ଚିନକୁ ଲାଗିଲା ବଡ ଝଟକା, ସବୁଠୁ ଅଧିକ ଆମଦାନୀ ହେଉଥିବା ଏହି ଜିନିଷ ଉପରେ ଲାଗିଲା ରୋକ, ଚିନ ଏବେ ହେଇଯିବ କାଙ୍ଗାଳ

ଭାରତର ସରକାର କେବଳ ସୀମା ଉପରେ ନୁହେଁ । ବର୍ତ୍ତମାନ ସବୁ ମୋର୍ଚା ଉପରେ ଚୀନର ଷଡଯନ୍ତ୍ରକୁ ଖଣ୍ଡନ କରିବାକୁ ପ୍ରସ୍ତୁତୁ ଅଛନ୍ତି । ବର୍ତ୍ତମାନ ଚୀନ ଠାରୁ ଆସୁଥିବା ସମସ୍ତ ବିଜୁଳି ଉପକରଣର ଆମଦାନୀକୁ ବନ୍ଦ କରାଯିବ । କେନ୍ଦ୍ରୀୟ ବିଜୁଳି ମନ୍ତ୍ରୀ ଆର କେ ସିଂହ ଏହିଭଳି ଏକ ବଡ ବୟାନ ଦେଇଛନ୍ତି । ଶୁକ୍ରବାର ଦିନ ରାଜ୍ୟର ବିଜୁଳି ଓ ନବୀକରଣ ଊର୍ଜା ମନ୍ତ୍ରୀମାନଙ୍କ ସହିତ ବୈଠକ କରି ଆର କେ ସିଂହ କହିଦେଲେ କି ଚୀନ ଓ ପାକିସ୍ତାନ ଠାରୁ ବିଜୁଳି ସହ ଜଡିତ କୌଣସି ବି ପ୍ରକାରର ଜିନିଷ ଆମଧାନୀ ହେବ ନାହିଁ ।

ଆପଣଙ୍କୁ କହିଦେଉଛୁ କି ଗତ ଦିନ ସରକାର ଏହି ନିଷ୍ପତି ଏଥିପାଇଁ ନେଇ ଥିଲେ, ଚୀନରୁ ଭାରତ ଆସୁଥିବା ସମସ୍ତ ବିଜୁଳି ଉପକରଣ ଗୁଡିକ ପ୍ରଥେମ ପୁରା ଯାଞ୍ଚ କରାଯିବ । କାରଣ ଏମିତି ଆଶଙ୍କା କରା ଯାଉଛି କି ଚୀନ ଏହି ବିଜୁଳି ଉପକରଣ ଗୁଡିକ ମଧ୍ୟରେ ମାଲୱେୟର ଓ ଟ୍ରୋଜନ ହର୍ସ ଭଳି ଭାଇରସ ଭର୍ତ୍ତି କରିଛି ଓ ଏହା ଜରିଆରେ ସେ ଭବିଷ୍ୟତରେ ସାଇବର ଆକ୍ରମଣ କରିପାରେ । ଏମାନଙ୍କ ସାହାର୍ଯ୍ୟରେ ସେ ଭାରତର ଇଲେକ୍ଟ୍ରିସିଟୀ ଗ୍ରିଡକୁ ଫେଲ କରିବାର ଷଡଯନ୍ତ୍ର କରିପାରେ ଓ ଅର୍ଥ ବ୍ୟବସ୍ଥାକୁ କ୍ଷତି ବି ପହଞ୍ଚାଇ ପାରେ ।

କେନ୍ଦ୍ରୀୟ ମନ୍ତ୍ରୀ କହିଲେ କି ଭାରତରେ ବିଜୁଳି ଉପକରଣ ଗୁଡିକର ପର୍ଯ୍ୟାପ୍ତ ପରିମାଣରେ ତିଆରି ହେଉଛି । ଏମିତିରେ କୌଣସି ବି ଜିନିଷ ବାହାରୁ ଆମଦାନୀ କରିବା ଦରକାର ନାହିଁ । ଯଦି ଏମିତି କୌଣସି ଉପକରଣ ଅଛି ଯାହାକୁ ଆମେ ତିଆରି କରି ପାରିବୁ ନାହିଁ ତେବେ ତାହାର ଆମଦାନୀ କରାଯିବ । କିନ୍ତୁ ସେ ସୀମିତ ସମୟ ପାଇଁ ହେବ ।

କେନ୍ଦ୍ରୀୟ ମନ୍ତ୍ରୀ କହିଲେ କି ଆମକୁ ସୂଚନା ମିଳିଛି କି ବିଜୁଳି ଉପକରଣରେ ଏମିତି ଭାଇରସ ଇଂସ୍ଟଲ କରା ଯାଇଛି, ଯାହାକୁ କେଉଁଠି ଦୂରରେ ବସି ବି ଆକ୍ଟିବ କରା ଯାଇ ପାରିବ । ଏହା ସାହାର୍ଯ୍ୟରେ ଭାରତର ପୁରା ପାୱାର ସେକ୍ଟର ଓ ତାହା ସହିତ ଅର୍ଥ ବ୍ୟବସ୍ଥାକୁ ବି କ୍ଷତି କରାଯାଇ ପାରେ । ସେଥିପାଇଁ ଆମେ ନିଷ୍ପତି ନେଇଛୁ କି ଏହି ସେକ୍ଟରରେ ସଂବେଦନଶୀଳତାକୁ ଦେଖି ଯେଉଁ ଉପକରଣ ଭାରତରେ ତିଆରି ହେଉଛି, ତାଙ୍କୁ ଏହି କ୍ରୟ କରାଯିବ ।

ଏହାର ଅତିରିକ୍ତ ଯେଉଁ ଉପକରଣ ତିଆରି ହେଉ ନାହି, ତାହାର ଆମଦାନୀ ହେବ, କିନ୍ତୁ ଭାଇରସକୁ ନେଇ ପ୍ରଥେମ ପୁରା ଯାଞ୍ଚ କରାଯିବ । ଏହା ପରେ ଯାଇ ସେହି ଜିନିଷର ଅନୁମତି ଦିଆଯିବ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।