ମୁଁ କରମଣ୍ଡଳ କହୁଛି…. ବାହାନଗା ଦୁର୍ଘଟଣା ପଛରେ କାହାର ହାତ ଅଛି ? Coromandel Train Accident

ବନ୍ଧୁଗଣ କରମଣ୍ଡଳ ଟ୍ରେନ ଦୁର୍ଘଟଣାକୁ ନେଇ ଆଜି ବି ଲୋକଙ୍କ ମନରେ ଭୟ ରହିଛି । ଏ ହେଉଛି ସେହି କରମଣ୍ଡଳ ଯିଏ କି 288 ଯାତ୍ରୀଙ୍କ ଜୀବନ ନେଇଥିଲା ଜୁନ 2 ତାରିଖରେ । କିନ୍ତୁ ଏବେ ସବୁ କିଛି ଠିକ ହୋଇଯାଇଛି ଆଉ କରମଣ୍ଡଳ ଟ୍ରେନ ପୁଣି ଯାତ୍ରୀଙ୍କ ସେବାରେ ଲାଗି ପଡିଛି । ଏବେ ବି ଯାତ୍ରୀ ମାନେ ଭୟ କରୁଛନ୍ତି କରମଣ୍ଡଳ ରେ ବସିବା ପରେ । କିନ୍ତୁ କରମଣ୍ଡଳ ଟ୍ରେନର ଭୁଲ କଣ ଥିଲା ଯେ ଯାହା ପାଇଁ ଲୋକେ ଭୟ କରୁଛନ୍ତି ।

ଦୀର୍ଘ 46 ବର୍ଷ ଧରି ଏହି ଟ୍ରେନ ଟି ଚଳ ପ୍ରଚଳ ହେଉଛି । 1977 ମସିହାରେ କରମନାଦଳ ଟ୍ରେନ ଟି ପ୍ରଥମ ଥର ପାଇଁ ପ୍ଲାଟ ଫର୍ମ କୁ ଓଲହାଇ ଥିଲା । ପୁପୂର୍ବର ଉପକଉଳ ଅତିକ୍ରମ କରୁ ଥିବାରୁ ଏହାର ନାମ କରମଣ୍ଡଳ ରଖାଯାଇଥିଲା । ସୁପର ଫାଷ୍ଟ ଟ୍ରେନ ଭାବେ ଯାତ୍ରୀ ମାନେ ଏହି ଟ୍ରେନ କୁ ଅଧିକ ପସନ୍ଦ କରୁଥିଲେ । ସବୁଠାରୁ ଅଧିକ ଯାତ୍ରୀ ଏହି ଟ୍ରେନରେ ହାୱଡା ରୁ ଚେନ୍ନାଇ ଯାଇଥାନ୍ତି ।

ଅନ୍ୟ ଟ୍ରେନ ଅପେକ୍ଷା ଏହି ଟ୍ରେନ ଟି ଅଧିକ ଫାଷ୍ଟ ଥିବାରୁ ଏହାକୁ ଲୋକେ ସାଉଥ ଇଷ୍ଟ ର ରାଜା ବୋଲି କହିଥାନ୍ତି । ପ୍ରାୟ 1679 କିମି କୁ 26 ଘଣ୍ଟାରେ ଅତିକ୍ରମ କରୁଥିଲା ଏହି ଟ୍ରେନ ଟି । ଘଣ୍ଟା ପ୍ରତି 130 କିମି ବେଗରେ ଏହି ଟ୍ରେନ ଟି ଅତିକ୍ରମ କରି କୋଲକାତା ରୁ ଚେନ୍ନାଇ ର ଦୂରତାକୁ କମାଇ ଦେଇଥିଲା । ଯାତ୍ରୀ ମାନେ ଏହି ଟ୍ରେନକୁ ଜୀବନ ରେଖା ମଧ୍ୟ କହିଥାନ୍ତି ।

ଏହି ଟ୍ରେନ ଟି ଠିକ ସମୟରେ ଯାତ୍ରୀ ଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଥିଲା । କିନ୍ତୁ ଦୁଃଖ ର ବିଷୟ କି ବାହନଗା ଟ୍ରେନ ଦୁର୍ଘଟଣା ପାଇଁ ଏବେ କରମଣ୍ଡଳ କୁ ନିନ୍ଦା କରା ଯାଉଛି । ସେଦିନ ସେ କଳା ରାତିରେ କିଛି କ୍ଷଣ ମଧ୍ୟରେ ସବୁ କିଛି ଓଲଟ ପାଲଟା ହୋଇ ଯାଇଥିଲା । ସବୁ ଦିନ ଭଳି ସେଦିନ ମଧ୍ୟ କରମଣ୍ଡଳ ଟ୍ରେନ ଟି ସାଲିମିଆର ରୁ ଚେନ୍ନାଇ ଯାଇଥିଲା ।

ସେହି ସମୟରେ ସିଗନାଲ ଖରାପ ହୋଇ ଯାଇ ଥିବାରୁ ଟ୍ରେନ ଦୁର୍ଘଟଣା ହୋଇଥିଲା । ଯାହା ଫଳରେ ପୂର୍ବରୁର ଅନ୍ୟ ଟ୍ରାକ ରେ ଠିଆ ହୋଇଥିବା ମାଲଗାଡି ଟ୍ରେନ ରେ ଧକ୍କା ହୋଇଥିଲା କରମଣ୍ଡଳ । ତା ପରେ ଲାଇନ ଚ୍ୟୁତ ହୋଇ ଯାଇଥିଲା । ଏହି ଦୁର୍ଘଟଣା ଏତେ ତୀବ୍ର ଥିଲା ଯାହା ପାଇଁ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଆଉ ସେଦିନ ଦେଖିବାକୁ ମିଳିଥିଲା କୂଢ କୂଢ ଶବ ।

ସେହି ସମୟରେ ସ୍ଥାନୀୟ ଅଞ୍ଚଳରେ ଦେବଦୂତ ସାଜି ଲୋକ ମାନଙ୍କୁ ଟ୍ରେନ ରୁ ଉଧାର କରିଥିଲେ । ଆଉ ତା ପରେ ଓଡ୍ରାଫ ଟିମ ପହଞ୍ଚି ନିଜର ଉଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରିଚାଳନରେ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟି ଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।