Exclusive: ସିସିଟିଭିରେ କଏଦ ହୋଇଥିଲା Raimohan ଙ୍କ ଆତ୍ମହତ୍ୟା ପୂର୍ବର ଶେଷ ଭିଡିଓ, ଦେଖିବା ଲୋକର ଛାତି ଥରିଯିବ

ଦିଗଜ ଅଭିନେତା ରାଇମୋହନଙ୍କ ଆତ୍ମହତୟଆ ପଛରୁ ପରଦା ଉଠିପାରୁ ନଥିବା ବେଳେ ରାଇମୋହନଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ରାଇମୋହନ ଗୋଟିଏ ହୋଟେଲ ଭିତରକୁ ପ୍ରବେଶ କରୁଛନ୍ତି, ସେଠାରେ କିଛି ସମୟ ଛିଡା ହେଉଛନ୍ତି ଆଉ ଖାଇବା ପାର୍ସଲ ନେବା ପରେ ପଳେଇ ଯାଉଛନ୍ତି । ହୋଟେଲକୁ ଖାଇବା ପାର୍ସଲ ଆଣିବାକୁ ଯାଇଥିବା ବେଳେ ସିଷ୍ଟିଭି କ୍ୟାମେରାରେ କଏଦ ହୋଇଛନ୍ତି ରାଇମୋହନ ।

ରାଇମୋହନ କାର୍ ରୁ ଓହ୍ଲାଇ ହୋଟେଲ ଭିରାରକୁ ଆସୁଛନ୍ତି । ସେ ଧଳା ରଙ୍ଗର ଗୋଟିଏ ଟି-ସାର୍ଟ ପିନ୍ଧିଛନ୍ତି ଓ ଏକ କଳା ରଙ୍ଗର ଚଷମା ମଧ୍ୟ ଲଗାଇଛନ୍ତି । ରାଇମୋହନ ହୋଟେଲକୁ ପ୍ରବେଶ କରୀୟ କିଛି ଖାଇବା ଅର୍ଡର କରୁଛନ୍ତି । ସାଧାରଣ ଲୋକମାନେ ଜେଭଳି ଧାଡିରେ ଠିଆ ହୋଇ ଖାଇବା ଅର୍ଡର ନେଉଛନ୍ତି ସେ ମଧ୍ୟ ଧାଡିରେ ଠିଆ ଖାଇବା ଅର୍ଡର ଦେଉଥିବା ଦେଖିବାକୁ ମିଳୁଛି । ଖାଇବା ପ୍ରସ୍ତୁତି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ସାଧାରଣ ଲୋକଙ୍କ ସହ ରାଇମୋହନ କଥାବାର୍ତ୍ତା ମଧ୍ୟ ହେଉଛନ୍ତି ।

ଖାଇବା ପାର୍ସଲ ରେଡ୍ଡି ହେବା ପରେ ସେ ପାର୍ସଲ ହାତରେ ଧରି ଘରକୁ ଫେରି ଆସୁଛନ୍ତି । ରାଇମୋହନ ତାଙ୍କ ଘର ପାଖରେ ଥିବା ଏକ ହୋଟେଲ ଯାଇ ଖାଇବା ଆଣି ଆସିବା ସମୟର ଏହା ତାଙ୍କ ଶେଷ ବୋଲି ଜଣାପଡିଛି । ସେ ଏକଦମ ସାମାନ୍ଯ ଲାଗୁଥିବା ବେଳେ ତାଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି ।

ରାଇମୋହନ କାହିଁକି ଆତ୍ମହତୟଆ କଲେ ଏହାକୁ ନେଇ ଅନେକ କଥା ସାମ୍ନାକୁ ଆସୁଛି । ଆତ୍ମହତୟଆ କରିବା ପୂର୍ବରୁ ସେ କାହା ସହ କଥା ହୋଇଥିଲେ ? ଘରେ ଅନ୍ୟ ସମସ୍ତେ ବଜାରକୁ ଯାଇଥିବା ବେଳେ ରାଇମୋହନ କାହିଁକି ଘରେ ଏକା ରହିଥିଲେ ? କୌଣସି ବିଷୟକୁ ନେଇ ସେ ଚାପଗ୍ରସ୍ତ ଥିଲେ କି ? ପରିବାର ଲୋକଙ୍କୁ ତାଙ୍କ ମାନସିକ ଚାପ ବିଷୟରେ କେବେ କିଛି କହିଥିଲେ କି ? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ଗୁଡେଇ ତୁଡେଇ ତାଙ୍କ ପରିବାର ଲୋକଙ୍କୁ ପଚରା ଯାଉଛି ।

ତଦନ୍ତକାରୀ ଟିମ୍ ବର୍ତ୍ତମାନ ଏସବୁ ପ୍ରଶ୍ନର ଉତ୍ତର ସଂଗ୍ରହ କରିବାରେ ଲାଗିପଡିଛି । ରାଇମୋହନ ଆତ୍ମହତୟଆ କରିବା ସମୟରେ ତାଙ୍କ ପରିବାର ଲୋକ କିଏ କେଉଁଠି ଥିଲେ ଓ କାହା ସହ ସେ ଶେଷ ଥର ପାଇଁ କଥା ହୋଇଥିଲେ ? ଏମିତି ଅନେକ କଥା ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ରାଇମୋହନଙ୍କ ଏହି ଶେଷ ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।