ଚିତାଲାଗି ଅମାବାସ୍ୟାରେ ( 8 August ) ନିଶ୍ଚୟ କରନ୍ତୁ ଏହି ୮ଟି କାମ, ସବୁ ସମସ୍ୟା ହେବ ଦୂର

ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ଓଡିଶାର ଏକ ବଡ ପର୍ବ ଅଟେ । ଯାହା ଶ୍ରବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତିନି ଦିନିଆ ପୂଜା ଏବଂ ଧୂପ ଶେଷ ହେବା ପରେ ଦଇତାପତି ମାନେ ତିନି ଠାକୁରଙ୍କ ଲଲାଟରେ ଚିତାଲାଗି କରିଥାନ୍ତି ।

ଆମ ଓଡିଶା ଏକ କୃଷିଭିତ୍ତିକ ରାଜ୍ୟ ହୋଇଥିବାରୁ କୃଷକମାନେ ବିଲରେ କାମ କଲା ବେଳେ ଗେଣ୍ଡା ଦ୍ଵାରା ତାଙ୍କ ଗୋଡ ନ କଟିଯିବା ପାଇଁ ଏହିଦିନ ଜଳତ୍ସର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା ବା ଗଇଣ୍ଠା ପିଠା ଆଦି ଅର୍ପଣ କରାଯାଏ । ଆଜି ଆମେ ଆପଣଙ୍କୁ ଏହି ଦିନ କରିବା ପାଇଁ କେତୋଟି ଉପାୟ ଜଣାଇବୁ ଯାହାଦ୍ଵାରାଆପଣଙ୍କ ସମସ୍ତ ସମସ୍ଯା ସମାଧାନ ହୋଇଯିବ । ତେବେ ଚାଲନ୍ତୁ ଜାଣିବା ।

 

ଏହି ଅମାବାସ୍ୟା ଦିନ ଭୋକିଲା ପ୍ରାଣୀ ମାନଙ୍କୁ ଖାଇବାକୁ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ । ସକାଳୁ ସ୍ନାନ କରିବା ପରେ ଅଟାରୁ ଛୋଟ ଛୋଟ ଗୁଳି ପ୍ରସ୍ତୁତ କରି ପାଖରେ ଥିବା ମାଛ ମାନଙ୍କୁ ଖାଇବାକୁ ଦିଅନ୍ତୁ । ଏହାଦ୍ଵାରା ଆପଣଙ୍କ ଅନେକ ଦୁଃଖ ଦୂର ହୋଇଯିବ । ଏହିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା କରିବା ଦ୍ଵାରା ଦାରିଦ୍ର୍ଯ ଦୂର ହୋଇଥାଏ । ଯଦି ଆପଣଙ୍କ ଜାତକରେ ଚନ୍ଦ୍ରଙ୍କ ସ୍ଥାନ ଠିକ ନାହିଁ ତେବେ ଏହିଦିନ ଗାଈଙ୍କୁ ଦହି ଭାତ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ମାନସିକ ଶାନ୍ତି ଏବଂ ଏକାଗ୍ରତା ବୃଦ୍ଧି ପାଇଥାଏ ।

 

ଏହିଦିନ ଶିବ ମନ୍ଦିରରେ ମଧ୍ୟ ଜଳ ଏବଂ ବେଳ ପାତ୍ର ଚଢାନ୍ତୁ ଓ ଭକ୍ତି ମନରେ ଓଁ ନମଃ ଶିବାୟ ମଧ୍ୟ ଜପ କରନ୍ତୁ । ଏହାଦ୍ଵାରା ଆପଣଙ୍କ କାଳସର୍ପ ଯୋଗ କଟି ଯାଇଥାଏ । ଏହିଦିନ ଅଟା ସହ ଚିନି ମିଶାଇ ସେଥିରୁ ଛୋଟ ଛୋଟ ଗୁଳି ପ୍ରସ୍ତୁତ କରି ପିମ୍ପୁଡି ମାନଙ୍କୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ପାପ ଧୋଇ ହୋଇଯିବ । ଚିତାଲାଗି ଅମାବାସ୍ୟା ଦିନ ଦାନ ଦେବା ଦ୍ଵାରା ବିଷ୍ଣ ଭଗବାନ ପ୍ରସନ୍ନ ହୋଇଥାନ୍ତି ଓ ଏହିଦିନ ଧୋବା ବା ଧୋବଣୀ ମାନଙ୍କୁ ଖାଇବାକୁ ଦେଲେ ସମସ୍ତ ମନୋସ୍କମାନ ପୂର୍ଣ୍ଣ ହୋଇଥାଏ ।

ଏହି ଅମାବାସ୍ୟା ଦିନ ନିକଟରେ ଥିବା ମନ୍ଦିରର ଅସନ୍ୟ କୋଣରେ ଗାଈ ଘିଅର ଦୀପ ଜଳାନ୍ତୁ ଓ ସେଥିରେ ଲାଳ ସଳିତା ବ୍ୟବହାର କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ବେରୋଜଗାର ଲୋକମାନେ ଏହି ଅମାବାସ୍ୟା ଦିନ ଏକ ସଫା ଲେମ୍ବୁକୁ ପାଖରେ ଥିବା ମନ୍ଦିରରେ ରଖି ଦିଅନ୍ତୁ ଏବଂ ରାତିରେ ଏହାକୁ ଆଣି ଚାରି ଭାଗରେ କାଟି ଦିଅନ୍ତୁ । ତାପରେ ଚଉରା ପାଖକୁ ଯାଇ ତ ଚାରି ପାଖେ ପକାଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ବେରୋଜଗାର ଲୋକଙ୍କୁ ଲାଭ ହେବାର ସମ୍ଭାବନା ରହିଥାଏ ।

ଆହୁରି ମଧ୍ୟ ଏହି ଚିତାଲାଗି ଅମାବାସ୍ୟା ଦିନ ଭଗବାନ ଶିବ ଓ ବିଷ୍ଣଙ୍କ ଏକା ସଙ୍ଗେ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ହର ଓ ହରିଙ୍କ ବିଧିବିଧାନ ସହ ପୂଜା କରିବା ଦ୍ଵାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ଏହି ଅମାବାସ୍ୟା ଦିନ ରାତିରେ ୫ଟି ଲାଲ ଫୁଲ ଓ ୫ଟି ଜଳୁଥିବା ଦୀପକୁ ନଦୀରେ ଭସାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ପ୍ରଚୁର ଧନପ୍ରାପ୍ତି ହୋଇଥାଏ ।

ଆପଣଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଚାହୁଁଥିଲେ ୧୦୮ ବାର ତୁଳସୀପତ୍ରକୁ ‘ଶ୍ରୀ ହରି ଶ୍ରୀ ହରି’ କିମ୍ବା ‘ଓଁ ନମଃ ନାରାୟଣ ନମଃ’ ମନ୍ତ୍ର ଜପ କରି ୧୦୮ ଥର ମନ୍ଦିରର ଚାରିପାର୍ଶ୍ଵ ପରିକ୍ରମା କରନ୍ତୁ । ଚିତାଲାଗି ଅମାବାସ୍ୟା ଦିନ ରାତିରେ କଳା କୁକୁରକୁ ତେଲ ଲଗା ରୋଟି ଖାଇବାକୁ ଦେଲେ ଶତ୍ରୁମାନଙ୍କ କ୍ରୋଧ ଶାନ୍ତ ପଡିଯାଏ । ଅପନନକୁ ଆମ ପୋଷ୍ଟ ଭଲ ଲାଗିଥିଲେ ଲାଇକ କମେଣ୍ଟ କରନ୍ତୁ ଓ ଏହିପରି ପୋଷ୍ଟ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।