ଛତିଶଗଡ ଖୋଲି ଦେଉଛି ସବୁ ଗେଟ, ହୀରାକୁଦ ରେ ଜଳ ସ୍ତର ନିୟନ୍ତ୍ରଣ ନ ହେଉଥିବାରୁ ବୁଡିଯାଇପାରେ ସାରା ଓଡିଶା ।

ଛତିଶଗଡ ଖୋଲି ଦେଲା ସବୁ ଗେଟ । ମାଗିଲେ ଦେଉ ନାହିଁ ତଥ୍ୟ । ସବୁ ଜଳକୁ ବାନ୍ଧି ରଖିଛି ହୀରାକୁଦ ଡ୍ୟାମ । ହେଲେ ବିପଦରେ ପଡିପାରେ ଏବେ ଜଳଭଣ୍ଡାର । ସବୁ ଗେଟ ଖୋଲି ଦେଲେ ବୁଡିଯିବ ଓଡିଶା । ହଁ ଦର୍ଶକ ବନ୍ଧୁ ଏବେ ଦୋ ଛକିରେ ହୀରାକୁଦ ଡ୍ୟାମ ପଡିଛି । ବନ୍ୟା ପରିଚାଳନାକୁ ସହଜରେ ଭୁଲିପାରୁ ନାହିଁ । ଅଧା ଓଡିଶାର କୋଟି କୋଟି ଲୋକଙ୍କର ଧନ ଜୀବନକୁ ନେଇ ସାଂଘାତିକ ସଙ୍କଟ ଦେଖାଯାଉଛି ।

ଯାହାକୁ ନେଇ ଖେଳ ଖେଳୁଛି ଛତିଶଗଡ । ଆଜିକୁ 3 ବର୍ଷ ହେବ ଛତିଶଗଡ ଉପର ମୁଣ୍ଡର ବନ୍ୟା ପରିଚାଳନା ସମ୍ପର୍କିତ କୌଣସି ତଥ୍ୟ ଦେଉ ନାହିଁ ଆଉ ମନ ଇଚ୍ଛା ସବୁ ଗେଟ ଖୋଲି ଦେଉଛି । ଆଉ ଏବେ ଛତିଶଗଡ ସବୁ ଗେଟ ଖୋଲି ଦେଇଛି । ଓଡିଶା ଭିତରକୁ ଏବେ ପଶି ଆସୁଛି ସବୁ ଜଳ । ଏପରିକି ଉଭୟ ରାଜ୍ୟ ମଧ୍ୟରେ ସମନ୍ଵୟ ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଅନୁଷ୍ଠିତ ଆନ୍ତର୍ଜାତୀୟ ବୈଠକ ହୋଇ ଛତିଶଗଡ ସରକାର ବର୍ଜନ କରିଛନ୍ତି ।

ଛତିଶଗଡ ସରକାର କୌଣସି ବୈଠକ କୁ ଆସୁ ନାହାନ୍ତି କି କିଛି ତଥ୍ୟ ଦେଉ ନାହିଁ । ଆଉ ଯେବେ ପାରିଲା ସେତେବେଳେ ଜଳ ଛାଡି ଦେଉଛି । ଯାହା ଫଳରେ ହୀରାକୁଦର ଜଳ ପରିଚାଳନରେ ଗୁରୁତର ସମସ୍ଯା ଦେଖା ଯାଉଛି । ଫଳରେ ଏହା ବନ୍ୟା ନିୟନ୍ତ୍ରଣରେ ଗୁରୁତର ବିଭ୍ରାଟ ଆଶଙ୍କା ସୃଷ୍ଟି କରିଲାଣି । ଓଡିଶାର ବନ୍ୟା ନିୟନ୍ତ୍ରଣ ସଂପୂର୍ଣ୍ଣ ରୂପେ ଛତିଶଗଡ ଉପରେ ନିର୍ଭରଶୀଳ ।

ଛତିଶଗଡରେ ଥିବା ବନ୍ଧ ବ୍ୟାରେଜ ଗୁଡିକର ଜଳ ପରିଚାଳନା ସମ୍ପର୍କିତ କୌଣସି ତଥ୍ୟ ଓଡ଼ିଶାକୁ ଦେଉ ନାହିଁ । ଯାହା କି ସହଜ ହେବ ହୀରାକୁଦ ବନ୍ଦ କର୍ତ୍ତୁପକ୍ଷ ଙ୍କ ପାଇଁ ଗଣନା ନୀତି ପ୍ରସ୍ତୁତ କରିବା ପାଇଁ । ଯେମିତିକି ଓଡିଶାରେ ବନ୍ୟା ସ୍ଥିତି ନ ହୁଏ । ଗତ 3 ବର୍ଷ ହେଲାଣି ଛତିଶଗଡ ସରକାର ଏଭଳି ତଥ୍ୟ ଦେଉ ନାହିଁ । ଆଉ ଏପଟେ ବହୁ ସଂଖ୍ଯାରେ ବନ୍ଧ ଓ ବ୍ୟାରେଜ ନିର୍ମାଣ କରିସାରିଛି ।

ତ ଆଉ କେବେ ବନ୍ଧା ବ୍ୟାରେଜ ଖୋଲି ଦେଉଛି ଛତିଶଗଡ କୌଣସି ତଥ୍ୟ ଦେଉ ନାହିନ । ଯାହା ପାଇଁ ହୀରାକୁଦର ଜଳ ଭଣ୍ଡାର ବିପଦରେ ପଡୁଛି । ଛତିଶଗଡ ସରକାଙ୍କର ପକ୍ଷରୁ ସୂଚନା ଆସୁ ନ ଥିବା ବେଳେ ହୀରାକୁଦ କର୍ତ୍ତୁପକ୍ଷ ନିଜସ୍ଵ ଉଦ୍ୟମରେ ତଥ୍ୟ ସଂଗ୍ରହ କରି ଜଳକୁ ପରିଚାଳନା କରୁଛନ୍ତି । ଆଉ ଏପରି ସ୍ଥିତିରେ ଅଧା ଓଡିଶାର ଧନ ଜୀବନର ପ୍ରଶ୍ନ ସହ ଜଡିତ ହୀରାକୁଦ ପରିଚାଳନା କୁ ନେଇ ସନ୍ଦେହ ଉପୁଜିବା ଦେଖା ଯାଉଛି ।

ଗତ କାଲି କାଲାମ ବ୍ୟାରେଜର ସବୁ ଗେଟ ଖୋଲି ଦେଇଛି ଛତିଶଗଡ । ଯାହା ପାଇଁ ହିରାକୁଦରେ ବଢି ଚାଲିଛି ଜଳସ୍ତର । ଆଉ ଯାହା ପରେ ଏବେ ଚିନ୍ତା ବି ବଢି ଯାଇଛି । ଯଦି ଏହି ଡ୍ୟାମକୁ ନିୟନ୍ତ୍ରଣ ନ କରାଯାଇପାରେ ତେବେ ବୁଡିପାରେ ସାରା ଓଡିଶା । ହେଲେ କାହିଁକି ବାରମ୍ବାର କରୁଛି ଛତିଶଗଡ ଯାହାକୁ ନେଇ ଏବେ ସମସ୍ତେ ଚିନ୍ତିତ ଅଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।