ଆଙ୍ଗୁଠି ଝିମଝିମ୍ ବା କାଲୁଆ ଲାଗୁଛି ? ହୋଇପାରେ କାର୍ପେଲ ଟନଲ୍ ସିଣ୍ଡ୍ରୋମ ର ଲକ୍ଷଣ ! Pain & Spine Specialist Dr Rajendra Sahoo

ବନ୍ଧୁଗଣ ଶରୀରରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମ୍ବଧୀୟ ସମସ୍ଯା ରହିଥାଏ । ଶରୀର ଭିତରେ ଅନେକ ପ୍ରକାର ଶିରାପ୍ରଶିରା ଓ ସ୍ନାୟୁ ରହିଥାଏ । ଯେତେ ବେଳେ ସ୍ପାଇନାଲ କର୍ଡ ଦେଇ କେତେଗୁଡିଏ ସ୍ନାୟୁ ବାହାରି ଶରୀରର ଅଲଗା ଅଂଶକୁ ଯାଇଥାନ୍ତି । ସେତେବେଳେ କୌଣସି କାରଣ ବଶତଃ ସେହି ସ୍ନାୟୁ ଉପରେ ଚାପ ପଡିଥାଏ । ସ୍ନାୟୁ ଚାପି ହୋଇଯିବା କାରଣରୁ ବ୍ଲଡ଼ ଭେସେଲ ଡେନେଜ ହୋଇ ପାରିନଥାଏ । ସ୍ନାୟୁ ଯିବା ବେଳେ ହାତର ରିଷ୍ଟ ଯିବା ବାଟରେ ସ୍ନାୟୁ ଉପରେ ଚାପ ପଡିଥାଏ ।

ଯାହାକୁ କାର୍ପେଲ ଟନଲ ଶିଣ୍ଡ୍ରୋମ କୁହାଯାଇଥାଏ । କାର୍ପେଲ ଟନଲର ଲକ୍ଷଣ ହେଉଛି । ହାତର ଆଙ୍ଗୁଠି ଗୁଡିକ ଝିମ୍ ଝିମ୍ ହୋଇଯିବା, ହାତ କାଲୁଆ ହେବା, ହାତରେ କରେଣ୍ଟ ମାରିବା ଭଳିଆ ଲାଗିବା । ଯେତେ ବେଳେ ଆପଣ ହାତ ଉପରେ କୌଣସି ପ୍ରେସର ଦେଇ ଅଧିକ କାମ କରନ୍ତି । ତେବେ ହାତର ଯନ୍ତ୍ରଣା ଅଧିକ ବଢି ଯାଇଥାଏ । ଡାଇବେଟିସ, ଥାଇରଏଡ, ହାଇପର ଟେନସନ ଥିବା ଲୋକଙ୍କୁ ଅଧିକ ଏହି ସମସ୍ଯା ଆସିଥାଏ ।

ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଠାରେ ଅଧିକ କାର୍ପେଲ ଟନଲ ଶିଣ୍ଡ୍ରୋମ ହୋଇଥାଏ । ଏହି ସମସ୍ଯା ହେଲେ ଡାକ୍ତର ରୋଗୀର ଲକ୍ଷଣକୁ ଅନୁଧ୍ୟାନ କରି ତାକୁ ଭଲ ଭାବେ ଡାଇଗ୍ନୋସିସ କରିବାକୁ ଚେଷ୍ଟା କରିଥାନ୍ତି । ଅଲ୍ଟ୍ରାସାଉଣ୍ଡ ଦ୍ଵାରା ମଧ୍ୟ ଏହି କାର୍ପେଲ ଟନଲ ସିନ୍ଡ୍ରୋମର କାରଣ ଜାଣି ତାର ଉପଯୁକ୍ତ ଚିକିତ୍ସା କରାଯାଇଥାଏ । ରାତିରେ ଶୋଇଲା ସମୟରେ ହାତର ସେହି କଚଡି ଭାଗରେ ସ୍ପ୍ରିଙ୍ଗ ଲଗାଇ ଶୋଇବାକୁ ଦିଆଯାଇଥାଏ ।

କାରଣ ରାତି ସମୟରେ ଯଦି ତାର ଉପରେ କିଛି ପ୍ରେସର ପଡିଯାଏ । ତେବେ ତାହା ଅଧିକ ଝିମ୍ ଝିମ୍ ହୋଇ ସେହି ଜାଗାରେ ଯନ୍ତ୍ରଣା ହୋଇଥାଏ । ହାତର କଚଡି ପାଖରେ ଯନ୍ତ୍ରଣା ହେବାକୁ ଲାଗିଲେ । ନିହାତି ଭାବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଡାକ୍ତର ସ୍ନାୟୁ ସହିତ ଜଡିତ କିଛି ମେଡ଼ିସିନ ଖାଇବା ପାଇଁ ଦେଇଥାନ୍ତି । ଯାହାର ସିଧାସଳଖ ପ୍ରଭାବ ଆମ ଶରୀରର ସ୍ନାୟୁ ଉପରେ ପଡିଥାଏ । ତା ପରେ ସ୍ନାୟୁ ଯନ୍ତ୍ରଣା ଦୂର ହୋଇଥାଏ । ଯଦି ମେଡ଼ିସିନ ଖାଇବା ଦ୍ଵାରା ଯନ୍ତ୍ରଣାରୁ ମୁକ୍ତି ମିଳିନଥାଏ ।

ତେବେ ଏକ୍ସପର୍ଟ ଡାକ୍ତରଙ୍କ ଦ୍ଵାରା ସର୍ଜରୀ କରିବା ଆବଶ୍ୟକାତା ପଡିଥାଏ । ଡାକ୍ତର ସର୍ଜରୀ କରିବା ଦ୍ଵାରା ଯେଉଁ କାରଣ ପାଇଁ ସ୍ନାୟୁ ଉପରେ ପ୍ରେସର ପଡୁଥାଏ । ସର୍ଜରୀ ଦ୍ଵାରା ସ୍ନାୟୁ ଚାରି ପାଖରେ ସ୍ପେସ କ୍ରିଏଟ କରାଯାଇଥାଏ । ଯାହା ଦ୍ଵାରା ସ୍ନାୟୁ କାହା ଦ୍ଵାରା ବାଧା ପ୍ରାପ୍ତ ନ ପାଇ ଆରାମରେ ଗତି କରିପାରେ । କାର୍ପେଲ ଟନଲରେ ପୀଡିତ ରୋଗୀର ସର୍ଜରୀ ହୋଇସାରିଲା ପରେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ବେଳେ ବେଳେ ସର୍ଜରୀର କିଛି ଦିନ ପରେ ଥରେ ସେହି ଜାଗାରେ ପୁଣି ଥରେ ପେନ୍ ହୋଇଥାଏ ।

ସେଥିପାଇଁ ଯଦି କୌଣସି ଆପଣଙ୍କର ଶରୀରର ରୋଗ ଥାଏ । ତେବେ ସେହି ରୋଗକୁ ନିୟନ୍ତ୍ରଣରେ ରଖିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।