ବ୍ରହ୍ମପୁରର ଚର୍ଚ୍ଚିତ ପାରିବାରିକ ବିବାଦ ମାମଲାରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଆରମ୍ଭରୁ ନିଜ ପ୍ରତିକ୍ରିୟା ରଖି ଆସିଛନ୍ତି । ଯେତେବେଳେ ଏସଡ଼ିଜେଏମ କୋର୍ଟ ସୁମିତ ଓ ତପସ୍ଵିନୀଙ୍କୁ ଏକାଠି ରହିବାକୁ ଆଦେଶ ଦେଇଥିଲେ ସେତେବେଳେ ଖୁବ୍ ଖୁସି ହୋଇଥିଲେ ସୁର ଭାଇ । ଜଜ୍ ଙ୍କ ନିଷ୍ପତ୍ତିକୁ ସେ ଖୁବ୍ ପ୍ରଶଂସା କରିଥିଲେ । ଏକାଠି ରହିବା ନିଷ୍ପତ୍ତି ଏକଦମ ବଢିଆ ବୋଲି କହିବା ସହ ଏକାଠି ରହିଲେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଆପେ ଆପେ ପ୍ରେମ ବଢିବ ବୋଲି ସେ ନିଜର ମତ ରଖିଥିଲେ ।
କିନ୍ତୁ ସମସ୍ତଙ୍କ ଆଶାରେ ପାଣି ପୁରାଇ ସୁମିତ ତପସ୍ଵିନୀଙ୍କୁ ଛାଡି ଫେରାର ହୋଇ ଯାଇଥିଲେ । ତେବେ ସୁମିତ ଓ ତପସ୍ଵିନୀ ଏକାଠି ହେବା ପରିବର୍ତ୍ତେ ଏହିପରି ଅଲଗା ହୋଇଯିବା ଫଳରେ ସୁର ଭାଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, “ସେମାନେ ଖାଲି ଛଡାଛଡି ହେଉଛନ୍ତି, ଯୋଡାଯୋଡି ହେଉ ନାହାନ୍ତି । ବଡ ଦୁଃଖର ବିଷୟ ଏକଦମ । ସେ ଜଜ୍ ଯେଉଁ ଡିସିସନ ନେଇଥିଲେ ମୁଁ ଭାରି ଖୁସି ହେଇଥିଲି ।
ଆଉ ଦେଖିଲା ବେଳକୁ ଏମିତି ତାଙ୍କ ପ୍ରେମ ଯେ ସେ ଖାଲି ଛଡାଛଡି ହେଉଛନ୍ତି । ନିହାତି ଅବାଗିଆ କଥା ।” ତେବେ କେବଳ ସୁରଭାଇ ନୁହେଁ ବରଂ ତପସ୍ଵିନୀଙ୍କ ଅନେକ ଶୁଭେଚ୍ଛୁ ମଧ୍ୟ ଆଶା ବାନ୍ଧି ବସିଥିଲେ କି ସୁମିତ ଓ ତପସ୍ଵିନୀ ଏଥର ଏକାଠି ହୋଇଯିବେ । ସୁମିତ ଭଲପାଇ ରେଜିଷ୍ଟ୍ରି ବିବାହ କରିଥିବା ତାଙ୍କ ପତ୍ନୀ ତପସ୍ଵିନୀଙ୍କୁ ନିଶ୍ଚୟ ସ୍ତ୍ରୀ ସମ୍ମାନ ଦେବେ ।
କିନ୍ତୁ ସାତଦିନ ଏକାଠି ରହିବା ପରେ କୋର୍ଟ ଯେତେବେଳେ ଆଉ ସାତଦିନ ଏକାଠି ରହିବାକୁ କହିଥିଲେ, ଏହାର ୨୪ଘଣ୍ଟା ନ ପୁରୁଣୁ ସୁମିତ କୁଆଡେ ଫେରାର ହୋଇ ଯାଇଛନ୍ତି । ସେ କେଉଁଠି ଅଛନ୍ତି ତାହା କେହି ମଧ୍ୟ ଜାଣି ନାହାନ୍ତି । କେବଳ କିଛି ଅଡିଓ ରେକର୍ଡ ହିଁ ଶୁଣିବାକୁ ମିଳୁଛି ।
ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ନଥିବା କହି ସୁମିତ କେଉଁଠାରେ ଲୁଚି ରହିଛନ୍ତି କାହାରିକୁ ଜଣାନାହିଁ । ଏପଟେ ତପସ୍ଵିନୀ କିନ୍ତୁ ତାଙ୍କ ଲଢେଇ ଜାରି ରଖିବେ ବୋଲି ଅଣ୍ଟା ଭିଡିଛନ୍ତି । ତେବେ ଦେଖାଯାଉ ଆଗକୁ କେଉଁ ନୂଆ ମୋଡ ନେଉଛି ଏହି ପାରିବାରିକ ବିବାଦ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।