500 ରୁ 499 ନମ୍ବର ଆଣିଥିବା ସିବିଏସଇ ଟପର ଜଣାଇଲେ ନିଜର ସିକ୍ରେଟ

ଯେବେ ବି ପରୀକ୍ଷା ପରେ ରେଜଲ୍ଟ ଟାଇମ ଆସେ ତେବେ ସମସ୍ତେ ଟିକେ ନର୍ଭସ ରୁହନ୍ତି, ସେହି ଷ୍ଟୁଡେଣ୍ଟ ପଢାରେ ଭଲ ହେଉ ବା ଖରାପ ହେଉ । ସବୁ ଷ୍ଟୁଡେଣ୍ଟଙ୍କ ମନରେ ଏହି ଇଚ୍ଛା ଥାଏ କି ସେ ଜୀବନରେ ଅତି କମରେ ଗୋଟିଏ ଥର ପରୀକ୍ଷାରେ ଟପ କରିବା ପାଇଁ ।

କିନ୍ତୁ ଏହି ସ୍ଵପ୍ନ ପୁରା ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ । ସମସ୍ତେ ପରିଶ୍ରମ କରିଥାନ୍ତି କିନ୍ତୁ ନମ୍ବର 1 କେବଳ ଜଣେ ହୋଇଥାଏ । ଏମିତିରେ କିଛି ଲୋକଙ୍କ ମନରେ ଏହା ଥାଏ କି ସେ କେଉଁ ରଣନୀତି ଆପଣାଇଲେ ଟପ କରି ପାରିବେ । ଆଜି ଆମେ ଆପଣଙ୍କୁ 2019 ରେ ଟପ କରିଥିବା ଝିଅର ସିକ୍ରେଟ କହିବୁ ।

ଦୁଇଟି ଝିଅ ଏକା ସହିତ କରିଛନ୍ତି ଟପ

ସୂଚନା ଅନୁସାରେ ଗୁରୁବାର ଦିନ ସିବିଏସଇ ଦ୍ଵାରା ଦ୍ଵାଦଶ ଶ୍ରେଣୀର ରେଜଲ୍ଟ ଘୋଷଣା କରାଯାଇଛି । ଏଥର ଟପ ଲିଷ୍ଟ ରେ ଝିଅମାନେ ବାଜି ମାରିଛନ୍ତି । ଏଥି ମଧ୍ୟରୁ ଦୁଇ ଜଣ ଝିଅ 500 ନମ୍ବର ରୁ 499 ନମ୍ବର ଆଣି ଟପ କରିଛନ୍ତି । ସେମାନେ ହେଲେ ହଂସିକା ଶୁକ୍ଲା (ଡ଼ିପିଏସ ଗାଜିଆବାଦ) ଓ କରିସ୍ମା ଅରୋଡା(ଏସ.ଡ଼ି. ପବ୍ଲିକ ସ୍କୁଲ, ମୁଜଫ୍ଫରନଗର)।

ଯେତେବେଳେ ହଂସିକାଙ୍କୁ ତାଙ୍କର ଫ୍ୟୁଚର ପ୍ଳାନ ବିଷୟରେ ପଚରାଗଲା ସେ କହିଲେ କି ବଡ ହୋଇ ସେ IAS ହେବା ପାଇଁ ଚାହୁଁଛନ୍ତି ଓ ତା ସହିତ କିଛି ଏମିତି ପିଲାଙ୍କୁ ପଢାଇ ବଡ ମଣିଷ କରିବାକୁ ଚାହୁଁଛନ୍ତି ଯେଉଁମାନେ ଅର୍ଥ ଅଭାବରୁ ପଢା ପୁରା କରିପାରନ୍ତି ନାହିଁ ।

ଏହା ହେଲା ହଂସିକାଙ୍କର ଟପ କରିବାର ସିକ୍ରେଟ

ଯେତେବେଳେ ଏକ ଇଣ୍ଟରଭ୍ୟୁ ସମୟରେ ହଂସିକାଙ୍କୁ ଟପ କରିବାର ସିକ୍ରେଟ ପଚରାଗଲା ସେ କହିଲେ କି, “ମୁଁ ଟପ କରିବା ବିଷୟରେ କେବେ ବି ଭାବି ନଥିଲି । ହଁ ମୋର ଭଲ ନମ୍ବର ଆସିବାର ଆତ୍ମବିଶ୍ଵାସ ଥିଲା । ମୋ ସିକ୍ରେଟ ବାସ ଏହା ଥିଲା କି ଆପଣ ପରିଶ୍ରମ କରନ୍ତୁ ଓ ଟପ କରିବାର ଚିନ୍ତା ନ କରି ଭଲ ନମ୍ବର ଆଣିବା ପାଇଁ ଭାବନ୍ତୁ । ମୁଁ ପରୀକ୍ଷା ପାଇଁ ଲଗାତାର ପଢି ନାହିଁ, ପରନ୍ତୁ ମୁଁ ଗୋଟିଏ ଘଣ୍ଟା ପଢୁଥିଲି ଓ ଗୋଟିଏ ଘଣ୍ଟା ରେଷ୍ଟ କରୁଥିଲି ।“

ହଂସିକାଙ୍କର ଏହି ସଫଳତା, ତାଙ୍କର ଟିଚର ଓ ମାତା ପିତାଙ୍କ ପାଇଁ ସମ୍ଭବ ବୋଲି ସେ କହିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ କି ଦ୍ଵିତୀୟ ନମ୍ବର ରେ 3 ଟି ଝିଅ ଅଛନ୍ତି ଓ ତୃତୀୟ ନ୍ମମ୍ବର ରେ 18 ଜଣ ଷ୍ଟୁଡେଣ୍ଟ ଅଛନ୍ତି ଯାହା ମଧ୍ୟରୁ 11 ଜଣ ଝିଅ ଅଟନ୍ତି । ଆପଣ ଟପର ମାନଙ୍କର ଲିଷ୍ଟ ତଳେ ଦେଖି ପାରିବେ ।