ଚଣା ଖାଇବା ଦ୍ଵାରା ମିଳିଥାଏ ଏହି ଅଦ୍ଭୁତ ଫାଇଦା, ଜାଣନ୍ତୁ କିପରି କେବେ ଓ କେମିତି କରିବେ ସେବନ- Health Tips

ଶାକାହାରୀ ଖାଦ୍ୟରେ ଚଣା କୁ ବହୁତ ପୁଷ୍ଟିକର ଖାଦ୍ୟ ବୋଲି କୁହାଯାଇଥାଏ । କାରଣ ଏଥିରେ ପ୍ରୋଟିନ ର ବହୁତ ଭଲ ଗୁଣ ରହିଥାଏ । କିନ୍ତୁ କୌଣସି ଜିନିଷକୁ ଖାଇବା ପୂର୍ବରୁ ତାହାର ଫାଇଦା ଏବଂ କ୍ଷତି ଜାଣିବା ସହିତ ତାହାକୁ ଖାଇବାର ଉଚିତ ସମୟ ଏବଂ ପ୍ରକ୍ରିୟା ମଧ୍ୟ ଜାଣିବା ଉଚିତ । ଆଜି ଆମେ ଚଣା ଖାଇବାର ଫାଇଦା, କ୍ଷତି, ଗୋଟେ ଦିନରେ କେତେ ଚଣା ଖାଇବା ଦରକାର, କେମିତି ଖାଇବ ଦରକାର ସବୁ କିଛି କହିବୁ । ତେବେ ଚାଲନ୍ତୁ ଜାଣିବା ।

ଚଣାରେ କାର୍ବୋହାଇଡ୍ରେଟ ଏବଂ ପ୍ରୋଟିନ ବହୁତ ମାତ୍ରାରେ ରହିଥାଏ । ସାଥିରେ ଏଥିରେ ଭିଟାମିନ ଇ ଏବଂ ଫଳିକ ଏସିଡ, ଆଇରନ, ମାଗ୍ନେସିଅମ, କପର, ପୋଟାସିୟମ, ଏବଂ ବହୁତ ପ୍ରକାରର ମିନେରାଲ ମଧ୍ୟ ରହିଛି । ଚଣା ମନୁଷ୍ୟ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଚଣା ରେ ଫାଇବର ଥିବା କାରଣରୁ ଏହା କବଜ ଭଳି ସମସ୍ୟାକୁ ମଧ୍ୟ ଶେଷ କରିଥାଏ । ଚଣା ତ୍ଵଚା ଏବଂ କେଶ ପାଇଁ ବହୁତ ଭଲ ହୋଇଥାଏ ।

ଶରୀରରେ କଲେଷ୍ଟ୍ରୋଲ, ବ୍ଲଡ଼ ପ୍ରେସର, ଡାଇବେଟିସ ଭଳି ରୋଗକୁ ମଧ୍ୟ ଠିକ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଏଥି ପାଇଁ ଏହାକୁ ଠିକ ଭାବରେ ବ୍ୟବହାର କରିବା ଉଚିତ । ପାଣିରେ ଭିଜା ଚଣା ରେ ବହୁତ ଭିଟାମିନ ରହିଥାଏ କିନ୍ତୁ କଞ୍ଚା ଚଣା କୁ କାଟିବାକୁ ଆମ ପାଚକ କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ ତେଣୁ କଞ୍ଚା ଚଣା ଖାଇବା ସମୟରେ ଏହାକୁ ଭଲ ଭାବରେ ଚୋବେଇ ଖାଆନ୍ତୁ ।

ଗଜା ଚଣା ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଭଜା ହୋଇଥିବା ଚଣା ସାରା ଦିନରେ ଯେତେବେଳେ ଖାଇଲେ କିଛି ମଧ୍ୟ ଅସୁବିଧା ହୋଇନଥାଏ । କିନ୍ତୁ ପାଣିରେ ଭିଜା ହୋଇଥିବା କଞ୍ଚା ଚଣା କୁ ସବୁବେଳେ ସକାଳେ ଖାଲି ପେଟରେ ଖାଇବା ଉଚିତ । ଗୋଟେ ବ୍ୟକ୍ତି ଯଦି ସକାଳୁ କଞ୍ଚା ଚଣା ଖାଉଛି ତେବେ ତାକୁ ମାତ୍ର ୨ ରୁ ୩ ମୁଠା କଞ୍ଚା ଚଣା ଖାଇବା ଉଚିତ କାରଣ ପାଣିରେ ଭିଜା ହୋଇଥିବା ଚଣା ପଚିବାକୁ ସମୟ ନେଇଥାଏ ତେଣୁ ବେଶି କଞ୍ଚା ଚଣା ଖାଇବା ଦ୍ବାରା ଗ୍ୟାସ ଭଳି ସମସ୍ୟା ଦେଖା ଦେଇ ପାରେ ।

 

ସିଯା ବା ଭଜା ହୋଇଥବା ଚଣା ଗୋଟେ ଦିନରେ ୧୦୦ ଗ୍ରାମ ଖାଇବା ଉଚିତ । କିନ୍ତୁ ଏହାକୁ ଏକା ସହିତ ଖାଆନ୍ତୁ ନାହିଁ ବରଂ ଅଳ୍ପ ଅଳ୍ପ କରି ଖାଆନ୍ତୁ । ଯଦି ଆପଣ ନିଜର ଓଜନ କମ କରିବାପାଇଁ ଚାହିଁଛନ୍ତି ତେବେ ରାତିରେ ୫୦ ଗ୍ରାମ ଚଣା ପାଣିରେ ଭିଜେଇ ଦିଅନ୍ତୁ ଏବଂ ସକାଳୁ ଖାଲି ପେଟରେ ଏହାକୁ ଖାଆନ୍ତୁ । ଚଣା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ଯାହା ଦ୍ଵାରା ଚଣା ଖାଇଲେ ଆମ ଶରୀରର ବହୁତ ପ୍ରକାରର ସମସ୍ୟା ଦୂର ହୋଇଥାଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରି ଦିଅନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ