ସ୍କୁଲ ସବୁ ପିଲାମାନଙ୍କ ପାଇଁ ପାଠ ପଢିବାର ଏକ ମୁଖ୍ୟ ମାଧ୍ୟମ ଅଟେ । କାରଣ ସ୍କୁଲରୁ ଯେଉଁ ପ୍ରକାରର ଶିକ୍ଷା ଦିଆଯାଏ ସେହି ଶିକ୍ଷା ଅନ୍ୟ କେଉଁଠି ବି ମିଳି ନ ଥାଏ । କିନ୍ତୁ ଗତ ଦୁଇ ବର୍ଷ ହେବ ସ୍କୁଲ ବନ୍ଦ ହୋଇ ପଡିଛି । ଏମିତିରେ ପିଲାମାନେ ଅନ୍ଲାଇନ କ୍ଲାସ କରୁଛନ୍ତି କିନ୍ତୁ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ସ୍କୁଲ ଖୋଲିବାକୁ ନେଇ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ରାଜ୍ୟ ସରକାର ସ୍କୁଲ ଖୋଲିବାକୁ ନେଇ ଆଇନସମ୍ମତ ନିଷ୍ପତି ନେବେ ।

କହିବାକୁ ଗଲେ ଓଡିଶା ହାଇକୋର୍ଟ ସ୍କୁଲ ଖୋଲିବା ମାମଲାରେ ଏହିଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାରଙ୍କୁ । ଦୁଇ ମାସ ମଧ୍ୟରେ ଆଇନସମ୍ମତ ନିଷ୍ପତି ନେବା ପାଇଁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କହିଦେଉଛୁ କି ରଞ୍ଜିତା ମହାପାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ସ୍କୁଲ ଖୋଲିବାକୁ ନେଇ ଏକ ମାମଲା ରୁଜୁ ହୋଇଥିଲା ।
କରୋନ ସଂକ୍ରମଣ କମ ହେବା ପରେ ସ୍କୁଲ ଖୋଲିବାକୁ ନେଇ ଚର୍ଚା ଜୋର ଧରିଥିଲା ଓ ଅନ୍ୟ ପଟେ ରାଜ୍ୟ ସରକାର ବି ସ୍କୁଲ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । କିନ୍ତୁ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ କାରଣରୁ ସରକାର ପୁଣି ଥରେ ସ୍କୁଲ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଥିଲେ ।

ଅନ୍ୟ ପଟେ କେତେକ ରାଜ୍ୟରେ ସ୍କୁଲ ଖୋଲିବା ଆରମ୍ଭ ହୋଇ ଯାଇଛି । ପିଲାମାନେ ବି ଧୀରେ ଧୀରେ ସ୍କୁଲ ଯିବା ଆରମ୍ଭ କରିଦେଇଛନ୍ତି । ଯଦି ଓଡିଶା ହାଇକୋର୍ଟଙ୍କ ନିଷ୍ପତି ବିଷୟରେ କହିବା ତେବେ ସ୍କୁଲ ଖୋଲିବାକୁ ନେଇ ଏହା ବହୁତ ବଡ ନିଷ୍ପତି ଅଟେ କି। ରାଜ୍ୟ ସରକାରଙ୍କୁ ଦୁଇ ମାସ ମଧ୍ୟରେ ଆଇନଗତ ନିଷ୍ପତି ନେବା ପାଇଁ କୁହାଯାଇଛି । କହିଦେଉଛୁ କି ୨ ବର୍ଷ ହେବ ପିଲାମାନେ ସ୍କୁଲଯାଇ ପାଠ ପଢି ପାରୁ ନାହାନ୍ତି ।

ରଞ୍ଜିତା ମହାପାତ୍ର ନିଜର ପିଟିସନରେ କହିଥିଲେ ଗତ ଦୁଇ ବର୍ଷ ମଧ୍ୟରେ ପିଲାମାନେ ହଇରାଣ ହେଉଛନ୍ତି । ପିଲାମାନେ ସ୍କୁଲ ଯାଇ ପାରୁ ନାହାନ୍ତି । ବଡ ବଡ ମଳ ଓ ବାର ଖୋଲା ଅଛି କିନ୍ତୁ ସ୍କୁଲ ବନ୍ଦ ଅଛି । ଏହାକୁ ଆଧାର କରି କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଦୁଇ ମାସ ମଧ୍ୟରେ ଆଇନଗତ ନିଷ୍ପତି ନେବା ପାଇଁ । ଏମିତିରେ ସମସ୍ତେ ଆଶା କରୁଛନ୍ତି ଜଲ୍ଦି ହିଁ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ଆଦେଶ ଦିଅନ୍ତୁ ।