Sumit ଙ୍କୁ ଲାଗିଲା ଆଉ ଏକ ବଡ ଝଟକା ! Sumit-Tapaswini ବିବାଦ ମାମଲାରେ ହାଇ କାର୍ଟ ଦେଲେ ଏମିତି ନିସ୍ପତି !

ତପସ୍ଵିନୀ ଓ ସୁମିତଙ୍କ ପାରିବାରିକ ମାମଲା ଯେତିକି ଦିନ କୋର୍ଟରେ ଚାଲି ନ ଥିଲା ତା ଠାରୁ ଅଧିକ ନ୍ୟୁଜ ଚ୍ୟାନେଲ ଗୁଡିକରେ ଚାଲିଥିଲା । ସବୁଦିନ ତପସ୍ଵିନୀଙ୍କୁ ନେଇ କୌଣସି ନା କୌଣସି ଖବର ସାମ୍ନାକୁ ଆସୁଥିଲା । ଅନ୍ୟ ପଟେ କିଛି ସମାଜସେବିମନେ ତପସ୍ଵିନୀର ସପକ୍ଷରେ ଛିଡା ହୋଇଥିଲେ ଓ ସମସ୍ତେ ତପସ୍ଵିନୀଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରୁଥିଲେ । ଯେଉଁଥିରେ କି ସେମାନେ ଏକ ପ୍ରକାରର ସଫଳ ମଧ୍ୟ ହେଲେ ।

କିନ୍ତୁ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ବ୍ରହ୍ମପୁର ବହୁ ଚର୍ଚିତ ତପସ୍ଵିନୀ ଓ ସୁମିତଙ୍କ ପାରିବାରିକ ମାମଲା ବର୍ତ୍ତମାନ କୋର୍ଟରେ ଅଛି । କୋର୍ଟ ତପସ୍ଵିନୀଙ୍କୁ ସୁମିତଙ୍କ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ମାମଲାରେ ଏକ ପ୍ରକାରର ପୂର୍ଣଚ୍ଛେଦ ଲାଗି ଥିଲା । ଏହା ସହିତ କୋର୍ଟ ତପସ୍ଵିନୀଙ୍କ ଭରଣ ପୋଷଣ ପାଇଁ ତାଙ୍କୁ ମାସକୁ ୧୭ ହଜାର ଟଙ୍କା ଦେବା ପାଇଁ ସୁମିତଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

କିନ୍ତୁ କିଛି ଦିନ ପରେ ସୁମିତ ତଳ କୋର୍ଟର ଏହି ରାୟକୁ ଚ୍ୟାଲେଞ୍ଜ କରି ସୁମିତ ହାଇକୋର୍ଟର ଦ୍ଵାରସ୍ଥ ହୋଇ ଥିଲେ । କିନ୍ତୁ ହାଇକୋର୍ଟ ବି ତଳ କୋର୍ଟର ରାୟକୁ ହିଁ କାୟମ ରଖିଛନ୍ତି । ତଳ କୋର୍ଟର ରାୟ ଅନୁସାରେ ମାସର ୧୦ ତାରିଖ ଦିନ ସୁମିତ ତପସ୍ଵିନୀଙ୍କୁ ୧୭ ହଜାର ଟଙ୍କା ଭରଣ ପୋଷଣ ପାଇଁ ଦେବେ ।

ଯାହାକୁ ହାଇକୋର୍ଟ ବି ସଠିକ ବୋଲି କହିଛନ୍ତି । ଏହା ପରେ ଫେବ୍ରୁୟାରୀ ୧୫ରେ ଏହି ମାମଲାରେ ପୁଣି ଥରେ ଶୁଣାଣୀ କରାଯିବ ବୋଲି କୋର୍ଟ ତରଫରୁ କୁହାଯାଇଛି । କହିବାକୁ ଗଲେ ପୁଣି ଥରେ କୋର୍ଟ ତପସ୍ଵିନୀଙ୍କ ସପକ୍ଷରେ ରାୟ ଦେଇଛନ୍ତି । ବ୍ରହ୍ମପୁରର ଜିଲ୍ଲା ଜଜ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେଥିରେ ଦୁଇଟି କଥା ଥିଲା ।

ସବୁ ମାସରେ ସୁମିତ ତପସ୍ଵିନୀଙ୍କୁ ଭରଣ ପୋଷଣ ପାଇଁ ଟଙ୍କା ଦେବେ ଓ ସୁମିତ ତପସ୍ଵିନୀଙ୍କୁ ତାଙ୍କ ଘରେ ରଖିବେ । କିନ୍ତୁ କୋର୍ଟଙ୍କ ଏହି ରାୟ ଚୁଡାନ୍ତ ନିଷ୍ପତି ନୁହେଁ । ଏହା ଏକ ପ୍ରାରମ୍ଭିକ ନିଷ୍ପତି ଅଟେ ଓ ଆସନ୍ତା ଫେବ୍ରୁଆରୀ ୧୫ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣୀ କରାଯିବ । ଯେଉଁଥିରେ ଏହି ୧୭ ହଜାର ଟଙ୍କା ବୁଦ୍ଧି ପାଇ ପାରେ ନଚେତ କମିପାରେ । ସେହି ଦିନ ହିଁ କୋର୍ଟ ନିଜର ଚୁଡାନ୍ତ ନିଷ୍ପତି ନେବେ ।