ଚତୁର୍ଥୀ ପରଠୁ ଆରମ୍ଭ ହୋଇଥିଲା ନିର୍ଯାତନା ନୂଆ ବୋହୂ ଉପରେ, ଆଉ କହୁଥିଲେ 3 ଲକ୍ଷ ଦେଲେ ରହିବୁ ଘରେ ନ ହେଲେ ନାହିଁ । ଆଉ ଏବେ …

ମୋତେ ନିଦ ମେଡ଼ିସିନ ଦେଉଥିଲେ ନ ଖାଇଲେ ମୋତେ ମାରୁଥିଲେ । ମୁଁ ସେ ଘରକୁ ଆଉ ଜୀବିନି । ମୋ ଜିନିଷପତ୍ର ଯୌତୁକ ଟଙ୍କା ଏବେ ଫେରାଇ ଆଣନ୍ତୁ । ହଁ ଦର୍ଶକ ବନ୍ଧୁ ହିନ୍ଦୀ ପରମ୍ପରା ଅନୁଯାୟୀ ବାହାଘର ହୋଇଥିଲା । ପୁଅ ଘର ପକ୍ଷରୁ ଡିମାଣ୍ଡ କରିଥିବା ଯୌତୁକ ଦିଆ ଯାଇଥିଲା । ହେଲେ ଚତୁର୍ଥ ରାତିରୁ ନୂଆ ବୋହୂ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା । ଏମିତି କି ମାଡ ମଧ୍ୟ ମାରୁଥିଲେ ।

ଦୁଇ ମାସ ପରେ ଝିଅ ଯେବେ ବାପଘରକୁ ଆସିଛି ଏବେ ନ୍ୟାୟ ପାଇବାକୁ ଥାନା ର ଦ୍ଵାରସ୍ଥ ହୋଇଛି । ଝିଅ କାନ୍ଦି କାନ୍ଦି କହିଛି କେମିତି ତାକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ଶାଶୁଘର ଲୋକେ । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କଳେଇ ପଞ୍ଚାୟତ ଚୂନିଦା ସୁନ୍ଦର ପଡିଆ ଗାଁର ରବୀନ୍ଦ୍ର ଘୋଷଙ୍କ ଝିଅ ସ୍ଵାତି ଘୋସ ଯିଏ କି 2022 ଫେବ୍ରୁଆରି 4 ରେ ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଜାନୁଗଞ୍ଜ ମାଧବ ନଗର ର ପବିତ୍ର କୁମାର ଦେଓ ଙ୍କୁ ବୈଦିକ ରୀତିନିତି ଅନୁଯାୟୀ ବିବାହ କରିଥିଲେ ।

କିନ୍ତୁ ବାହାଘର ର 4 ଦିନରୁ ସ୍ଵାତିଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯ୍ୟାତନା । ସ୍ଵାମୀ ରବୀନ୍ଦ୍ର କହୁଥିଲେ ତୁମେ ମୋର ପସନ୍ଦ ନ ଥିଲ । ଘର ଲୋକେ ଜବରଦସ୍ତି କରିଲେ ବୋଲି ମୁଁ ତୁମକୁ ବାହା ହେଲି । ଏମିତିକି ଶାଶୁ ଓ ନଣନ୍ଦ ମଧ୍ୟ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ । ଆଉ କହୁଥିଲେ ମୋ ପୁଅ ପୋଲିସ ଚାକିରି କରିଛି । ଆମକୁ ଚାକିରିଆ ବୋହୂ ଦରକାର ଥିଲା । ତୋ ବାପା 3 ଲକ୍ଷ ଡିମାଣ୍ଡ ଦେଇ ପାରିବନି ।

ଏଣୁ ତୁ ଘରୁ ବାହାରିଲେ ଆମେ ଚାକିରି ବୋହୂ ଆଣିବୁ ଏଭଳି କହି ନିର୍ଯ୍ୟାତନା ଦେଉଥିଲେ ସ୍ଵାତି ଙ୍କୁ ତାଙ୍କ ଶାଶୁଘର ଲୋକେ । ବାହାଘର ଦୁଇ ମାସ ପରେ ସ୍ଵାତିଙ୍କ ବାପା ତାଙ୍କୁ ଘରକୁ ନେଇ ଆସିଥିଲେ । ଆଉ ବାରମ୍ବାର ଚେଷ୍ଟା କରିଥିଲେ ସମାଧାନ ପାଇଁ କିନ୍ତୁ କିଛି ବାଟ ମିଳି ନ ଥିଲା । ଆଉ ଏହା ପରେ ଥାନା ର ଦ୍ଵାରସ୍ଥ ହୋଇଛନ୍ତି ସ୍ଵାତିଙ୍କ ପରିବାର ଲୋକେ ।

ଆଉ ଶେଷରେ ଆସବାବପତ୍ର ପୋଲିସ ଉପସ୍ଥିତିରେ ଫେରାଇ ଆଣିଥିଲେ ସ୍ଵାତି । ହେଲେ ଦେଢ ଲକ୍ଷ ଟଙ୍କା ଦେଇଥିବା ବେଳେ ତାକୁ ଫେରାଇ ନାହାନ୍ତି ରବୀନ୍ଦ୍ର । ଯୌତୁକ ବାବଦ କୁ ନେଇଥିବା ଟଙ୍କା ଫେରାଇବାକୁ ଏବେ ଅଭିଯୋଗ କରିଛନ୍ତି ସ୍ଵାତି ଙ୍କ ବାପା । ଆଜି ଜିଲ୍ଲା ଆରକ୍ଷ ଅଧକ୍ଷକ ଙ୍କୁ ଭେଟି ନିଜର ଦୁଃଖ ଜଣାଇ ନ୍ୟାୟ ପାଇଁ ଆଶା ବାନ୍ଧିଛନ୍ତି ସ୍ଵାତି ଙ୍କ ପରିବାର ଲୋକେ ।

ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।