ଶୀତ ଦିନେ ଚକୋଲେଟ୍ ଖାଇବା ଦ୍ଵାରା ମିଳୁଥିବା ଫାଇଦା ଗୁଡିକ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଶୀତଦିନେ ଚକୋଲେଟ୍ ଖାଇବା ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା!

ପ୍ରୋଟିନ ଦ୍ବାରା ଭରପୁର ଥିବା ଖାଦ୍ୟ ବାଦମ୍, ଦହି, ଚିଜ୍, ପନିର୍ ଓ ଚକୋଲେଟ୍ ଖାଇବା ଦ୍ୱାରା ହାର୍ଣ୍ଣିଆ ଭଳି ରୋଗଗ୍ରସ୍ତ ଲୋକଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଥାଏ। ଯେଉଁ ଖାଦ୍ୟ ପଦାର୍ଥରେ ଟ୍ରିପ୍ଟୋଫେନ ର ପରିମାଣ ଅଧିକ ମାତ୍ରାରେ ଥାଏ, ଏଥିରେ ଥିବା ଆମିନୋ ଏସିଡ ଶରୀରରେ ପ୍ରୋଟିନ୍ ନିର୍ମାଣ କରିଥାଏ। ଏହାଦ୍ବାରା କାର୍ଯ୍ୟ କରିବା ନିମନ୍ତେ ଶରୀରକୁ ବଳ ମିଳିଥାଏ।

କାହିଁକି ଖାଇବେ ଚକୋଲେଟ୍?

୧. ବୈଜ୍ଞନିକଙ୍କ ମତାନୁସାରେ ଚକୋଲେଟରେ ଥିବା କୋକୋ ଦ୍ବାରା ବଢୁଥିବା ବୟସ ମଧ୍ୟ ଜଣା ପଡିନାହିଁ। ଶୀତଦିନେ ଗରମ ଚକୋଲେଟ ୨ କପ୍ ପିଇବା ଦ୍ବାରା ବୃଦ୍ଧ ଲୋକଙ୍କ ମାନସିକ ଅବସ୍ଥା ଭଲ ରହିବା ସହିତ ତାଙ୍କର ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

୨. ସର୍ବଦା ଡାର୍କ ଚକୋଲେଟ୍ ଖାଇବ ଦ୍ବାରା ମାନସିକ ଅଶାନ୍ତି ଦୂର ହୋଇଥାଏ, ଏହାକୁ ଖାଇବା ଦ୍ବାରା ମାନସିକ ଅଶାନ୍ତି ନିୟନ୍ତ୍ରଣ କରୁଥିବା ହର୍ମୋନ ନିୟନ୍ତ୍ରିତ ହୋଇଥାଏ।

୩. ଚକୋଲେଟ୍ ଖାଇବ ଦ୍ବାରା ମଧ୍ୟ ଉଚ୍ଚ ରକ୍ତଚାପ ସନ୍ତୁଳିତ ହୋଇଥାଏ। କୋକୋ ରେ ଥିବା ଏଣ୍ଟି ଅକ୍ସିଡେଣ୍ଟ ଦ୍ବାରା ମଧ୍ୟ ବହୁତ୍ ପ୍ରକାର ରୋଗର ଉପଶମ ହୋଇଥାଏ।

୪. ରକ୍ତଚାପ କମିବା ସହିତ ମଧ୍ୟ ଚକୋଲେଟ୍ ଖାଇବ ଦ୍ବାରା ହୃଦୟ ଜନୀତ ରୋଗ ହେବାର ସମ୍ଭାବନା କମିଯାଏ। ଏକ ରିସର୍ଚ୍ଚ ଦ୍ବାରା ଜଣାପଡିଛି ଯେ ଚକୋଲେଟ୍ କିମ୍ବା ଚକୋଲେଟ୍ ଡ୍ରୀଙ୍କସ୍ ପିଇବା ଦ୍ବାରା ହୃଦ୍ ଜନିତ ରୋଗର ସମ୍ଭାବନା ଏକ ତୃତୟାଂଶ କମ୍ ହୋଇଥାଏ ଏବଂ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

୫. ଚୋକୋଲେଟ ଖାଇବାର ବଡ଼ ଫାଇଦା ହେଲା କି ମସ୍ତିଷ୍କ ପାଇଁ ଏହା ବହୁତ ଭଲ ଅଟେ। ଏହାକୁ ଖାଇବା ଦ୍ବାରା ମୁଡ୍ ମଧ୍ୟ ଭଲ ରହିଥାଏ।