ଚନ୍ଦ୍ରୟାନ-3 ର ମୁଖ୍ୟ ହିରୋ ହେଉଛନ୍ତି ଟ୍ରକ ଡ୍ରାଇଭର ଙ୍କ ପୁଅ, ଜାଣନ୍ତୁ ତାଙ୍କ ଜୀବନ କାହାଣୀ…

ନମସ୍କାର ବନ୍ଧୁଗଣ । କଥାରେ ଅଛି ମନର ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନେ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଝାଡଖଣ୍ଡର ବୈଜ୍ଞାନିକ ଯୁବ ବୈଜ୍ଞାନିକ ସୋହନ ୟାଦବ । ଅଭାବି ଘରର ପୁଅ ସୋହନ ଆଜି ପାଲଟିଛନ୍ତି ଚନ୍ଦ୍ରୟାନ-3 ର ହିରୋ । ବାପା ଜଣେ ଟ୍ରକ ଡ୍ରାଇଭର ଓ ମା ଗୃହିଣୀ । 4 ଭାଇ ଭଉଣୀ ମଧ୍ୟରେ 3 ନମ୍ବର ରେ ହେଉଛନ୍ତି ସୋହନ ।

ଟ୍ରକ ଚଳାଇ ପରିବାର ପୋଷିବା କେତେ ଯେ କଷ୍ଟ ତାହା ଏଥିରୁ ସ୍ପଷ୍ଟ ହେଉଛି । ବାପା ଧୁରା ୟାଦବ ଟ୍ରକ ଚଳାଇ ଯାହା ରୋଜଗାର କରନ୍ତି ତାହା ପରିବାର ପୋଷଣ ପାଇଁ ସମୁଦ୍ରକୁ ଶଙ୍ଖେ ପରି ମନେ ହେଉଥିବା ବେଳେ ଗରିବ ବାପା ମା ଙ୍କ ଆଖିରେ ପୁଅର ଭବିଷ୍ୟତ ସବୁ କିଛି ଥିଲା । ନିଜ ପେଟ କାଟି ପୁଅକୁ ମଣିଷ କରିବାକୁ ସ୍ଥିରୀ କରିଥିଲେ ବାପା ମା ।

ଏଥିପାଇଁ ସୋହନର ମେଧା ଶକ୍ତି ଓ ଉଚ୍ଚ ଆଶା ସେମାନଙ୍କୁ ଅବଧ୍ୟ କରିଥିଲା । 2023 ଅଗଷ୍ଟ 23 ରେ ସାରା ବିଶ୍ଵ ରେ ଏକ ସ୍ଵର୍ଣ୍ଣିମାମୟ ସମୟ । କାରଣ ଚନ୍ଦ୍ରରେ ପାଦ ଦେଇ ଭାରତ ରହିଛି ନୂଆ ଇତିହାସ । ସାରା ବିଶ୍ଵ ଆଜି ଭାରତର ଜୟଗାନ କରୁଛି । ଏହି ଐତିହାସିକ ସଫଳତା ପଛରେ ଯେଉଁ ବୈଜ୍ଞାନିକଙ୍କ ଅବଦାନ ରହିଛି ସେମାନଙ୍କ ମଧ୍ୟରେ ଅଛନ୍ତି ସୋହନ ୟାଦବ ।

ପୁରା ମିସନ ରେ ରହିଛି ସୋହନଙ୍କର ଜରୁରୀ ଭୂମିକା । ଅଭାବରେ ରହି ମଧ୍ୟ ପିଲାଦିନରୁ ସୋହନଙ୍କ ମନରେ ଥିଲା ଅସାଧାରଣ ଇଚ୍ଛା । ଗ୍ରହ ନକ୍ଷତ୍ର କୁ ତାଙ୍କ ମନରେ ଅସୁମାରୀ ସ୍ଵପ୍ନ ଉଙ୍କି ମାରୁଥିଲା । ପାଠ ପଢାରେ ଧୁରନ୍ଧର ସୋହନଙ୍କ ଇଚ୍ଛା ଶକ୍ତି ଆଗରେ ଅଭାବ ଯେମିତି ନଇଁବାକୁ ବାଧ୍ୟ ହେଉଥିଲା । ଆର୍ଥିକ ସମସ୍ଯା ଥାଇ ବି ବାପା ପୁଅର ପଢା କୁ ଗୁରୁତ୍ଵ ଦେଇଥିଲେ ।

ପଞ୍ଚମ ଶ୍ରେଣୀ ଯାଏଁ ଗାଁ ସରସ୍ଵତୀ ବିଦ୍ୟାପୀଠ ରେ ପଢିବା ପରେ ସୋହନ ପ୍ରବେଶିକା ପରୀକ୍ଷା ରେ ଉତିର୍ଣ୍ଣ ହୋଇ ନବୋଦୟ ସ୍କୁଲରେ ପଢିଲେ । ସେଠାରୁ ଶିକ୍ଷା ସରିବା ପରେ DAV ରେ ଦ୍ଵାଦଶ ପାସ କରିଲେ । ସେତେବେଳେ ବାପାଙ୍କ ରୋଜଗାର ମାତ୍ର 3000 ଟଙ୍କା ଥିବା ବେଳେ ସୋହାଙ୍କ ପାଇଁ ଖର୍ଚ୍ଚ ହେଉଥିଲା 2500 ଟଙ୍କା ।

IIT ରେ ସ୍ଥାନ ପାଇବା ପରେ ସୋହନ ବେସ ଖୁସି ଥିଲେ । ମାତ୍ର 21 ବର୍ଷ ବୟସରେ ଇସ୍ରୋ ରେ ଏଣ୍ଟ୍ରି କରିଥିଲେ ସୋହାନ । ଏଠାରେ ନିଜର ଅଧ୍ୟୟନ ଓ କର୍ତ୍ତବ୍ୟ ନିସ୍ତାହରେ ଚନ୍ଦ୍ରୟାନ ଅଭିଯାନ ରେ ସାମିଲ ହେଲେ । ଦୁର୍ଭାଗ୍ୟକୁ ଏହା ଅଳ୍ପକେ ବିଫଳ ହେଲା ସତ କିନ୍ତୁ ଚନ୍ଦ୍ରୟାନ-3 ପାଇଁ ପୁଣି ଅଣ୍ଟା ଭିଡିଲେ । ଏହି ମୁନ ମିସନର ଲିଡ ଭାବେ ସୋହନ ସାମିଲ ହୋଇ ନିଜର ଦକ୍ଷତା ଦେଖାଇଲେ । ପୁଅର ଇଚ୍ଛା ପୂରଣ ପାଇଁ ମା ବ୍ରତ ରଖିଥିଲେ । ଆଉ ଯେବେ ସଫଳତାର ସହ ଲ୍ୟାଣ୍ଡର ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିଲା ସମସ୍ତେ ଖୁସିରେ ଝୁମିଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।