁ ‘ଅଣ୍ଡର-୧୯ କ୍ରିକେଟର ଅଫ ଦି ଇୟର’ ସମ୍ମାନ ମଧ୍ୟ ପ୍ରଦାନ କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।