ଚାକିରି ଛାଡି ୟୁଟ୍ଯୁବ ବନେଇବା ଦେଖି ସମସ୍ତେ ତାଙ୍କ ଉପରେ ହସୁଥିଲେ, ହେଲେ ଆଜି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା: Youtube Star Dilip

ଦିନ ଥିଲା ତାଙ୍କ ଉପରେ ଲୋକ ହସୁଥିଲେ, ହେଲେ ଆଜି ୟୁଟ୍ଯୁବ ଜରିଆରେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୟୁଟ୍ଯୁବ ଷ୍ଟାର ଦିଲ୍ଲୀପ । ଚାଳ ଛାପର ଘର ଥିବା ଗରିବ ଘରର ଏଇ ଓଡିଆ ପୁଅଙ୍କ ସଫଳ କାହାଣୀ ଆଜିକାଲିର ଯୁବପିଢିଙ୍କ ପ୍ରେରଣାଦାୟୀ । ଦିଲ୍ଲୀପ ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାରରେ ନିଜ ୟୁଟ୍ଯୁବ ଯାତ୍ରା ବିଷୟରେ କହିଛନ୍ତି । ପ୍ରଥମେ ତାଙ୍କୁ ସମସ୍ତେ ଡ୍ଯାଂସିଙ୍ଗ ଷ୍ଟାର ଭାବେ ଜାଣିଥିଲେ । ସେ ଯେତେ ଚେଷ୍ଟା କଲେ ବି କେଉଁଠି ଚାକିରି କରି ପାରୁ ନଥିଲେ ।

ଯଦି କେଉଁଠି ଚାକିରି ମିଳୁଥିଲା ତେବେ ବେଶୀ ଦିନ ସେଠି ମନ ଲାଗୁ ନଥିଲା । କାରଣ ଦିଲ୍ଲୀପ ଜୀବନରେ ନିଜେ କିଛି କରିବାକୁ ଚାହୁଁଥିଲେ । ହେଲେ ପରିବାରର ଆର୍ଥିକ ଅବସ୍ଥା ସେତେ ଭଲ ନଥିଲା । ଦିଲ୍ଲୀପଙ୍କ ବଡ ଭାଇ ବାହାରେ ରହି କାମ କରୁଥିବା ବେଳେ ତାଙ୍କ ମା’ ଦିନ ମଜୁରିଆ ଭାବେ ପର ଜମିରେ କାମ କରନ୍ତି । ଏମିତିରେ ଦିଲ୍ଲୀପଙ୍କ ନାଚ ଗୀତ କରିବା ଭିଡିଓ ବନେଇବା କାହାରିକୁ ପସନ୍ଦ ନଥିଲା । ସେ ଯେତେବେଳେ ଭିଡିଓ ବନାଉଥିଲେ ତାଙ୍କୁ ସମସ୍ତେ ଥଟ୍ଟା ମଜା କରୁଥିଲେ ।

ଏପରିକି ଘର ଲୋକ ମଧ୍ୟ କହୁଥିଲେ କି ସେ ଜୀବନରେ କିଛି କରି ପାରିବେନି । ଏମିତି ଅନେକ ଥର ମନ ଭାଙ୍ଗିବା ପରେ ସେ ବେଙ୍ଗାଲୁର ଯାଇ ଚପଲ ଦୋକାନରେ ମଧ୍ୟ କାମ କରିଛନ୍ତି । କିନ୍ତୁ ପରେ ଘରକୁ ଫେରି ଆସିଥିଲେ ଓ ମା’ଙ୍କୁ କେବଳ 6 ମାସ ସମୟ ମାଗିଥିଲେ । ଏହାରି ମଧ୍ୟରେ ଲକଡାଉନ ଆରମ୍ଭ ହୋଇ ଯାଇଥିଲା । ବାପା, ଭାଇ, ମା’ ସମସ୍ତେ ଘରେ ବସିଥିଲେ, ଭଲରେ ଗଣ୍ଡେ ଖାଇବାକୁ ବି ମିଳୁ ନଥିଲା ।

ସେତିକି ବେଳେ ଦିଲ୍ଲୀପଙ୍କ ମୁଣ୍ଡରେ ବୁଦ୍ଧି ଜୁଟିଲା । ସେ ଯୁଆଡେ ବି ବାହାରକୁ ଯାଉଥିଲେ ଦେଖୁଥିଲେ କି ଲୋକମାନେ ନ୍ଯୁଜ ଦେଖୁଛନ୍ତି । ତେଣୁ ସେ ନିଜେ ନ୍ଯୁଜ ଭିଡିଓ ବନେଇ ଲୋକଙ୍କୁ ଯୋଗାଇବାକୁ ସ୍ଥିର କଲେ । ଧୀରେ ଧୀରେ ତାଙ୍କର ସବୁ ଭିଡିଓ ଲକ୍ଷେ ଉପରେ ଭିୟୁ ଗଲା । ସେଇ ସମୟରେ ଘରେ ବସି ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ । ଯାହା ତାଙ୍କ ନିଜକୁ ମଧ୍ୟ ବିଶ୍ବାସ ହେଉ ନଥିଲା । ଲୋକମାନେ ମଧ୍ୟ ଭାବୁଥିଲେ କି ଘରେ ବସି ବସି ଏମିତି କଣ କରୁଛନ୍ତି ଯେ ଏତେ ଟଙ୍କା ଆସିଗଲା ଏମାନଙ୍କ ପାଖରେ ।

ସେ ଯାହା ବି ହେଉ ୟୁଟ୍ଯୁବ ଟଙ୍କାରେ ହିଁ ସେ ତାଙ୍କ ଘରର ସବୁ କରଜ ଶୁଝିବା ସହ ଘର ମଧ୍ୟ ବନେଇଲେ । ଆଉ ଏବେ ଯୁବପିଢିଙ୍କୁ ପ୍ରେରଣା ଦେଉଛନ୍ତି କି, ସମସ୍ତେ ୟୁଟ୍ଯୁବ ମାଧ୍ୟମରେ ଟଙ୍କା ରୋଜଗାର କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।