କାର ଆକ୍ସିଡେଣ୍ଟ ଓ ପ୍ଲେନ କ୍ରାଶ କାରଣରୁ ନିଜ ଜୀବନ ହରାଇ ବସିଛନ୍ତି ଏହି ୭ ଜଣ ଷ୍ଟାର

କହି ଦେଉଛୁ କି ଗତ ଗୁରୁବାର ଦିନ ଟିଭି ଓ ଫିଲ୍ମର ଚାଇଲ୍ଡ ଆର୍ଟିସ୍ଟ ଶିବଲେଖ ସିଂହର ଏକ ସଡକ ଦୁର୍ଘଟଣାରେ ମୁର୍ତ୍ୟୁ ହୋଇ ଯାଇଛି । ଏମିତିରେ ଆଜି ଆମେ ଆପଣଙ୍କୁ ଏହିଭଳି ହିଁ କିଛି ଅନ୍ୟ ଷ୍ଟାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବି ଏହି ଭଳି ରାସ୍ତା ଦୁର୍ଘଟଣା ଓ ପ୍ଲେନ କ୍ରାଶ ଇତ୍ୟାଦି ଦୁର୍ଘଟଣାରେ ଏହି ଦୁନିଆକୁ ଅଲବିଦା କହି ଦେଇ ଛନ୍ତି ।

ସୌନ୍ଦର୍ୟା

ଅମିତାଭ ବଚ୍ଚନଙ୍କ ସହିତ ‘ସୂର୍ୟବଂଶମ’ରେ ମୁଖ୍ୟ ଅଭିନେତ୍ରୀ ରହି ସାରିଥିବା ସୌନ୍ଦର୍ୟା ମାତ୍ର ୨୮ ବର୍ଷ ବୟସରେ ହିଁ ଏହି ଦୁନିଆକୁ ଅଲବିଦା କହି ଦେଇଥିଲେ । କହିବାକୁ ଗଲେ ୨୦୦୪ରେ ସେ ବେଂଗଲୁରୁରେ ଇଲେକ୍ସନ କ୍ୟାମ୍ପନିଙ୍ଗ ହେତୁ ପ୍ଲେନରେ ଯାତ୍ରା କରୁଥିଲେ । ସେହି ସମୟରେ ହିଁ ତାଙ୍କର ପ୍ଲେନ କ୍ରାଶ ହୋଇଗଲା ଓ ସେଥିରେ ହିଁ ତାଙ୍କର ମୁର୍ତ୍ୟୁ ହୋଇଥିଲା ।

ଦିବ୍ୟା ଭାରତୀ

ଏପ୍ରିଲ ୧୯୯୩ରେ ବାଲକୁନିରୁ ତଳକୁ ପଡିଯିବା କାରଣରୁ ଦିବ୍ୟା ଭାରତୀଙ୍କର ଜୀବନ ଚାଲି ଯାଇଥିଲା । ସେହି ସମୟରେ ତାଙ୍କର ବୟସ ମାତ୍ର ୧୯ ବର୍ଷ ଥିଲା । କେତେକ ଏହାକୁ ସୁଇସାଇଡ କହୁଛନ୍ତି ତ କେତେକ ଏହାକୁ ସ୍ଵାମୀ ସାଜିଦ ନାଡିୟାଡୱାଲାଙ୍କ ଦ୍ୱାରା ମର୍ଡର କରାଯାଇଛି ବୋଲି କହୁଛନ୍ତି ।

ଜସପାଲ ଭଟ୍ଟୀ

କମେଡିୟନ ଅଭିନେତା ଜସପାଲ ଭଟ୍ଟୀଙ୍କର ନିଧନ ‘ପାୱାର କଟ’ ଫିଲ୍ମର ପ୍ରମୋଶନ ପାଇଁ ଯାଉଥିବା ସମୟରେ ଏକ ସଡକ ଦୁର୍ଘଟଣାରେ ହୋଇଥିଲା । କହିଦେଉଛୁ କି ୨୦୧୨ ଅକ୍ଟୋବରରେ ଜଲଂଧରର ଶାହକୋଟ ଅଞ୍ଚଳରେ ଏହି ଦୁର୍ଘଟଣାଟି ହୋଇଥିଲା । ସେତେବେଳେ ତାଙ୍କର ବୟସ ୫୭ ବର୍ଷ ଥିଲା ।

ତରୁଣୀ ସଚଦେବ

ରସନା ଗର୍ଲ ଓ ‘ପା’ ଫିଲ୍ମରେ ଅମିତାଭ ବଚ୍ଚନଙ୍କର ବନ୍ଧୁର ଭୂମିକା କରିଥିବା ତରୁଣୀ ସଚଦେବଙ୍କର ନିଧନ ନିଜର ୧୪ ତମ ଜନ୍ମଦିନରେ ହିଁ ହୋଇଥିଲା । କହିଦେଉଛୁ କି ୧୪ ମେ ୨୦୧୨ରେ ଏକ ପ୍ଲେନ କ୍ରାଶରେ ତାଙ୍କର ମୁର୍ତ୍ୟୁ ହୋଇଥିଲା ।

ସୋନିକା ଚୌହାନ

ମଡେଲ, ଟିଭି ହୋଷ୍ଟ ଓ ଅଭିନେତ୍ରୀ ରହି ସାରିଥିବା ସୋନିକା ଚୌହାନଙ୍କର ମୃତ୍ୟୁ ଏପ୍ରିଲ ୨୦୧୭ରେ ଏକ କାର ଆକ୍ସିଡେଂଟରେ ହୋଇଥିଲା । ସେହି ସମୟରେ ସେ ମାତ୍ର ୨୮ ବର୍ଷର ଥିଲେ ।

ରେଖା ସିନ୍ଧୁ

୨୦୧୭ରେ ଚେନ୍ନଈ – ବେଂଗଲୁରୁ ହାଈୱେରେ ଏକ କାର ଦୁର୍ଘଟଣାରେ ୨୨ ବର୍ଷର ତାମିଲ ଓ କନ୍ନଡର ଟିଭି ଅଭିନେତ୍ରୀ ରେଖା ନିଜର ଜୀବନ ହରାଇ ବସିଥିଲେ ।

ଭୂପତି ଭରତ ରାଜ

ଭୂପତି ଭରତ ରାଜ ଟଲିଉଡ ଅଭିନେତା ରବି ତେଜାଙ୍କର ଭାଇ ଥିଲେ । ଜୁନ ୨୦୧୭ରେ ତାଙ୍କର କାର ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକ ସହ ଧକ୍କା ମାରିଥିଲା । ଏହି କାରଣରୁ ତାଙ୍କର ମୁର୍ତ୍ୟୁ ହୋଇଥିଲା । ସେତେବେଳେ ସେ ୪୯ ବର୍ଷର ଥିଲେ ।