ଚେହେରାରୁ ବ୍ରଣ, ଦାଗ, ସନଟ୍ୟାନ ଓ ଓପେନ ପୋର୍ସକୁ ହଟାନ୍ତୁ, ବାସ୍ ଏହି ଉପାୟରେ…Skin whitening cream at home

ଚେହେରାର ସୁନ୍ଦରତା ପାଇଁ ଆଜିକାଲିର ଯୁବପିଢୀ ସେ ଝିଅ ହୁଅନ୍ତୁ ଅବା ପୁଅ ଅନେକ ଜିନିଷ ସବୁ ଆଣି ମୁହଁରେ ଲଗାଇଥାନ୍ତି । ବିଭିନ୍ନ ପ୍ରକାର ଫେସୱାଶ, କ୍ରିମ ଆଦି ଅନେକ କିଛି ଦାମୀ ଦାମୀ ପ୍ରଡ଼କ୍ଟ ସେମାନେ ନିଜର ଚେହେରା ଉପରେ କରିଥାନ୍ତି । ବାହାରୁ ଆମେ ଆଣୁଥିବା ଅନେକ ପ୍ରଡ଼କ୍ଟରେ କେମିକାଲ ଆଦି ଅନ୍ୟ ସବୁ ଜିନିଷ ରହିଥାଏ । ଯାହା ଚେହେରାକୁ ଲାଭ ପହଞ୍ଚାଇବା ବଦଳରେ କ୍ଷତି ଅନେକ ସମୟରେ ପହଞ୍ଚାଇଥାଏ ଆପଣ ମାନେ ଜାଣିଥିବେ ।

ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଜିନିଷକୁ ବ୍ୟବହାର କରି ଘରୋଇ ଉପଚାର ଚେହେରା ପାଇଁ ବନାଇବା ଶିଖାଇବୁ । ଯାହା ଆପଣଙ୍କ ଚେହେରାର ପିମ୍ପଲ, ବ୍ଲାକହେଡ୍ସ, ଓ ସନଟାନକୁ ଦୂର କରିବାରେ ବହୁତ ସାହାଜ୍ଯ କରିବ । ତେବେ ଏହି କ୍ରିମ ବନାଇବା ପାଇଁ ଆପଣଙ୍କୁ ଦରକାର ପଡୁଥିବା ସବୁଠାରୁ ବେଷ୍ଟ ଜିନିଷ ହେଉଛି ଚୀରୋଞ୍ଜି । ପ୍ରଥମେ ଆପଣ ଗ୍ଯାସ ଉପରେ ଏକ ତାୱା ବସାଇ 2 ରୁ 3 ଚାମଚ ଚୀରୋଞ୍ଜିର ଦାନା ଆଣି ଧିମା ଆଞ୍ଚରେ ଭାଜନ୍ତୁ । ତାପରେ ଅଳ୍ପ ଭାଜିଲା ପରେ ତାହାକୁ କିଛି ସମୟ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।

ତାପରେ ଏକ କପଡା ଉପରେ ଚୀରୋଞ୍ଜିର ଦାନାକୁ ରଖି ଆପଣ ସେହି କପଡାରେ ତାହାକୁ ଘଷି ଘଷି ତାହାର ଉପର ଚୋପାକୁ ବାହାର କରିଦିଅନ୍ତୁ । ତାପରେ ଆପଣ ଏକ ପାତ୍ରରେ ସେହି ଚୀରୋଞ୍ଜି ଦାନାକୁ ରଖି ସେଥିରେ ଗୋଲାପ ଜଳ କି ପାଣି ଦେଇ କିଛି ସମୟ ଭିଯାଇ ଛାଡିଦିଆନ୍ତୁ । କିଛି ସମୟ ପରେ ତାହା ଫୁଲିଯାଇଥିବ । ତାପରେ ଆପଣ ତାହାକୁ ମିକ୍ସର ଜାରରେ ପୁରାଇ ଅଳ୍ପ ପାଣି ଦେଇ ଗ୍ରାଇଡିଙ୍ଗ କରିଦିଅନ୍ତୁ । ଯେମିତି ତାହାର ପେଷ୍ଟଟି ଅଧିକ ପାଣିଆ ହେବ ନାହିଁ ।

ଗ୍ରାଇଣ୍ଡିଙ୍ଗ କରିସାରିବା ପରେ ଆପଣ ତାହାକୁ ଛାଣି ସେହି ଛଣା ହୋଇଥିବା ପେଷ୍ଟକୁ ଅଲଗା ପାତ୍ରକୁ ନେଇ ଆସନ୍ତୁ । ସେହି ପେଷ୍ଟରେ ଆପଣ ଏକ ଚାମଚ ଗ୍ଲିସେରିନ, ଏକ ଚାମଚ ଆଲମଣ୍ଡ ବା ନଡିଆ ତେଲ ମଧ୍ୟ ଆଡ୍ କରିପାରିବେ । ତାପରେ ଏକ ଚାମଚ ଆଲୋଭେରା ଜେଲ୍ ଓ 1 ରୁ 2 ଟି ଭିଟାମିନ ଇ କ୍ୟାପସୁଲର ଜେଲ୍ ମଧ୍ୟ ସେହି ପେଷ୍ଟରେ ଆଡ୍ କରିଦିଅନ୍ତୁ । ଏହିସବୁ ସମଗ୍ରୀ ଆଡ୍ କରିସାରିବା ପରେ ଆପଣ ତାହାକୁ ଭଲ ଭାବେ ମିକ୍ସ କରିଦେଇ ଫ୍ରିଜରେ ରଖିଦିଅନ୍ତୁ ।

ଯେମିତି କିଛି ଘଣ୍ଟା ପରେ ତାହା ଏକ ବହୁତ ଭଲ କ୍ରିମରେ ପରିଣତ ହୋଇଯାଇଥିବ । ଆପଣ ଏହି କ୍ରିମକୁ ଗାଧୋଇ ସାରିବା ପରେ ଓ ରାତିରେ ମୁହଁ ଧୋଇ ଶୋଇବା ପୂର୍ବରୁ ନିଜ ଫେସରେ ଲଗାନ୍ତୁ । ଏହା ଆପଣଙ୍କ ମୁହଁରେ ଥିବା ସବୁ ପ୍ରକାର ସ୍କିନ ପ୍ରୋବ୍ଲେମକୁ ହଟାଇବା ସହ କୌଣସି ପ୍ରୋବ୍ଲେମ ଫେସରେ ଆସିବାକୁ ଦେବ ନାହିଁ । ଆପଣ ଚାହିଁଲେ ଏହାକୁ ବେକ ବା ଶରୀରର ଅନ୍ୟ ଜାଗାରେ ମଧ୍ୟ ଲଗାଇପାରିବେ । ଏହା ଚେହେରାର ଓପେନ ଫୋର୍ସରେ ଜମିଥିବା ମଇଳାକୁ ବାହାର କରିବାରେ ହେଲ୍ପ ମଧ୍ୟ କରିଥାଏ ।

ଏହାକୁ ଆପଣ 15 ରୁ 20 ଦିନ ଫ୍ରିଜରେ ରଖି ବ୍ୟବହାର କରିବା ପରେ ନିଜେ ତାହାର ରେଜଲ୍ଟ ଜାଣିପାରିବେ । ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ