ଗତକାଲି ଦିଲ୍ଲୀକୁ କ୍ଵାଲିଫାୟର ମ୍ଯାଚରେ ହ-ରା-ଇ-ବା ପରେ ଚେନ୍ନାଇ ଟିମ୍ ଏମିତି ପାଳନ କଲେ ବିଜୟ ଉତ୍ସବ । ଏହି ସମୟରେ ଭାବୁକ ହୋଇ ଯାଇଥିଲେ ଧୋନି, ଋତୁରାଜ ଗାଇକୱାଡ ଓ ଜାଡେଜା ମଧ୍ୟ । ଏହାପରେ ଧୋନି କିଛି ଏମିତି କରିଥିଲେ କି ପୁଣି ଆଉ ଥରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିଣି ନେଇଛନ୍ତି । ଆଜି ଆମେ ଆପଣଙ୍କୁ ମ୍ଯାଚ ଜିତିବା ପରେ ଚେନ୍ନାଇ ଟିମ୍ କିପରି ଖୁସି ମନାଇଲେ ତାହା ଆପଣଙ୍କୁ ଜଣାଇବୁ ।
ଚେନ୍ନାଇ ସୁପରକିଙ୍ଗସ ଦିଲ୍ଲୀକୁ ହ-ରା-ଇ କ୍ଵାଲିଫାୟର ମ୍ଯାଚ ଜିତି ଏବେ ସିଧା ଫାଇନାଲରେ ପହଞ୍ଚି ଯାଇଛି । ଆଇପିଏଲ ୨୦୧୯ ପରେ ଚେନ୍ନାଇ ପୁଣି ଥରେ ଆଇପିଏଲ ଫାଇନାଲରେ ପହଞ୍ଚି ଟ୍ରଫି ଜିତିବା ପାଇଁ ପ୍ରସ୍ତୁତ ହେଉଛି । କିନ୍ତୁ ଏହି ବିଜୟ ସେତେ ସହଜ ମଧ୍ୟ ନଥିଲା । ଦିଲ୍ଲୀ ଖୁବ ଶାନଦାର ବ୍ୟାଟିଂ କରିଥିଲା । ହିଟମେୟାର ଓ ପୃଥିବୀ ଶ ଙ୍କ ବ୍ୟାଟିଂର ଜାଦୁରେ ଦିଲ୍ଲୀ ଚେନ୍ନାଇକୁ ୧୭୩ ରନ୍ ର ଲକ୍ଷ୍ୟ ମଧ୍ୟ ଦେଇ ସାରିଥିଲା । ଆଉ କ୍ଵାଲିଫାୟର ମ୍ଯାଚରେ ଏହି ଲକ୍ଷ୍ୟ କିଛି ଛୋଟ ନୁହେଁ ।
ଚେନ୍ନାଇ ଉପରେ ଖୁବ ଚାପ ଥାଇ ମଧ୍ୟ ‘ମ୍ୟାନ ଅଫ ଦି ମ୍ଯାଚ’ ବନିଥିବା ଋତୁରାଜ ଗାଇକୱାଡ ଧୂଆଁଦାର ବ୍ୟାଟିଂ କରିଥିଲେ । ସେ ୫୦ ବଲ୍ ରେ ୭୦ ରନ୍ କରି ବିଜୟ ଯାତ୍ରା ଅଧା ପର୍ଯ୍ୟନ୍ତ ନେଇ ଯାଇଥିଲେ । ରବୀନ ଊଥାପ୍ପା ମଧ୍ୟ ୬୩ ରନ୍ କରି ଟିମ୍ ରେ ନିଜ ମହତ୍ଵ ସମସ୍ତଙ୍କୁ ଦେଖାଇ ଦେଇଥିଲେ । କିନ୍ତୁ ଶେଷରେ ଧୋନିଙ୍କୁ ମ୍ଯାଚ ଜିତାଇବାର ମଉକା ମିଳିଥିଲା । ୬ ବଲ୍ ରେ ୧୩ ରନ୍ ଆବଶ୍ୟକ ଥିଲା । ଜିତିବା ମଧ୍ୟ ସେତେ ସହଜ ନଥିଲା । ଚେନ୍ନାଇ ପ୍ରଶଂସକଙ୍କ ଆଖିରେ ଲୁହ ମଧ୍ୟ ଆସି ଯାଇଥିଲା ।
ଠିକ ସେତିକି ବେଳେ ଧୋନି ପରକୁ ପର ଚଉକା ମାରି ନିଜ ଟିମ୍ କୁ ଜିତାଇ ଦେଇଥିଲେ । ଏହି ବିଜୟ ସହ ଚେନ୍ନାଇ ଟିମ୍ ସିଧା ଫାଇନାଲରେ ପ୍ରବେଶ କରିସାରିଛି । ବିଜୟ ପରେ ଏଥର କିଛି ଅଲଗା ଅନ୍ଦାଜରେ ଚେନ୍ନାଇ ଟିମ୍ ଉତ୍ସବ ପାଳିଥିଲେ । ଏହି ଶାନଦାର ବିଜୟ ପରେ ଧୋନି, ଋତୁରାଜ, ଜାଡେଜା ଓ ଉଥାପ୍ପାଙ୍କୁ ମଧ୍ୟ ଭାବୁକ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା ।
ପ୍ରଶଂସକମାନେ ମଧ୍ୟ ଖୁସିରେ କାନ୍ଦି ପକାଉଥିଲେ । ଖେଳାଳିମାନେ ପରସ୍ପରକୁ ଆଲିଙ୍ଗନ କଲେ ଓ ତା’ପରେ ଧୋନିଙ୍କୁ ସିଧା ଦିଲ୍ଲୀ ଟିମ୍ ସହ ଦେଖିବାକୁ ମିଳିଥିଲା । ଦିଲ୍ଲୀ ଖେଳାଳିଙ୍କ ସହ କଥାବାର୍ତ୍ତା ହେବା ସହ ସେମାନଙ୍କୁ ଟିପ୍ସ ମଧ୍ୟ ଦେଇଥିଲେ ଧୋନି । ପୃଥିବୀ ଶ ଙ୍କୁ ନିଜେ ସାଇନ କରି ଟି-ସାର୍ଟ ମଧ୍ୟ ଦେଲେ ଓ ଶ୍ରେୟସ ଆୟରଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ସବୁଠୁ ଖାସ କଥା ହେଉଛି ଚେନ୍ନାଇର ଯେଉଁ ଛୋଟ ଫ୍ୟାନ ଜଣଙ୍କ ଷ୍ଟାଡିୟମରେ ବସି କାନ୍ଦି ପାକଇଥିଲେ ଧୋନି ତାଙ୍କୁ ନିଜେ ସାଇନ କରି ଗୋଟିଏ ବଲ୍ ମଧ୍ୟ ଦେଲେ ।
ଏହି ସବୁ ମୂହୁର୍ତ୍ତ ଗୁଡିକ ଖୁବ ଖାସ୍ ଥିଲା ଯାହା ଆମକୁ ଚେନ୍ନାଇ ଜିତିବା ପରେ ଦେଖିବାକୁ ମିଳିଥିଲା । ଚେନ୍ନାଇ ଏଥର ଟ୍ରଫି ଜିତ୍ୟ ପାରିବ କି ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଏହିପରି ମ୍ଯାଚ ଅପଡେଟ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।