ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ମାନବ ସମାଜର ବିଭିନ୍ନ ସମସ୍ୟା କୁ ଦୁର କରିବା ପାଇଁ ଉପାୟ ଦିଆଯାଇଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ନିଜ ନୀତି ଦ୍ଵାରା ରାଜ ଗାଦି ରେ ବସାଇ ଥିଲେ । ଜାଣନ୍ତୁ ଚାଣକ୍ୟ ଙ୍କ କିଛି ନୀତି ଯାହା ଆପଣଙ୍କୁ ଆପଣଙ୍କ ଜୀବନରେ କେବେ ନ କେବେ ନିଶ୍ଚିତ ଭାବରେ କାମରେ ଆସିବ ।
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯଦି ଆପଣ ଆପଣଙ୍କ ଜୀବନରେ ଏହି ୧୦ ଟି ଜିନିଷ କରୁଛନ୍ତି ତେବେ ଆପଣ କେବେ ମଧ୍ୟ ଚିନ୍ତାରେ ରହିବେ ନାହିଁ । ତେବେ ଚାଲନ୍ତୁ ଜାଣିବା ।
ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ନିଜର ଲକ୍ଷ କଣ ମାନେ ପକାନ୍ତୁ ଏବଂ ନିଜ ଲକ୍ଷ୍ୟକୁ ପୁରଣ କରିବା ଆପଣ ଆଜି କଣ କଲେ ଏବଂ ଆଗାମୀ ଦିନ କଣ କରିବେ ତାହା ଚିନ୍ତା କରନ୍ତୁ । ଏମିତି କରିବା ଦ୍ୱାରା ଆପଣ ସବୁବେଳେ ନିଜ ଲକ୍ଷ କୁ ପୁରଣ କରିବାକୁ ଚେଷ୍ଟା କରିବେ ଏବଂ ସଫଳତା ହାସଲ କରିବେ ।
ଶୋଇବା ପୁର୍ବରୁ ଆଜି ଦିନରେ କରିଥିବା ଭୁଲ ସବୁ କେମିତି ଆସନ୍ତା କାଲି ଠିକ କରିବେ ଏବଂ ସେହି ଭୁଲ କେମିତି ଆଊ କରିବେ ନାହିଁ ତାହା ସ୍ଥିର କରନ୍ତି । ଏମିତି କରିବା ଦ୍ୱାରା ଆପଣ ଜାଣି ପାରିବେ କି ଆପଣ କେଉଁଠାରେ ଭୁଲ ଅଛନ୍ତି । ଏବଂ କଣ କରିବା ଦ୍ଵାରା ଆପଣ ସେହି ଭୁଲ ଟିକୁ ସୁଧାରି ପାରିବେ । ଏମିତି କରିଲେ ଆପଣଙ୍କୁ ଖୁବ ଶୀଘ୍ର ସଫଳତା ମିଳିବ ।
ସବୁବେଳେ ନିଜ ଉପରେ ଆତ୍ମବଶ୍ବାସ ରଖନ୍ତୁ କି ଆସନ୍ତା କାଲି ଆପଣ ନିଶ୍ଚିନ୍ତ ଭାବରେ ଉନ୍ନତି କରିବେ । କେବେ ମଧ୍ୟ ହାର ମାନନ୍ତୁ ନାହିଁ । ନିଜ ଉପରେ ଭରସା ରଖନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କୁ ସବୁ ବେଳେ ପଯେଟିଭ ଚିନ୍ତାଧାରା ରହିବ ଏବଂ ଆପଣଙ୍କ ବିଶ୍ୱାସ ବଢିବ କି ଆପଣ ନିଜ ଜୀବନରେ ଯାହା ଲକ୍ଷ ରଖିଛନ୍ତି ତାହା ନିହାତି ପୁରଣ କରି ପାରିବେ ।
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ନିଜ ଗୁପ୍ତ କଥା କେବେ କାହାକୁ କହିବେ ନାହିଁ । ଏମିତି କରିବା ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଭୟ କୁ ଡରି କେବେ ପଳାଇବାକୁ ଚେଷ୍ଟା କରନାହିଁ । ସବୁବେଳେ ନିଜ ଡର କୁ ସାମ୍ନା କର । ମୂର୍ଖ ଙ୍କ ଠାରୁ ପ୍ରଶଂସା ଶୁଣିବାଠୁ ଭଲ ଜ୍ଞାନୀ ବ୍ୟକ୍ତି ଙ୍କ ଠାରୁ ଗାଳି ଶୁଣିବା । କାରଣ ମୂର୍ଖ କେବେ ଭଲ ଏବଂ ଖରାପ୍ ର ଜ୍ଞାନ ଦେଇପାରେ ନାହିଁ ।
ଦୁନିଆରେ ନିଜ ପରିବାର ଠାରୁ କେହି ତୁମର ନିଜର ନୁହନ୍ତି । ନିଜ ପରିବାର ଲୋକଙ୍କୁ କେବେ ମଧ୍ୟ ଦୁଃଖୀ କରାଅ ନାହିଁ । ପରିବାର ଲୋକଙ୍କ ଆଶୀର୍ବାଦରୁ ତୁମକୁ ସବୁ କାମରେ ସଫଳତା ମିଳିବ । ଫୁଲର ର ମହକ ପବନ ର ଗତି ସହିତ ଯାଇଥିଏ କିନ୍ତୁ ଭଲ କର୍ମ ର ମହକ ଚାରି ଆଡେ଼ ରହିଥାଏ । ତେଣୁ ଭଲ କର୍ମ କରି ଚାରି ଆଡେ଼ ମହକିବାକୁ ଚେଷ୍ଟା କର ।
ଜୀବନରେ କେବେ କାହାକୁ ଈର୍ଷା କର ନାହିଁ । ନିଜ ବଳରେ ଯେତିକି ହାସିଲ କରୁଛ ସେତିକିରେ ଖୁସିରେ ରୁହ ଅନ୍ୟ କୁ ଦେଖି ଈର୍ଷା କର ନାହିଁ । ଅନ୍ୟ କୁ ଦେଖି ଈର୍ଷା କଲେ ତୁମର ନିଜର ଖୁସି ତୁମେ ନିଜେ ହରାଇବ । ଶତ୍ରୁ ସାମ୍ନାରେ କେବେ ମଧ୍ୟ ଚିନ୍ତା ରେ ରୁହ ନାହିଁ । ଏହା ଦ୍ଵାରା ଶତ୍ରୁ ବେଶୀ ବଳବାନ ହୋଇଯାଇଥାଏ । ଆପଣଙ୍କ ଶତ୍ରୁ ପାଇଁ ଆପଣଙ୍କର ଖୁସି ରହିବ ହିଁ ସବୁ ଠୁ ବଡ଼ ଶାସ୍ତି ଅଟେ । ତେଣୁ ଶତ୍ରୁ ସାମ୍ନାରେ ସବୁବେଳେ ଖୁସିରେ ରୁହ ।
ବ୍ୟକ୍ତି କୁ କେବେ ବି ନିଜ ଆୟ ଠାରୁ ଅଧିକ ଖର୍ଚ୍ଚ କରିବା କଥା ନୁହଁ ଏହା ଦ୍ଵାରା ସେ ନିର୍ଧନୀ ହୋଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।