ଦୁନିଆରେ ସବୁଠୁ ବଡ ପାପ ଯାହା ସମସ୍ତେ ସବୁବେଳେ କରିଥାନ୍ତି, ଆପଣ କରୁନାହାନ୍ତି ତ ? -Chanakya Niti

ଏହି ଦୁନିଆରେ ଭିନ୍ନ ଭିନ୍ନ ପ୍ରକାର ଲୋକମାନେ ବସବାସ କରନ୍ତି । ସେଥି ମଧ୍ୟରେ କିଛି ଖରାପ ଲୋକ ଅଛନ୍ତି ତ କିଛି ଭଲ ଲୋକ ବି ଅଛନ୍ତି । ଯେଉଁମାନେ ଖରାପ ଲୋକ ଅଟନ୍ତି ସେ ବିଭିନ୍ନ ପ୍ରକାରର ପାପ କାର୍ଯ୍ୟ କରିଥାନ୍ତି ଅର୍ଥାତ ନିଜ ଜୀବନରେ ସବୁବେଳେ ପାପ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି । ପୁଣି ଅନ୍ୟ ପଟେ ଏମିତି ବି କିଛି ଭଲ ଲୋକ ଅଛନ୍ତି ଯେଉଁମାନେ ପୁଣ୍ୟ କାର୍ଯ୍ୟ ମଧ୍ୟ କରିଥାନ୍ତି ଅର୍ଥାତ ସେମାନେ ସବୁବେଳେ ପୂଣ୍ୟ କାର୍ଯ୍ୟ କରିବାରେ ହିଁ ନିଜକୁ ବ୍ୟସ୍ତ ରଖନ୍ତି ।

କିନ୍ତୁ ଏହି ସଂସାରରେ ସବୁଠୁ ବଡ ପାପ କଣ ଆପଣ ଜାଣିଛନ୍ତି । ଯଦି ଏହି କଥାକୁ ଆପଣ ଜାଣିଯିବେ ତେବେ କେବେ ବି ଏହି ଭୁଲ  କାର୍ଯ୍ୟକୁ ପୁଣି ଥରେ କରିବେ ନାହିଁ । କହିବାକୁ ଗଲେ ଶାସ୍ତ୍ରରେ କୁହାଯାଇଛି କି ଏହା ଏକ ଏମିତି ପାପ ଅଟେ ଯାହା ବ୍ୟକ୍ତିଙ୍କର ଆସନ୍ତା ଜନ୍ମ ପର୍ଯ୍ୟନ୍ତ ବି ତାହାର ପିଛା ଛାଡେ ନାହିଁ ।

ଶାସ୍ତ୍ର ଅନୁସାରେ କୁହାଯାଏ କି ମନୁଷ୍ୟ ଯଦି ଏହି ପାପ କାର୍ଯ୍ୟକୁ କରିଦିଏ ତେବେ ତାକୁ ପୁଣି ଥରେ ମନୁଷ୍ୟ ଜନ୍ମ ବହୁତ କଷ୍ଟକର ମିଳିଥାଏ । ଏମିତିରେ ଆସନ୍ତୁ ଜାଣିବା ଦୁନିଆରେ ସବୁଠୁ ବଡ ପାପ କଣ । ଯାହା ବିଷୟରେ ଜାଣିଲେ ଆପଣଙ୍କ ଗୋଡ ତଳୁ ମାଟି ଖସି ଯିବ । ତେବେ ଚାଳନ୍ତୁ ଏହାକୁ ବିସ୍ତାର ରୂପରେ ଜାଣିବା । ଦୁନିଆର ସବୁଠୁ ବଡ ପାପ ହେଉଛି ନାରୀମାନଙ୍କର ଅପମାନ । ଯଦି ଆପଣ ନାରୀମାନଙ୍କରର ଅପମାନ କରୁଛନ୍ତି ତେବେ ଏହା ପୁରା ଜାତିର ଅପମାନ ବୋଲି କୁହାଯାଏ ।

ନାରୀର ଅପମାନ ପୁରା ସଂସାରକୁ ବର୍ବାଦ କରିବା ସଙ୍ଗେ ସମାନ ହୋଇଥାଏ । ଯେତେବେଳେ ନାରୀ କାନ୍ଦିଥାଏ ସେତେବେଲେ ଦେବତାମାନେ ବି କାନ୍ଦିଥାନ୍ତି । ନାରୀକୁ ଯେଉଁ କଷ୍ଟ ହୋଇଥାଏ ତାହା ପୁରା ସଂସାରର ବିନାଶ ସଙ୍ଗେ ସମାନ ହୋଇଥାଏ । ଭଗବାନ ଶ୍ରୀ କୃଷ୍ଣ କୁହନ୍ତି କି ଯେଉଁ ବ୍ୟକ୍ତି ଏହି କଥାକୁ ଗଣ୍ଠି ପକେଇ ମାନିନବ ଓ ନାରୀର ସମ୍ମାନ କରିବ ତେବେ ସେ ସ୍ଵର୍ଗଲୋକ ପ୍ରାପ୍ତି କରି ପାରିବ । ଶାସ୍ତ୍ର ଅନୁସାରେ କୁହାଯାଏ କି ଯେତେବେଳେ ନାରିରର ଆଖିରୁ ଲୁହ ବାହାରି ଥାଏ ସେହି ସବୁ ସମୟରେ ହିଁ ପ୍ରଳୟ ଆସିଥାଏ ।

ଏହା ସହିତ ଆପଣଙ୍କୁ କହିଦେଉଛୁ କି ଯେଉଁ ସ୍ଥାନରେ ନାରୀ ଖୁସିରେ ରହିଥାଏ ସେହି ସ୍ଥାନରେ ଦେବତମାନଙ୍କର ବାସ ହୋଇଥାଏ ଓ ସେହି ସ୍ଥାନରେ ରହୁଥିବା ବ୍ୟକ୍ତିଙ୍କୁ ସ୍ଵର୍ଗଲୋକ ପ୍ରାପ୍ତି ହୋଇଥାଏ । ସେଥିପାଇଁ ଆପଣ ବି ଏହି କଥାକୁ ମନେ ରଖନ୍ତୁ ଓ କେବେ ବି ନାରୀମାନଙ୍କୁ କଷ୍ଟ କିମ୍ବା ଅପମାନ କରନ୍ତୁ ନାହିଁ । କହିବାକୁ ଗଲେ ଆଚାର୍ଯ୍ୟ ଚାଣକ୍ୟ ଏହି ପାପ ବିଷୟରେ କହିଥିଲେ ଯାହାକୁ ଦୁନିଆରେ ସବୁଠୁ ବଡ ପାପ ବୋଲି କୁହାଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।